ବାର ଦିନ ହେବ ପଣସପୁଟ ଆବାସିକ ବିଦ୍ୟାଳୟରେ ନାହିଁ ବିଦ୍ୟୁତ୍: ଛାତ୍ରଛାତ୍ରୀ ହନ୍ତସନ୍ତ

Advertisment

ଗତ ରବିବାର ତେର ତାରିଖ ରବିବାର ଠାରୁ ପଣସପୁଟ ଆବାସିକ ବିଦ୍ୟାଳୟ ଓ ହଷ୍ଟେଲରେ ବିଜୁଳି ନ ଥିବାରୁ ୫୫୦ଜଣ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ସମେତ ତିରିଶ ଜଣ ବିଦ୍ୟାଳୟ କର୍ମଚାରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି।

New Project (14)

ଚିତ୍ରକୋଣ୍ଡା: ଗତ ରବିବାର ତେର ତାରିଖ ରବିବାର ଠାରୁ ପଣସପୁଟ ଆବାସିକ ବିଦ୍ୟାଳୟ ଓ ହଷ୍ଟେଲରେ ବିଜୁଳି ନ ଥିବାରୁ ୫୫୦ଜଣ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ସମେତ ତିରିଶ ଜଣ ବିଦ୍ୟାଳୟ କର୍ମଚାରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଏପରିକି କିଛିଦିନ ହେବ ଅଞ୍ଚଳରେ ଲାଗି ରହିଥବା ଲଗାଣ ବର୍ଷା ସ୍ଥିତି ଆହୁରି ଖରାପ କରିଦେଇଛି। ବିଦ୍ୟାଳୟରେ ଲାଗିଥିବା ସୋଲାର ସିଷ୍ଟମ ମଧ୍ୟ ଦୁଇ ମାସ ଧରି ଅଚଳ ହୋଇପଡିଛି ଏ ନେଇ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ଵାର ଅଭିଯୋଗ ପରେ ମଧ୍ୟ ସୋଲାରର କୌଣସି ମରାମତି ହୋଇ ପାରୁନାହିଁ।

ବିଦ୍ୟାଳୟରେ ଥିବା ଛୋଟ ଜେନେରେଟରରେ କେବଳ ପିଲାଙ୍କ ପିଇବା ପାଇଁ ଓ ରୋଷେଇ ପାଇଁ ପାଣି କଷ୍ଟରେ ଯୋଗାଡ଼ ହୋଇ ପାରୁଥିବା ୫୫୦ ଜଣ ପିଲାଙ୍କ ଗାଧୋଇବା କଥା ନକହିବା ଭଲ। ସନ୍ଧ୍ୟା ହେଲେ ଛାତ୍ରାବାସ ଗୁଡିକରେ ରହୁଥିବା ପିଲାମାନେ କ୍ୟାଣ୍ଡେଲ ଜାଳି ରହୁଥିବା ଦେଖିବାକୁ ମିଳୁଛି। ଛୋଟ ଜେନେରେଟରରେ ସବୁ ହଷ୍ଟେଲକୁ ବିଜୁଳି ଯୋଗାଇବା ସମ୍ଭବ ହୋଇ ପାରୁନାହିଁ। ବିଜୁଳି ବିଭାଗର ସମସ୍ତ ଉପରିସ୍ଥ ଅଫିସରଙ୍କ ପର୍ଯ୍ୟନ୍ତ ଏନେଇ ଅଭିଯୋଗ କରୁଥିଲେ ମଧ୍ୟ ବିଜୁଳି ବିଭାଗ କୌଣସି କର୍ଣ୍ଣପାତ କରୁନଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ କହିଛନ୍ତି। ବିଦ୍ୟାଳୟଟି ପାହାଡ଼ ପାଦ ଦେଶରେ ଥିବାରୁ ବିଦ୍ୟାଳୟ ଭିତରେ ବିଷଧର ସାପ ଏପରିକି ନାଗ ସାପ ,କଙ୍କଡ଼ା ବିଛା, ଚିତି ସାପ ଦେଖିବାକୁ ମିଳୁଛି। ଫଳରେ ପିଲାମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି। କିଛିଦିନ ତଳେ ବିଦ୍ୟାଳୟ ମଧ୍ୟରେ ଏକ  ନାଗ ସାପ ମରାଯାଇଛି। ଏଭଳି ଦୟନୀୟ ପରିସ୍ଥିତିରେ ଦୀର୍ଘ ବାରଦିନ ହେବ ୫୫୦ଜଣ ଛାତ୍ରଛାତ୍ରୀ ରହିଛନ୍ତି କିଭଳି ପ୍ରଶାସନ ନଜରକୁ ଏହି ଘଟଣା ଆସିନାହିଁ ନା ସବୁ ଜାଣି ପ୍ରଶାସନ ନିରବ ରହିଛି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଯଦି ବିଦ୍ୟାଳୟରେ କୌଣସି ଅସୁବିଧା ହୁଏ, ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷ ଦାୟୀ ରହିବେ ନା ଉପରିସ୍ଥ କର୍ମଚାରୀ ଦାୟୀ ରହିବେ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତୁରନ୍ତ ପ୍ରଶାସନ ଓ ବିଦ୍ୟୁତ୍ ବିଭାଗ ବିଦ୍ୟାଳୟରେ ବିଦ୍ୟୁତ୍ ସ୍ୱାଭାବିକ କରିବା ସହ ବିଦ୍ୟାଳୟର ସୋଲାର ସିଷ୍ଟମର ମରାମତି ଓ ଏକ ଉଚ୍ଚ କ୍ଷମତା ବିଶିଷ୍ଟ ଜେନେରେଟର ବିଦ୍ୟାଳୟକୁ ଯୋଗାଇ ଦେବାକୁ ଛାତ୍ରଛାତ୍ରୀଙ୍କ ଅଭିଭାବକ ଦାବୀ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe