ଭୁଲରେ ନର୍ସ କାଟିଦେଲେ ପାଞ୍ଚମାସିଆ ଶିଶୁର ଆଙ୍ଗୁଳି !

Advertisment
ଭୁଲରେ ନର୍ସ କାଟିଦେଲେ ପାଞ୍ଚମାସିଆ ଶିଶୁର ଆଙ୍ଗୁଳି !

.oneindia

ଅହମଦାବାଦ: ଉତ୍ତରପ୍ରଦେଶ କାନପୁର ପରେ ଗୁଜୁରାଟର ଅହମ୍ମଦାବାଦରେ ନର୍ସଙ୍କ ଅବହେଳା ନେଇ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ଆସିଛି କି, ଅବହେଳା ହେତୁ ନର୍ସ ଜଣେ ପାଞ୍ଚ ମାସର  ଶିଶୁର ଆଙ୍ଗୁଳି କାଟି ଦେଇଛନ୍ତି । ଏହି ମାମଲାରେ ସ୍ଥାନୀୟ ଚିକିତ୍ସା ଅଧିକାରୀ ଡାକ୍ତର ଜିତେନ୍ଦ୍ର ପରମାରଙ୍କ କହନ୍ତି, ଶିଶୁକୁ ନିମୋନିଆ ହୋଇଥିଲା। ନର୍ସ ଶିଶୁର ପଟି ହଟାଉ ଥିବା ସମୟରେ ଭୁଲବଶତଃ ଶିଶୁର ଆଙ୍ଗୁଳିର ଏକ ଅଂଶ କଟି ଯାଇଥିଲା।

ଏଭଳି ଏକ ମାମଲା ଅହମ୍ମଦାବାଦର ବାଡିଲାଲ ସାରାଭାଇ ହସ୍‌ପିଟାଲରେ ଘଟିଛି। ଏଠାରେ ଅସୁସ୍ଥ ଥିବା ପାଞ୍ଚ ମାସର ଶିଶୁକୁ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା। ସ୍ଥାନୀୟ ଚିକିତ୍ସା ଅଧିକାରୀ ଡାକ୍ତର ଜିତେନ୍ଦ୍ର ପରମାରଙ୍କ କହିବାନୁସାରେ, ଶିଶୁକୁ ନିମୋନିଆ ହୋଇଥିଲା। ଯାହାର ଚିକିତ୍ସା ଚାଲୁ ଥିଲା। ନର୍ସ ଶିଶୁ ହାତର ପଟି ହଟାଉଥିଲେ। ଏହି ସମୟରେ ଭୁଲରେ ଶିଶୁର ଆଙ୍ଗୁଳିର ଏକ ଅଂଶ କଟି ଯାଇଥିଲା।

publive-image

ଗତ କିଛିଦିନ ତଳେ ଏମିତି ଏକ ମାମଲା ଉତ୍ତରପ୍ରଦେଶ କାନପୁରରେ ଦେଖିବାକୁ ମିଳିଥିଲା। ମରିୟମପୁର ହସ୍‌ପିଟାଲରେ ନର୍ସ ଶିଶୁର ପଟି ହଟାଉ ଥିବା ସମୟରେ କଇଁଚିରେ ନବଜାତ ଶିଶୁର ହାତ କାଟି ଦେଇଥିଲେ। ପୀଡିତ ଦମ୍ପତ୍ତି ଶିଶୁର କଟା ଆଙ୍ଗୁଳି ମାଗିଥିଲେ, କାରଣ ପ୍ଲାଷ୍ଟିକ୍‌ ସର୍ଜରି ଦ୍ୱାରା ଯେମିତି ତାହାକୁ ପୁଣିଥରେ ଯୋଡି ପାରିବେ। କିନ୍ତୁ ହସ୍‌ପିଟାଲ ନର୍ସକୁ ବଞ୍ଚାଇବାକୁ ଯାଇ ଶିଶୁର କଟା ଆଙ୍ଗୁଳି ଦେଇ ନଥିଲେ। ଏହି ମାମଲାରେ ହସ୍‌ପିଟାଲ୍‌ ପରିଚାଳକ ନିଲମ୍ବନ ମଧ୍ୟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe