ବଦଳିଲା ସରକାର, ଫେରିଗଲା ପାଣ୍ଠି: ଶିଳାନ୍ୟାସରେ ରହିଗଲା ମାଳମାଳ ପ୍ରକଳ୍ପ

Advertisment

କାମ ପାଇଁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ପାଣ୍ଠିରୁ ୧୩୯.୫୦ କୋଟି ମଞ୍ଜୁର ହୋଇଥିଲା। ସରକାର ବଦଳିଲା କ୍ଷଣି ବନ୍ଦ ହୋଇଗଲା ପ୍ରକଳ୍ପ। ଫେରିଗଲା ଅଧାରୁ ଅଧିକ ପାଣ୍ଠି। ଅନିଶ୍ଚିତତା ମଧ୍ୟରେ ରହିଗଲା ଅନେକ ପ୍ରକଳ୍ପ।

କାମ ପାଇଁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ପାଣ୍ଠିରୁ ୧୩୯.୫୦ କୋଟି ମଞ୍ଜୁର ହୋଇଥିଲା। ସରକାର ବଦଳିଲା କ୍ଷଣି ବନ୍ଦ ହୋଇଗଲା ପ୍ରକଳ୍ପ। ଫେରିଗଲା ଅଧାରୁ ଅଧିକ ପାଣ୍ଠି। ଅନିଶ୍ଚିତତା ମଧ୍ୟରେ ରହିଗଲା ଅନେକ ପ୍ରକଳ୍ପ।

0fcd1406-fc3a-4938-9a47-b742d8707f38

ରାଉରକେଲା: ସୁନ୍ଦରଗଡ଼ର ନୂଆଗାଁ ବ୍ଲକ୍‌ ହାତୀବାରି ଓହ୍ଲାଣିରେ ୬ ଲକ୍ଷ ଟଙ୍କାର କମ୍ୟୁନିଟି ସେଣ୍ଟର ପାଇଁ ଶିଳାନ୍ୟାସ ହୋଇଛି। ମାଗ୍ରାଟୋଲିରେ ୭ ଲକ୍ଷ ୫୦ ହଜାର କମ୍ୟୁନିଟି ସେଣ୍ଟର, ଅଙ୍କୁରପାଲି ବଣ୍ଡରାଇରେ ୫ ଲକ୍ଷର କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ମଧ୍ୟ ଶିଳାନ୍ୟାସ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା‌ର କେବଳ ୨-୩ଟି ବ୍ଲକ୍‌ରେ ନୁହେଁ ସମସ୍ତ ୧୭ଟି ବ୍ଲକ୍‌ରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ନାମରେ ଏମିତି ମାଳମାଳ ଶିଳାନ୍ୟାସ ଫଳକ ଛିଡ଼ାହୋଇଛି।

ଆଶ୍ଚର୍ଯ୍ୟର କଥା, ଏସବୁ ସ୍ଥାନରେ କାମର ଚିହ୍ନବର୍ଣ୍ଣ ନାହିଁ। ଇଟା ଖଣ୍ଡିଏ ବି ପଡ଼ିନି। ପ୍ରକଳ୍ପସ୍ଥାନରେ କେବଳ ଶିଳାନ୍ୟାସ ଫଳକ ରହିଛି। ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାର ୧୭ ବ୍ଲକ୍‌ରେ ଏମିତି ମାଳମାଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରାଯାଇଥିଲା। କାମ ପାଇଁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ପାଣ୍ଠିରୁ ୧୩୯.୫୦ କୋଟି ମଞ୍ଜୁର ହୋଇଥିଲା। ସରକାର ବଦଳିଲା କ୍ଷଣି ବନ୍ଦ ହୋଇଗଲା ପ୍ରକଳ୍ପ। ଫେରିଗଲା ଅଧାରୁ ଅଧିକ ପାଣ୍ଠି। ଅନିଶ୍ଚିତତା ମଧ୍ୟରେ ରହିଗଲା ଅନେକ ପ୍ରକଳ୍ପ। ଆଗାମୀଦିନରେ ଏସବୁ ପ୍ରକଳ୍ପର ଭାଗ୍ୟ ଫିଟିବକି ନାହିଁ, ତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି। 

ମିଳିଥିବା ତଥ୍ୟ ଅନୁଯାୟୀ ସୁନ୍ଦରଗଡ଼ର ୧୭ଟି ବ୍ଲକ୍‌ର ୨୭୯ ପଞ୍ଚାୟତରେ ଛୋଟ ଛୋଟ କାମ ପାଇଁ ବ୍ୟୟ ଅଟକଳ ଥିଲା ୧୩୯ କୋଟି ୫୦ ଲକ୍ଷ। ବାଲିଶଙ୍କରା ବ୍ଲକ୍‌ ପାଇଁ ୯ କୋଟି ୫୦ ଲକ୍ଷ, ବଡ଼ଗାଁକୁ ୭ କୋଟି ୫୦ ଲକ୍ଷ, ବିଶ୍ରାକୁ ୭ କୋଟି, ବଣାଇଗଡ଼କୁ ୬ କୋଟି ୫୦ ଲକ୍ଷ, ଗୁରୁଣ୍ଡିଆକୁ ୬ କୋଟି ୫୦ ଲକ୍ଷ, ହେମଗିରକୁ ୯ କୋଟି ୫୦ ଲକ୍ଷ, କୋଇଡ଼ାକୁ ୭ କୋଟି ୫୦ ଲକ୍ଷ, କୁଆରମୁଣ୍ଡା ପାଇଁ ୧୦ କୋଟି ବ୍ୟୟବରାଦ ହୋଇଥିଲା। ସେମିତି କୁତ୍ରା ବ୍ଲକ୍‌କୁ ୮ କୋଟି, ଲହୁଣିପଡ଼ାକୁ ୮ କୋଟି ୫୦ ଲକ୍ଷ, ଲାଠିକଟାକୁ ୯ କୋଟି, ଲେଫ୍ରିପଡ଼ାକୁ ୮ କୋଟି ୫୦ ଲକ୍ଷ, ନୂଆଗାଁକୁ ୧୦ କୋଟି, ରାଜଗାଙ୍ଗପୁରକୁ ୧୦ କୋଟି, ସବ୍‌ଡେଗାକୁ ୭ କୋଟି, ସୁନ୍ଦରଗଡ଼ ସଦରକୁ ୮ କୋଟି, ଟାଙ୍ଗରପାଲିକୁ ୬ କୋଟି ୫୦ ଲକ୍ଷ ବ୍ୟୟବରାଦ ହୋଇଥିଲା।

ଏଥିରୁ ୧୭ଟି ବ୍ଲକ୍‌ର ବିଭିନ୍ନ ପ୍ରକଳ୍ପରେ ଖର୍ଚ୍ଚହୋଇଛି ମୋଟ ୭୨ କୋଟି ୫୪ ଲକ୍ଷ ଟଙ୍କା। ପ୍ରତି ବ୍ଲକ୍‌ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଏସବୁ ଅର୍ଥ ଖର୍ଚ୍ଚ କରାଯାଇଛି। ବାଲିଶଙ୍କରା ବ୍ଳକ୍‌ରେ ୪ କୋଟି ୯୪ ଲକ୍ଷ, ବଡ଼ଗାଁରେ ୩ କୋଟି ୯୦ ଲକ୍ଷ, ବଣାଇଗଡ଼ରେ ୩ କୋଟି ୩୮ ଲକ୍ଷ, ଗୁରୁଣ୍ଡିଆରେ ୩ କୋଟି ୩୮ ଲକ୍ଷ, ହେମଗିରରେ ୪ କୋଟି ୯୪ ଲକ୍ଷ ଖର୍ଚ୍ଚହୋଇଛି ବୋଲି ଦର୍ଶାଯାଇଛି। ସେହିପରି କୋଇଡ଼ା ବ୍ଳକ୍‌ରେ ୩ କୋଟି ୯୦ ଲକ୍ଷ, କୁତ୍ରାରେ ୪ କୋଟି ୧୬ ଲକ୍ଷ, ଲହୁଣିପଡ଼ାରେ ୪ କୋଟି ୪୨ ଲକ୍ଷ, ଲେଫ୍ରିପଡ଼ାରେ ୪ କୋଟି ୪୨ ଲକ୍ଷ, ନୂଆଗାଁରେ ୫ କୋଟି ୨୦ ଲକ୍ଷ, ବିଶ୍ରାରେ  ୩ କୋଟି ୬୪ ଲକ୍ଷ, ଲାଠିକଟାରେ ୪ କୋଟି ୬୮ ଲକ୍ଷ ଓ କୁଆରମୁଣ୍ଡାରେ ୫ କୋଟି ୨୦ ଲକ୍ଷ ଖର୍ଚ୍ଚ କରାଯାଇଛି ବୋଲି ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe