କେନ୍ଦୁପତ୍ର କିଣା ସମୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ସରକାର ୫ଦଫା ଦାବୀ ପୂରଣ କରୁନଥିବାରୁ କେନ୍ଦୁପତ୍ର କିଣା ସମୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଗାଁ ଗାଁ ରେ ବୈଠକ କରୁଛନ୍ତି କେନ୍ଦୁପତ୍ର ଫଡ଼ିରେ କାର୍ଯ୍ୟ କରୁଥିବା ମୁନସୀ, ଚପରାସି।

ery

ଦେଓଗାଁ: ସରକାର ୫ଦଫା ଦାବୀ ପୂରଣ କରୁନଥିବାରୁ କେନ୍ଦୁପତ୍ର କିଣା ସମୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଗାଁ ଗାଁ ରେ ବୈଠକ କରୁଛନ୍ତି କେନ୍ଦୁପତ୍ର ଫଡ଼ିରେ କାର୍ଯ୍ୟ କରୁଥିବା ମୁନସୀ, ଚପରାସି। ଏପଟେ କିଣା ହୋଇଥିବା ପତ୍ର ଶୁଖିଲା ଅବସ୍ଥାରେ ପଡ଼ିଆରେ ପଡ଼ିରହିଥିବାରୁ ସରକାର କୋଟି କୋଟି ଟଙ୍କାର ରାଜସ୍ଵ ହରାଇବେ ବୋଲି ଆଲୋଚନା ହେଉଛି।

ଆନ୍ଦୋଳନକାରୀଙ୍କ ଦାବୀ ପୂରଣ ନ କଲେ ଆଗାମୀ ଦିନରେ ସରକାର କୋଟି କୋଟି ଟଙ୍କା କ୍ଷତି ସହିବେ ବୋଲ ଆନ୍ଦୋନକାରୀମାନେ କହିଛନ୍ତି। ଫଡ଼ି ବନ୍ଦ କରି ଆନ୍ଦୋଳନ କରୁଥିବାରୁ କେନ୍ଦୁପତ୍ର ତୋଳାଳୀମାନେ ମଧ୍ୟ ରୋଜଗାର ହରାଇ ଘରେ ବସିଥିବା ଦେଖିବାକୁ ମିଳୁଛି। ତେବେ ଆଜି ରାମଚନ୍ଦ୍ରପୁର ସେକ୍ସନ ଠାରେ ଅନୁଷ୍ଠିତ ହୋଇଥିବା   ତୋଳାଳୀ, କର୍ମଚାରୀ ସଂଘର ଏକ  ବୈଠକରେ କର୍ମଚାରୀ ସଂଘର ସଭାପତି  ଗୋପାଳ ଚନ୍ଦ୍ର ମିଶ୍ର ଓ ସଂଗଠକ ଚିତ୍ରସେନ ବଗର୍ତ୍ତୀ ଯୋଗ ଦେଇ ସରକାର ଶୀଘ୍ର ଦାବୀ ପୂରଣ ନ କଲେ ରେଞ୍ଜ ଅଫିସକୁ ତାଲା ଦେଇ ରାଜରାସ୍ତାରେ ଧାରଣା ଦିଆଯାଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। 

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନର ଭୂତିଆରବାହାଲ ରେଞ୍ଜର ୫ଟି ସେକ୍ସନ ସିଂହା ମୁଣ୍ଡା, ରାମଚନ୍ଦ୍ର ପୁର, ଶିବତଳା, ଚିକଲବାହାଲ, ଭୂତିଆର ବାହାଲର ୫୮ ଟି ପତ୍ର ଫଡ଼ିକୁ ବନ୍ଦ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ମୁନସୀ, ଚପରାସି । ଏହି ଫଡ଼ି ଗୁଡ଼ିକୁ ତଦାରଖ କରିବା ପାଇ ୧୬ଜଣ ଚେକର୍ ଙ୍କ ଆବଶ୍ୟକତା ରହିଛି, ହେଲେ ୫ଟି ଚେକର ପଦବୀ ଖାଲି ଥିବାରୁ ୧୧ଜଣ କାମ କରୁଛନ୍ତି। ଏହି ଖାଲି ଥିବା ପଦବୀକୁ ପୂରଣ କରିବ ପାଇ ଗତ ଦୁଇ ଦିନ ହେଲା ୫୮ଟି ଫଡ଼ିର ମୁନସୀ, ଚପରାସି, ଚେକର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ଫଳର ୫୮ଟି ଫଡ଼ିରେ ୧ କୋଟି ୧୦ ଲକ୍ଷ କେରି କେନ୍ଦୁ ପତ୍ର ପଡ଼ିରହିଛି। ଏହି ପତ୍ରକୁ କିଣିବା ପାଇଁ ସରକାରଙ୍କ ୧ କୋଟି ୭୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଲାଣି।

ଆନ୍ଦୋଳନକାରୀଙ୍କ ଦାବୀ ପୂରଣ ନ କଲେ ଆଗାମୀ ଦିନରେ ସରକାର କୋଟି କୋଟି ଟଙ୍କା କ୍ଷତି ସହିବେ ବୋଲ ଆନ୍ଦୋନକାରୀମାନେ କହିଛନ୍ତି। ଫଡ଼ି ବନ୍ଦ କରି ଆନ୍ଦୋଳନ କରୁଥିବାରୁ କେନ୍ଦୁପତ୍ର ତୋଳାଳୀମାନେ ମଧ୍ୟ ରୋଜଗାର ହରାଇ ଘରେ ବସିଥିବା ଦେଖିବାକୁ ମିଳୁଛି। ତେବେ ଆଜି ରାମଚନ୍ଦ୍ରପୁର ସେକ୍ସନ ଠାରେ ଅନୁଷ୍ଠିତ ହୋଇଥିବା ତୋଳାଳୀ, କର୍ମଚାରୀ ସଂଘର ଏକ  ବୈଠକରେ କର୍ମଚାରୀ ସଂଘର ସଭାପତି ଗୋପାଳ ଚନ୍ଦ୍ର ମିଶ୍ର ଓ ସଂଗଠକ ଚିତ୍ରସେନ ବଗର୍ତ୍ତୀ ଯୋଗ ଦେଇ ସରକାର ଶୀଘ୍ର ଦାବୀ ପୂରଣ ନ କଲେ ରେଞ୍ଜ ଅଫିସକୁ ତାଲା ଦେଇ ରାଜରାସ୍ତାରେ ଧାରଣା ଦିଆଯାଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe