ଜଙ୍ଗଲ ଜିମ ହିତାଧିକାରୀଙ୍କୁ ଘର ଛାଡ଼ିବାକୁ ନୋଟିସ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ମାଲପଡ଼ାବାସୀ

Advertisment

ଖଡ଼ିଆଳ ତହସିଲଦାର ହିତାଧିକାରୀମାନଙ୍କୁ ୭ ଦିନ ମଧ୍ୟରେ ଜମି ଛାଡ଼ିବାକୁ ନୋଟିସ ଦେଇଛନ୍ତି। ଏନେଇ ଜଙ୍ଗଲ ଜମି ହିତାଧିକାରୀମାନେ ନୂଆପଡ଼ା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଖଡ଼ିଆଳ ତହସିଲଦାର ହିତାଧିକାରୀମାନଙ୍କୁ ୭ ଦିନ ମଧ୍ୟରେ ଜମି ଛାଡ଼ିବାକୁ ନୋଟିସ ଦେଇଛନ୍ତି। ଏନେଇ ଜଙ୍ଗଲ ଜମି ହିତାଧିକାରୀମାନେ ନୂଆପଡ଼ା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

bh

ନୂଆପଡ଼ା: ନୂଆପଡ଼ା ଜିଲ୍ଲା  ଖଡ଼ିଆଳ ବ୍ଳକ ଦାବୀ ପଞ୍ଚାୟତ ମାଲପଡ଼ାର ୨୫ ଜଣ ପରିବାର ଜଙ୍ଗଲ ଜମିରେ ଘର କରି ରହୁଛନ୍ତି। ଖଡ଼ିଆଳ ତହସିଲଦାର ହିତାଧିକାରୀମାନଙ୍କୁ ୭ ଦିନ ମଧ୍ୟରେ ଜମି ଛାଡ଼ିବାକୁ ନୋଟିସ ଦେଇଛନ୍ତି। ଏନେଇ ଜଙ୍ଗଲ ଜମି ହିତାଧିକାରୀମାନେ ନୂଆପଡ଼ା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

ପ୍ରକାଶ ଯେ ଦାବୀ ମୌଜା ଖାତା ନଂ ୩୮୧ ପ୍ଲଟ ନଂ ୧୫୨୦  ଜମି ଜଙ୍ଗଲ ଯୋଗ୍ୟ ରହିଛି।  ହେଲେ ବାଦୀ ମାଲପଡ଼ା ୨୫ ଜଣ ଆଦିବାସୀ ପରିବାର ପୂର୍ବ ପୁରୁଷ ଅମଳରୁ ଦୀର୍ଘ ୮୦ ବର୍ଷ  ହେବ  ରହି ଆସୁଛନ୍ତି। ଜଙ୍ଗଲ ଜମି  ଅଧିକାର ଆଇନ ୨୦୦୬ ଅନୁସାରେ ୨୦୧୨ ମସିହାରେ  ଜଙ୍ଗଲ ଜମିପଟ୍ଟା ପାଇଁ ଆବେଦନ କରିଥିଲେ। ହେଲେ ପଲ୍ଲିସଭା/ ଗ୍ରାମସଭାରେ ସ୍ବୀକୃତି  ପାଇଁ  ଡିଏଲସିଙ୍କୁ ପଠାଯାଇଥିଲା।  କିନ୍ତୁ ଜଙ୍ଗଲ ଜମି ଯୋଗ୍ୟ କିସମ ଥିବାରୁ  ଆଜି ପର୍ଯ୍ୟନ୍ତ  ପଟ୍ଟା ଦିଆଯାଇ ନାହିଁ। ଚଳିତ ମାସ ୧୭ ତାରିଖ ଦିନ  ରାଜସ୍ବ ନିରୀକ୍ଷକ ବାଦୀ ମାଲପଡ଼ା ଗ୍ରାମକୁ ଯାଇ ୭ ଦିନ ମଧ୍ୟରେ ଘର ଛାଡ଼ିବାକୁ  ଖଡ଼ିଆଳ ତହସିଲଦାର ନୋଟିସ କରିଛନ୍ତି। ନହେଲେ  ଆଇନ ଅନୁଯାୟୀ ଘର ଭଙ୍ଗାଯିବ ବୋଲି କହିଛନ୍ତି।  

ଚଳିତ ମାସ ୧୭ ତାରିଖ ଦିନ  ରାଜସ୍ବ ନିରୀକ୍ଷକ ବାଦୀ ମାଲପଡ଼ା ଗ୍ରାମକୁ ଯାଇ ୭ ଦିନ ମଧ୍ୟରେ ଘର ଛାଡ଼ିବାକୁ  ଖଡ଼ିଆଳ ତହସିଲଦାର ନୋଟିସ କରିଛନ୍ତି। ନହେଲେ  ଆଇନ ଅନୁଯାୟୀ ଘର ଭଙ୍ଗାଯିବ ବୋଲି କହିଛନ୍ତି। ଏହି ନୋଟିସ ପାଇବା ପରେ ଗ୍ରାମବାସୀ ଚିନ୍ତାରେ ପଡ଼ିଥିବା ବେଳେ  ଆଜି ମାଲପଡ଼ା ଗ୍ରାମର ଜଙ୍ଗଲଜମି ହିତାଧିକାରୀ ନୂଆପଡ଼ା ଜିଲ୍ଲାପାଳ ଅଫିସରେ ପହଞ୍ଚିଥିଲେ। ହୀରାଧର  ସାହୁଙ୍କ ନେତୃତ୍ବରେ ଜିଲ୍ଲାପାଳ ମଧୂସୁଧନ  ଦାଶଙ୍କୁ ଭେଟି ଏକ ଦାବିପତ୍ର  ଦେବା ସହ ଆଲୋଚନା କରିଥିଲେ। ହେଲେ ଜିଲ୍ଲାପାଳ ହିତାଧିକାରୀମାନଙ୍କୁ କହିଥିଲେ ଯେ ବର୍ତ୍ତମାନ ପ୍ରଥମ ନୋଟିସରେ ଘର ଭାଙ୍ଗା ଯାଇନାହିଁ। ଏହା ଉପରେ ଆଲୋଚନା କରି  ରହୁଥିବା ପରିବାରମାନଙ୍କୁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ।

ଏହି ନୋଟିସ ପାଇବା ପରେ ଗ୍ରାମବାସୀ ଚିନ୍ତାରେ ପଡ଼ିଥିବା ବେଳେ  ଆଜି ମାଲପଡ଼ା ଗ୍ରାମର ଜଙ୍ଗଲଜମି ହିତାଧିକାରୀ ନୂଆପଡ଼ା ଜିଲ୍ଲାପାଳ ଅଫିସରେ ପହଞ୍ଚିଥିଲେ। ହୀରାଧର  ସାହୁଙ୍କ ନେତୃତ୍ବରେ ଜିଲ୍ଲାପାଳ ମଧୂସୁଧନ  ଦାଶଙ୍କୁ ଭେଟି ଏକ ଦାବିପତ୍ର  ଦେବା ସହ ଆଲୋଚନା କରିଥିଲେ। ହେଲେ ଜିଲ୍ଲାପାଳ ହିତାଧିକାରୀମାନଙ୍କୁ କହିଥିଲେ ଯେ ବର୍ତ୍ତମାନ ପ୍ରଥମ ନୋଟିସରେ ଘର ଭାଙ୍ଗା ଯାଇନାହିଁ। ଏହା ଉପରେ ଆଲୋଚନା କରି  ରହୁଥିବା ପରିବାରମାନଙ୍କୁ  ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ଏହି ଦାବିପତ୍ର ସମୟରେ ଜିଲ୍ଲାପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ, ଦଶମୁ ବାଗ, ମନୋହର ବାଗ, ତ୍ରିନାଥ ସାହୁ, ଶଶିଭୂଷଣ ସାହୁ, ଲକ୍ଷ୍ମୀକାନ୍ତ  ସାହୁ, ଯଦୁମଣି ବାଗ, ଳିଙ୍ଗରାଜ ପଣ୍ଡାଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe