ମାଲକାନଗିରି: ଅସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରି ଥିବା ପୂର୍ବତନ ମାଓବାଦୀଙ୍କୁ ବିଶ୍ବାସଘାତକ ଓ ବେଇମାନ ଦର୍ଶାଇ ଥିବା ପ୍ରସଙ୍ଗରେ ମୁହଁ ଖୋଲିଲେ ପୂର୍ବତନ ମାଓନେତା ରୁପେଶ। ବନ୍ଧୁକ ତ୍ୟାଗ କରି ରାଜନୈତିକ ଲଢେଇ ଜାରି ରଖିବା ଏହା ତାଙ୍କ ବ୍ୟକ୍ତିଗତ ନୁହଁ ବରଂ ସାମୁହିକ ନିଷ୍ପତ୍ତି କହି ଏକ ବାର୍ତ୍ତା ଜାରି କରିଛନ୍ତି ପୁର୍ବତନ ସିସି ମେମ୍ବର ରୁପେଶ । ମୃତ ମାଓ ସଚିବ ବାସବରାଜୁ ମଧ୍ୟ ଅସ୍ତ୍ରତ୍ୟାଗ ସପକ୍ଷରେ ଥିଲେ, ତାଙ୍କ ମୃତ୍ୟୁ ପରେ ଏହି ପ୍ରସଙ୍ଗଟି ଆଗକୁ ବଢି ପାରି ନ ଥିଲା ବୋଲି ଯୁକ୍ତି ବାଢିଛନ୍ତି ରୁପେଶ।
ଭିଡିଓ ବାର୍ତ୍ତା ଜାରି କରିଛନ୍ତି ରୁପେଶ
ଗତ ୧୫ ତାରିଖରେ ମାଓବାଦୀଙ୍କ ଶୀର୍ଷ ନେତା ମେଲୋଜୁଲା ବେଣୁଗୋପାଳ ୬୦ ମାଓବାଦୀଙ୍କ ସହ ଅସ୍ତ୍ର ତ୍ୟାଗ ଏବଂ ୧୭ ତାରିଖରେ ରୁପେଶ ୨୧୦ ମାଓବାଦୀଙ୍କ ସହ ଆତ୍ମସମର୍ପଣ ପରେ ତାଙ୍କୁ ବେଇମାନ ପରି କଡା ଭାଷାରେ ନିନ୍ଦା କରି ଥିଲା ମାଓ ସଙ୍ଗଠନ, ଯାହାର ଯବାବ ରଖି ଏହି ଭିଡିଓ ବାର୍ତ୍ତା ଜାରି କରିଛନ୍ତି ରୁପେଶ ।
ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୋଟିଏ ପଟେ ମାଓବାଦୀଙ୍କ ଆତ୍ମସମର୍ପଣ ପର୍ବ ଚାଲିଥିବା ବେଳେ ଅନ୍ୟପଟେ ନକ୍ସଲ ଏବେ ବି ନିଜର ଦବଦବା ରହିଥିବା ନେଇ ପୁଲିସକୁ ଚ୍ୟାଲେଞ୍ଜ କରିଛନ୍ତି। ବିଜାପୁର ଜିଲ୍ଲାର ଅସୁର ଥାନା ଅନ୍ତର୍ଗତ ନେଲାକାଂକେର ଗ୍ରାମର ଦୁଇ ଗ୍ରାମବାସୀଙ୍କୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ନକ୍ସଲ ନେଲା କାଂକେର ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର ରବି କୁଟ୍ଟୁମ ଏବଂ ତିରୁପତି ସୋଡି ନାମକ ଦୁଇ ଗ୍ରାମବାସୀଙ୍କୁ ଖୋଜିଥିଲେ। ଗ୍ରାମବାସୀ ରାତିରେ ନକ୍ସଲଙ୍କୁ ଗାଁରୁ ତଡିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ନକ୍ସଲ ସମସ୍ତ ଗ୍ରାମବାସୀଙ୍କ ସମ୍ମୁଖରେ ରବୀ ଏବଂ ତିରୁପତିଙ୍କୁ ଘରୁ ଟାଣି ଆଣି ସମସ୍ତଙ୍କ ସାମ୍ନାରେ ହତ୍ୟା କରିଥିଲେ।
ଆହୁରି ପଢ଼ନ୍ତୁ:Cyclone Montha: ସ୍ଥଳଭାଗ ଆଡ଼କୁ ଅଗ୍ରସର; ଆନ୍ଧ୍ର ଛୁଇଁବା ଆଶଙ୍କା, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ରବି ଓ ତିରୁପତିଙ୍କୁ ପୁଲିସ ଇନଫର୍ମର ଭାବେ କାମ କରୁଥିବା ନକ୍ସଲ କହିଥିଲେ। ଯେଉଁମାନେ ଏଭଳି କାମ କରିବେ ସେମାନଙ୍କୁ ଏଭଳି ଦଣ୍ଡ ମିଳିବ ବୋଲି ଧମକାଇଥିଲେ। ଆଜି ସକାଳୁ ପୁଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଶହ ଶହ ନକ୍ସଲ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେଉଥିବା ବେଳେ କିଛି ଗୋଷ୍ଠୀ ଏବେ ବି ସଂଗଠନରେ ରହି ନିଜର ପତିଆରା ରହିଥିବା ପୁଲିସକୁ ସୂଚାଉଛନ୍ତି। ପୁଲିସ ଏହାକୁ ଗମ୍ଭୀରତାର ସହ ନେଇଛି। ଗତ ଏକ ମାସ ହେବ ଅପରେସନ ବନ୍ଦ ରହିଥିଲେ ମଧ୍ୟ ପୁଲିସ କୌଣସି ମୁହର୍ତ୍ତରେ ମଧ୍ୟ ନକ୍ସଲ ଦମନ ନେଇ ଅପରେସନ ଆରମ୍ଭ କରିପାରେ। ସଂଗଠନରୁ ଲଗାତାର କ୍ୟାଡର ଏବଂ ଶୀର୍ଷ ନେତୃତ୍ବ ମଣ୍ଡଳୀ ହତିଆର ହସ୍ତାନ୍ତର କରି ଆତ୍ମସମର୍ପଣ କରୁଥିବା ବେଳେ ଅନ୍ୟପଟେ ନକ୍ସଲ ନିଜର ସଂଗଠନ ଏବେ ବି ଜୀବିତ ରହିଥିବା ଏହି ହତ୍ୟାକାଣ୍ଡ ଘଟାଇ ସୂଚାଉଛନ୍ତି ବୋଲି କୁହାଯାଇଛି।
ଆହୁରି ପଢ଼ନ୍ତୁ: ଲଙ୍ଗଳକଟାରେ ଖୋଲିଲା ସିଆର୍ପିଏଫ୍ ସ୍ଥାୟୀ କ୍ୟାମ୍ପ ଲାଲଗଡ଼ର ହଟ୍ସ୍ପଟ୍ରେ ଉଡ଼ିଲା ତ୍ରିରଙ୍ଗା
୩୫୦ ନକ୍ସଲଙ୍କ ଆତ୍ମସମର୍ପଣ ପରେ ପୁଣି ଗୋଟିଏ ବଡ଼ଧରଣର ଆତ୍ମସମର୍ପଣ ହେବାକୁ ଯାଉଛି। ଉନ୍ଦତି ଏରିଆ କମିଟି ସଚିବ ସୁନୀଲଙ୍କ ଚିଠିରୁ ଏହି ସୂଚନା ମିଳିଛି। ଯାହା ସଂକେତ ମିଳୁଛି, ଗରିଆବନ୍ଧରେ ଏହି ଆତ୍ମସମର୍ପଣ ହେବ। ସୁନୀଲ ସଂଗଠନର ସାଥୀଙ୍କ ଉଦ୍ଦେଶ୍ୟରେ ପତ୍ର ଲେଖିଛନ୍ତି। ସେଥିରେ ଗତ ୧୬ ତାରିଖରେ ସୋନୁ ଦାଦା ମହାରାଷ୍ଟ୍ରର ଗଡଚିରୋଲିରେ ୬୧ଜଣ ସାଥୀଙ୍କ ସହ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଉଲ୍ଲେଖ ହୋଇଛି। ସେହିପରି ୧୭ତାରିଖରେ ବସ୍ତରରେ ରୂପେଶ ଓରଫ ସତୀଶ ଦାଦା ସଶସ୍ତ୍ର ଆନ୍ଦୋଳନ ବନ୍ଦ କରିଛନ୍ତି। ରୂପେଶଙ୍କ ସହ ୨୧୦ଜଣ କମ୍ରେଡ ଆତ୍ମସମର୍ପଣ କରିଥିବା ସୂଚନା ଦେଇଛନ୍ତି।
maoists
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/17/maoist-mint-2025-10-17-11-42-49.png)