Advertisment

ସମର୍ପଣର ପର୍ବ ନୂଆଖାଇ: ଲକ୍ଷ୍ମୀନାରାୟଣ ସାହୁ

Advertisment

ଅତୀତରେ ଲୋକେ ଜଙ୍ଗଲରେ ରହୁଥିଲେ। ଚାଷ କରୁଥିଲେ ଓ ସେମାନଙ୍କ ବିଶ୍ବାସ ଥିଲା ଯେ, ଆମକୁ ଯାହା ମିଳୁଛି, ତାହା ଧରିତ୍ରୀ ମା’ ଦେଉଛନ୍ତି। ସେଥିପାଇଁ ସେମାନେ ଧରିତ୍ରୀ ମା’ଙ୍କ ଉଦ୍ଦେଶ୍ୟରେ ଅର୍ପଣ କରୁଥିଲେ। ଆମେ ଯେତେବେଳେ ଧାନ ଉପୁଜାଉଛେ, ତାହା ପ୍ରଥମେ ମା’ଙ୍କ ଉଦ୍ଦେଶ୍ୟରେ ଅର୍ପଣ କରୁଛେ।

ଅତୀତରେ ଲୋକେ ଜଙ୍ଗଲରେ ରହୁଥିଲେ। ଚାଷ କରୁଥିଲେ ଓ ସେମାନଙ୍କ ବିଶ୍ବାସ ଥିଲା ଯେ, ଆମକୁ ଯାହା ମିଳୁଛି, ତାହା ଧରିତ୍ରୀ ମା’ ଦେଉଛନ୍ତି। ସେଥିପାଇଁ ସେମାନେ ଧରିତ୍ରୀ ମା’ଙ୍କ ଉଦ୍ଦେଶ୍ୟରେ ଅର୍ପଣ କରୁଥିଲେ। ଆମେ ଯେତେବେଳେ ଧାନ ଉପୁଜାଉଛେ, ତାହା ପ୍ରଥମେ ମା’ଙ୍କ ଉଦ୍ଦେଶ୍ୟରେ ଅର୍ପଣ କରୁଛେ।

ବୀରମହାରାଜପୁର: ଯେତେବେଳେ ଲୋକେ ଜଙ୍ଗଲରେ ରହୁଥିଲେ, ପ୍ରଥମେ ଚାଷ କରୁଥିଲେ। ସେମାନଙ୍କ ବିଶ୍ବାସ ଥିଲା ଯେ, ଆମକୁ ଯାହା ମିଳୁଛି, ତାହା ଧରିତ୍ରୀ ମା’ ଦେଉଛନ୍ତି। ସେଥିପାଇଁ ସେମାନେ ଧରିତ୍ରୀ ମା’ଙ୍କ ଉଦ୍ଦେଶ୍ୟରେ ଅର୍ପଣ କରୁଥିଲେ। ସେଥିପାଇଁ ଆମେ ଯେତେବେଳେ ଧାନ ଉପୁଜାଉଛେ, ତାହା ପ୍ରଥମେ ମା’ଙ୍କ ଉଦ୍ଦେଶ୍ୟରେ ଅର୍ପଣ ହେଉଛି। ଆମ୍ବ, ଶିମ୍ବ ଖାଇବା ପୂର୍ବରୁ ପ୍ରଥମେ ମା’ଙ୍କୁ ସମର୍ପଣ କରିଥାଉ। ‌ଏହି କ୍ରମରେ ଧାନକୁ ମଧ୍ୟ ପ୍ରଥମେ ମା’ଙ୍କ ନିକଟରେ ଅର୍ପଣ କରିଥାଉ। କାଳକ୍ରମେ ଏହି ପରଂପରା ଗଣପର୍ବରେ ପରିଣତ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧିନ ଭାଲୁଡୁଙ୍ଗୁରୀରେ ଅନୁଷ୍ଠିତ ପ୍ରତିଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଲକ୍ଷ୍ମୀନାରାୟଣ ସାହୁ ଏହା କହିଛନ୍ତି।

Bhaludunguri

ଶିକ୍ଷାବିତ୍‌ ଶ୍ରୀ ସାହୁ କହିଛନ୍ତି, ପଶ୍ଚିମ ଓଡ଼ିଶାର ଲୋକେ ଗୋଟିଏ ବର୍ଷରୁ ନୂଆଖାଇକୁ ଅପେକ୍ଷା କରିଥାନ୍ତି। ଏହା ଏଭଳି ଏକ ପର୍ବ ଯିଏ ଯେଉଁଠି ଥିଲେ ମଧ୍ୟ ଜନ୍ମଭୂମିକୁ ଆସିଥାନ୍ତି। ପାରିବାରିକ, ଗୋଷ୍ଠୀଗତ ବିବାଦ ଭୁଲିଯାଇ ନୂଆଖାଇକୁ ଉତ୍ସାହିତ ସହିତ ପାଳନ କରିଥାନ୍ତି। ପୂର୍ବର ରାଗରୁଷା ଭୁଲିବାକୁ ପଡ଼ିଥାଏ। ଏହା ଏକ ନିଆରା ପର୍ବ। ମୁଁ ବି ହେବି ‘ପ୍ରତିଭା’ ଏକ ସୁନ୍ଦର କାର୍ଯ୍ୟକ୍ରମ। ଆନ୍ତରିକତା ହେଉଛି ଜୀବନର ଅନ୍ୟ ସବୁଠାରୁ ବଡ଼ କଥା, ଯାହା ପର୍ବ, ଉତ୍ସବ ଓ ମହୋତ୍ସବର ଗୁରୁତ୍ବକୁ ବଢ଼ାଇଥାଏ। ପ୍ରତି ପିଲାଙ୍କ ଠାରେ ପ୍ରତିଭା ରହିଛି। ସେହି ପ୍ରତିଭାକୁ ଚିହ୍ନାଯିବା ଦରକାର।

publive-image

ଗଣେଶ ପୂଜା କମିଟି ପକ୍ଷରୁ ଆୟୋଜିତ ସମାରୋହରେ ଶିକ୍ଷାବିତ୍‌ ସୁଶୀଳ ପ୍ରଧାନ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ସେ କହିଥିଲେ, ପ୍ରତିଭା ସମସ୍ତଙ୍କର ଠାରେ ଥାଏ। କନ୍ତୁ ସେହି ପ୍ରତିଭା ‌ସମସ୍ତଙ୍କର ଠାରେ ପହଞ୍ଚାଇବା ପାଇଁ ଏକ ପ୍ଲାଟଫର୍ମ ଦରକାର। ଏକଲବ୍ୟ କିପରି ତାଙ୍କର ଗୁରୁଙ୍କର ପ୍ରତିଭାକୁ ପ୍ରତିଷ୍ଠିତ କରି ବିଶ୍ବ ଦରବାରରେ ଶ୍ରେଷ୍ଠ ଶିଷ୍ୟ ହୋଇପାରିଥିଲେ। ସଚ୍ଚିନ ତେନ୍ଦୁଲକର ନିଜର ନିଷ୍ଠା ବଳରେ ବିଶ୍ବରେ ପରିଚିତ ହୋଇପାରିଛନ୍ତି।  
ଭାଲୁଡୁଙ୍ଗୁରୀ ଗାଁର ଭଗବାନ ସାହୁଙ୍କୁ ସମ୍ମାନିତ କରାଯାଇଥିଲା। ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା-୨୦୨୪ରେ ୯୦ ପ୍ରତିଶତ ନମ୍ବର ରଖିଥିବା କୁନ୍ତି ସାହୁଙ୍କୁ ପ୍ରତିଭା ସମ୍ମାନ-୨୦୨୪ରେ ସମ୍ମାନିତ କରାଯାଇଥିଲା। ଚିତ୍ରାଙ୍କନ, ସାଧାରଣଜ୍ଞାନ, ଗୀତ ଓ ନୃତ୍ୟ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତା ପାଇଁ ପ୍ରତାପ ମଲ୍ଲିକ ଓ ଦୀପକ ସାହୁ (ପିଣ୍ଟୁ) ବିଚାରକ ଥିଲେ। ସୁବ୍ରତ ସାହୁ ଓ ଗୋପୀନାଥ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ପୂଜା କମିଟିର ସଦସ୍ୟ ଭଗବାନ ଧଳ ମଧ୍ୟ ମଞ୍ଚାସୀନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe