ଚାଉଳବାଞ୍ଜିଗାରେ ନୂଆଁଖାଇ ଭେଟ୍‌ଘାଟ୍

ଖପ୍ରାଖୋଲ ବ୍ଳକ ମହରାପଦର ପଞ୍ଚାୟତ ଚାଉଳବାଞ୍ଜି ଠାରେ ଗ୍ରାମ ପରିଚାଳନା କମିଟି ଓ ଯୁବ ଗୋଷ୍ଠୀଙ୍କ ସହଯୋଗରେ ନୂଆଁଖାଇ ଭେଟ୍‌ଘାଟ୍ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ମଧୁବନ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

New Project (3)

ଧଣ୍ଡାମୁଣ୍ଡା: ଖପ୍ରାଖୋଲ ବ୍ଳକ ମହରାପଦର ପଞ୍ଚାୟତ ଚାଉଳବାଞ୍ଜି ଠାରେ ଗ୍ରାମ ପରିଚାଳନା କମିଟି ଓ ଯୁବ ଗୋଷ୍ଠୀଙ୍କ ସହଯୋଗରେ ନୂଆଁଖାଇ ଭେଟ୍‌ଘାଟ୍ ଅନୁଷ୍ଠିତ ହୋଇଯାଇଛି। ନୂଆଁଖାଇ ଭେଟ୍‌ଘାଟ୍ କାର୍ଯ୍ୟକ୍ରମ ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ମଧୁବନ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଗ୍ରାମର ଗୌନ୍ତିଆ ସୁବଳ ନିଆଲ, ସମ୍ମାନିତ ଅତିଥି ଭାବରେ ଶେଷ ଦେବ ଧରୁଆ, ଫକୀର ସେଲମା, ଟେଂଗୁନୁ ଦାସ, ତୁଳସାରାମ ଛତ୍ରିଆ, ଅଙ୍ଗଦ ଧରୁଆ, ସୁବଳ ବରିହା, ଦମୟନ୍ତୀ ନିଆଲ, ଦଶରୁ ବରିହା ପ୍ରମୁଖ ମଂଚାସୀନ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ କବି  ଧରମ ସିଂ ଧରୁଆ ଅଂଶ ଗ୍ରହଣ କରିଥିଲେ। ରାଜୁ ଦାସ, ଶଶୀକାନ୍ତ ଧରୁଆ ମଞ୍ଚ ପରିଚାଳନା କରିଥିଲେ।

ବୁଢ଼ା ଦାସ,ନାରାୟଣ ବରିହା, ବାସୁଦେବ ଧରୁଆ, ସୁବାସ ଧରୁଆ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ମାଠିଆ ପିଟା, ହୁଳହୁଳି,ମ୍ୟୁଜିକ ଚେୟାର, ନୃତ୍ୟ ଓ ସଂଗୀତ ପ୍ରଭୃତି ମନୋରଞ୍ଜନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ ନାରାୟଣ ବରିହା ଧନ୍ୟବାଦ ଦେଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe