ଅନୁଗୁଳରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବାକୁ ନୋଟିସ୍‌, ରାଜଧାନୀରେ ବିରୋଧ

Advertisment
ଅନୁଗୁଳରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବାକୁ ନୋଟିସ୍‌, ରାଜଧାନୀରେ ବିରୋଧ

ଭୁବନେଶ୍ବର : ଅନୁଗୁଳରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ପାଇଁ ନୋଟିସ ଜାରି କରିଛି ଅନୁଗୁଳ ଜିଲ୍ଲା ପ୍ରଶାସନ। ଏହା ବିରୋଧରେ ୭ ତାରିଖ ଦିନ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କହିଛି ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମନ୍ବୟ ସମିତି। ଭୁବନେଶ୍ବର ବୁଦ୍ଧ ବିହାରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନ ଏହି ଡାକରା ଦେଇଛି। ଅନୁଗୁଳ ହାଇସ୍କୁଲ ପଡ଼ିଆ ନିକଟସ୍ଥ ବାବା ସାହେବ ଆମ୍ବେଦକର ଫାଉଣ୍ଡେସନକୁ ଉଚ୍ଛେଦ କରିବା ନେଇ ଜିଲ୍ଲା ପ୍ରଶାସନର ନୋଟିସକୁ ପ୍ରତ୍ୟାହାର କରି ଏହି ଜମିକୁ ଫାଉଣ୍ଡେସନ ନାମରେ କରିବା ପାଇଁ ଦାବି କରାଯାଇଛି।

ଏହି ଅବସରରେ କୁହାଯାଇଛି ଯେ ୧୦ ଫୁଟ୍‌ରୁ ଅଧିକ ଗାଡ଼ ଥିବା ଅନୁଗୁଳର ଏହି ପରିତ୍ୟକ୍ତ ଜମିକୁ ୪୦ ବର୍ଷ ପୂର୍ବରୁ ବାବା ସାହେବ ଫାଉଣ୍ଡେସନ ପକ୍ଷରୁ ଉନ୍ନତି କରାଯାଇଥିଲା। ପୂର୍ବତନ ଜିଲ୍ଲାପାଳ ଅରବିନ୍ଦ ପାଢ଼ୀଙ୍କ ପରାମର୍ଶରେ ସେଠାରେ ଆମ୍ବେଦକର ଭବନ, ଆମ୍ବେଦକର ଏବଂ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିଲା। ଏହାପରେ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ସେହି ଜମିର ପଟ୍ଟା ପାଇଁ ଆବେଦନ କରାଯାଇଥିଲା। ବର୍ତ୍ତମାନ ଅନୁଗୁଳ ପ୍ରଶାସନ ପକ୍ଷରୁ ଆମ୍ବେଦକର ଭବନ ଏବଂ ବାବାସାହେବଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ପାଇଁ ନୋଟିସ ଜାରି କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ପୂର୍ବତନ ପ୍ରଶାସକ ତରଣୀ ସେନନାଏକ, ସଙ୍ଗଠନର ବିଦ୍ୟାଧର ଦେହୁରୀ, ଅଭିରାମ ମଲ୍ଲିକ, ଲିଟୁ ଦାସ, ବିଭ୍ରାନ୍ତ ବିଶ୍ବଜିତ, ବିଜୟ ଭୋଇ, ସୁନାକର ବେହେରା, ରବୀନ୍ଦ୍ର ସେଠୀ, ସୟଦ୍‌ ବରକତ୍‌ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe