ବିସ୍ଥାପିତ ଝିଅଙ୍କ ପୁନର୍ବାସ, ଥଇଥାନ ପ୍ରସଙ୍ଗ: ଜିଲ୍ଲାପାଳ, ଆରଡିସିଙ୍କ ଅନୁମୋଦନକୁ କମ୍ପାନି ମାନୁନି

Advertisment

ସୁନ୍ଦରଗଡ଼ ଜିଲ୍ଲାପାଳ, ଆରଡିସିଙ୍କ ଅନୁମୋଦନ ସତ୍ତ୍ବେ ଏନଟିପିସି ଡୁଲିଙ୍ଗା କୋଇଲା ଖଣି ବିସ୍ଥାପିତ ପରିବାର ଝିଅମାନଙ୍କୁ ପୁନର୍ବାସ, ଥଇଥାନ ପ୍ରାପ୍ୟ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରିଚାଲିଛି।

ସୁନ୍ଦରଗଡ଼ ଜିଲ୍ଲାପାଳ, ଆରଡିସିଙ୍କ ଅନୁମୋଦନ ସତ୍ତ୍ବେ ଏନଟିପିସି ଡୁଲିଙ୍ଗା କୋଇଲା ଖଣି ବିସ୍ଥାପିତ ପରିବାର ଝିଅମାନଙ୍କୁ ପୁନର୍ବାସ, ଥଇଥାନ ପ୍ରାପ୍ୟ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରିଚାଲିଛି।

1604256647_coal2

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାପାଳ, ଆରଡିସିଙ୍କ ଅନୁମୋଦନ ସତ୍ତ୍ବେ ଏନଟିପିସି ଡୁଲିଙ୍ଗା କୋଇଲା ଖଣି ବିସ୍ଥାପିତ ପରିବାର ଝିଅମାନଙ୍କୁ ପୁନର୍ବାସ, ଥଇଥାନ ପ୍ରାପ୍ୟ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରିଚାଲିଛି। ଏହାର ପ୍ରତିବାଦରେ ପୂର୍ବ ଚେତାବନୀ ମୁତାବକ ଆଜି ସକାଳୁ ଏନଟିପିସି ଡୁଲିଙ୍ଗା ଖଣି ବନ୍ଦ କରିଛନ୍ତି ବିସ୍ଥାପିତ ଝିଅ ସମୂହ।

ଫଳରେ ଖଣିରେ କୋଇଲା ଉତ୍ତୋଳନ ସହ ପରିବହନ ବନ୍ଦ ରହିଛି। ଆନ୍ଦୋଳନ ସ୍ଥଳରେ ହେମଗିର ତହସିଲଦାର ସାରିକାରାଣୀ ଧମେଲ ଓ ହେମଗିର ଥାନାଧିକାରୀ ବ୍ଯାପକ ପୁଲିସ ବଳ ସହ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି। ଅଭିଯୋଗ ରହିଛି, ଏନଟିପିସି ଡୁଲଙ୍ଗା କୋଇଲା ଖଣି ପ୍ରକଳ୍ପ ବିସ୍ଥାପିତ ପରିବାରର ୪୦ ଝିଅଙ୍କୁ ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ ସୁବିଧା ଓ କ୍ଷତିପୂରଣ ପାଇଁ ଦାବି ହୋଇଆସୁଥିବା ବେଳେ କମ୍ପାନି ଏମାନଙ୍କୁ ବିବାହିତା ଦର୍ଶାଇ କ୍ଷତିପୂରଣ ଦେବାକୁ ମନା କରି ଦେଇଥିଲା। ହେଲେ ସର୍ବେକ୍ଷଣ ସମୟରେ ତାଲିକାରେ ଥିବା ଝିଅମାନଙ୍କୁ ପରବର୍ତ୍ତୀ ସମୟରେ ଚଞ୍ଚକତା ପୂର୍ବକ ବାଦ୍‌ ଦିଆଯାଇଥିବା ଅଭିଯୋଗ କରି ଝିଅମାନେ ରା‌ସ୍ତାକୁ ଓହ୍ଲାଇ ୩ ବର୍ଷ ଧରି ନ୍ୟାଯ୍ୟ ହକ୍‌ ମାଗି ଚାଲିଛନ୍ତି।

ବହୁ ଦାବି ପରେ ତଦନ୍ତ କରି ଜିଲ୍ଲାପାଳ ବିସ୍ଥାପିତ ପରିବାରର ୪୦ ଜଣ ଝିଅଙ୍କ ପୁନର୍ବାସ ଓ ଥଇଥାନର ‌ଯୋଗ୍ୟ ତାଲିକାକୁ ଅନୁମୋଦନ କଲେ। ଏହା ପରେ ଜିଲ୍ଲାପାଳଙ୍କ ଅନୁମୋଦନ ପତ୍ର ସହ ହେମଗିର ତହସିଲଦାର ତୁରନ୍ତ  କ୍ଷତିପୂରଣ ରାଶି ଜମା କରିବାକୁ ୧୫.୭.୨୦୨୪ରେ ଏନଟିପିସି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ। ଅନୁମୋଦନର ୧୫ ଦିନ ମଧ୍ୟରେ ଝିଅମାନଙ୍କୁ ପ୍ରାପ୍ୟ ମିଳିବା କଥା। କିନ୍ତୁ ଆରଡିସିଙ୍କ ଅନୁମୋଦନ ନଥିବା ଦର୍ଶାଇଥିଲା କମ୍ପାନି।

ଏହାର ପ୍ରତିବାଦ କରାଯିବାରୁ ୨୫.୧.୨୦୨୫ ମଧ୍ୟରେ କ୍ଷତିପୂରଣ ରାଶି ଜମା କରି‌ଦେବ ବୋଲି କହିଥିଲା କମ୍ପାନି। ହେଲେ ଦିନ ଗଡ଼ାଇ ନେବାରୁ ବିସ୍ଥାପିତ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରିଥିଲେ। ଉପ କମିଟିର ଅନୁମୋଦନ ପରେ ମାର୍ଚ୍ଚରେ ରାଜସ୍ବ ଆୟୁକ୍ତ ଅନୁମୋଦନ କଲେ। ଏହା ସତ୍ତ୍ବେ କମ୍ପାନି ଦିନ ଗଡ଼ାଇ ନେଉଥିବାରୁ ବିସ୍ଥାପିତ ଝିଅ ଅସନ୍ତୋଷ ପ୍ରକାଶ କରି ଯୁବ ନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ସହ  ୨୫ ତାରିଖରେ  ଉପଜିଲ୍ଲାପାଳଙ୍କୁ ଭେଟି    ଚଳିତ ଜୁନ୍‌ ୨୮ ତାରିଖ ମଧ୍ୟରେ ପ୍ରାପ୍ୟ ଦିଆ ନଗଲେ ୩୦ ତାରିଖରେ ଖଣି ବନ୍ଦ କରିବେ ବୋଲି ଚେତାବନୀ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe