ପାରଳାଖେମୁଣ୍ଡି: ଗଜପତିଜିଲ୍ଲା କାଶୀନଗର ବ୍ଳକରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ରାସ୍ତା ନଥିବାରୁ ଭାର କରି ରୋଗୀଙ୍କୁ ବୋହିନେଲେ ସମ୍ପର୍କୀୟ। ଏଭଳି ଘଟଣା ଘଟିଛି କେ ସୀତାପୁର ପଞ୍ଚାୟତର ମିନିଙ୍ଗା ଗୁଡାର ୬୦ ବର୍ଷୀୟ ବୃଦ୍ଧ ଚେନି କାରବୁଲୁଙ୍କୁ ଅସୁସ୍ଥତା କାରଣରୁ ହସ୍ପିଟାଲ ନେବାପାଇଁ ଚେଷ୍ଟା କରିଥିଲେ। ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିନଥିବା ବେଳେ ଭାରରେ ବୋହି ବୋହି ପ୍ରାୟ ଏକ କିଲୋମିଟର ଆସିବା ପରେ ମୁଖ୍ୟ ରାସ୍ତାରେ ପହଞ୍ଚିଥିଲେ। ଅନ୍ଧାର ରାସ୍ତାରେ ଟର୍ଚ୍ଚ ଆଲୁଅରେ ବହୁ କଷ୍ଟରେ ବୋହି ଆଣିବାକୁ ପଡୁଥିବା କହିଛନ୍ତି ଗ୍ରାମବାସୀ।

Advertisment

ରାସ୍ତା ଖଣ୍ଡେ ତିଆରି କରୁନି ପ୍ରଶାସନ

ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ବାରମ୍ବାର ଅଭିଯୋଗ ଆନ୍ଦୋଳନ ପରେ ବି ଗାଁ ପାଇଁ ରାସ୍ତା ଖଣ୍ଡେ ତିଆରି କରୁନି ପ୍ରଶାସନ। ଫଳରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ।

road

ଆହୁରି ପଢ଼ନ୍ତୁ:Video Message Maoist Rupesh: ପୁର୍ବତନ ମାଓବାଦୀଙ୍କୁ ବିଶ୍ବାସଘାତକ ଓ ବେଇମାନ ଦର୍ଶାଇଥିବା ପ୍ରସଙ୍ଗ, ମୁହଁ ଖୋଲିଲେ ପୂର୍ବତନ ମାଓନେତା ରୁପେଶ

ଆହୁରି ପଢ଼ନ୍ତୁ:ମିଛ ଚାକିରି ନାଁରେ ଠକେଇ ତାତିଲେ ଠକେଇର ଶିକାର ମହିଳା