ଜାତୀୟ ଆଲୋଚନାଚକ୍ର: ଓଡ଼ିଆ ସାହିତ୍ୟ ଓ ସଂସ୍କୃତିରେ ଶ୍ରୀଜଗନ୍ନାଥ

Advertisment

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରଠାରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ଟ୍ରଷ୍ଟ, ଓଡ଼ିଶା, ରାଇରଙ୍ଗପୁର ପକ୍ଷରୁ ଏକ ଜାତୀୟ ଆଲୋଚନାଚକ୍ର ଲିଟିଲ୍ ଫ୍ଳାୱାର ସ୍କୁଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରଠାରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ଟ୍ରଷ୍ଟ, ଓଡ଼ିଶା, ରାଇରଙ୍ଗପୁର ପକ୍ଷରୁ ଏକ ଜାତୀୟ ଆଲୋଚନାଚକ୍ର ଲିଟିଲ୍ ଫ୍ଳାୱାର ସ୍କୁଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

Mayurbhanj
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରଠାରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ଟ୍ରଷ୍ଟ, ଓଡ଼ିଶା, ରାଇରଙ୍ଗପୁର ପକ୍ଷରୁ ଏକ ଜାତୀୟ ଆଲୋଚନାଚକ୍ର ଲିଟିଲ୍ ଫ୍ଳାୱାର ସ୍କୁଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ତିମିର ରଞ୍ଜନ ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ଥାନା ଏସ୍‌ଡିପିଓ ଗୋକୁଳାନଳ ସାହୁ, ମୁଖ୍ୟବକ୍ତା ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ସାହିତ୍ୟିକ ଡ.ଅସିତ୍ ମହାନ୍ତି ତଥା ଟ୍ରଷ୍ଟି ମୁଖ୍ୟ ଇଂ ରାଧାଶ୍ୟାମ ପାତ୍ର ମଞ୍ଚାସୀନ ଥିଲେ। ସର୍ବ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁ ବିଗ୍ରହରେ ଧୂପ ଦୀପ ପ୍ରଜୂଳନ ପୂର୍ବକ ପ୍ରଥମ ଅଧିବେଶନକୁ ଉଦଘାଟନ କରାଯାଇଥିଲା। ଡ. ଦିଗମ୍ବର ଗିରି ବେଦମନ୍ତ୍ର ଉଚ୍ଚାରଣ କରି ପରିବେଶକୁ ଜଗନ୍ନାଥମୟ କରିଦେଇଥିଲେ। ସଭାପତିଙ୍କ ସ୍ୱାଗତ ଭାଷଣ ପରେ ସମ୍ପାଦକ ରଞ୍ଜନ କୁମାର ନନ୍ଦ ସଂଯୋଜନା ସହ ଟ୍ରଷ୍ଟର ବିବରଣୀ ପଠନ କରିଥିଲେ। ତତ୍ପରେ ମୁଖ୍ୟ ଅତିଥି ଶ୍ରୀ ସାହୁ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ସହ କିପରି ଶ୍ରୀଜଗନ୍ନାଥ ଜଡିତ ଅଛନ୍ତି ତାହା ବର୍ଣ୍ଣନା କରିଥିଲେ।
Mayurbhanj

ସର୍ବ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁ ବିଗ୍ରହରେ ଧୂପ ଦୀପ ପ୍ରଜୂଳନ ପୂର୍ବକ ପ୍ରଥମ ଅଧିବେଶନକୁ ଉଦଘାଟନ କରାଯାଇଥିଲା। ଡ. ଦିଗମ୍ବର ଗିରି ବେଦମନ୍ତ୍ର ଉଚ୍ଚାରଣ କରି ପରିବେଶକୁ ଜଗନ୍ନାଥମୟ କରିଦେଇଥିଲେ। ସଭାପତିଙ୍କ ସ୍ୱାଗତ ଭାଷଣ ପରେ ସମ୍ପାଦକ ରଞ୍ଜନ କୁମାର ନନ୍ଦ ସଂଯୋଜନା ସହ ଟ୍ରଷ୍ଟର ବିବରଣୀ ପଠନ କରିଥିଲେ। ତତ୍ପରେ ମୁଖ୍ୟ ଅତିଥି ଶ୍ରୀ ସାହୁ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ସହ କିପରି ଶ୍ରୀଜଗନ୍ନାଥ ଜଡିତ ଅଛନ୍ତି ତାହା ବର୍ଣ୍ଣନା କରିଥିଲେ।

ପ୍ରଥମ ଅଧିବେଶନ ଶେଷରେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ନିଜର ଜୀବନକୁ ଉତ୍ସର୍ଗ କରି ତାଙ୍କ ପ୍ରଚାର ଓ ପ୍ରସାର ଓ ସେବା ନିମନ୍ତେ ବିଭିନ୍ନ କାର୍ଯ୍ୟ କରିଥିବାରୁ ମଦନ ମୋହନ ମହାନ୍ତଙ୍କୁ ଟ୍ରଷ୍ଟ ପକ୍ଷରୁ ‘ସେବା ବିଭୂଷଣ’ ଓ ଡ. ଅସିତ ମହାନ୍ତିଙ୍କୁ ଜୀବନବ୍ୟାପୀ ଶ୍ରୀଜଗନ୍ନାଥଙ୍କ ଉପରେ ଗବେଷଣା ଜାରି ରଖିଥିବାରୁ ତାଙ୍କୁ ‘ଉତ୍କଳ ଜ୍ୟୋତି’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଇତ୍ୟବସରରେ ଡ. ଜ୍ୟୋତିର୍ମୟୀ ତ୍ରିପାଠୀଙ୍କ କବିତା ସଂକଳନ 'ସମ୍ପର୍କର ସେତୁ ' ଲୋକାର୍ପଣ କରାଯାଇଥିଲା। ପ୍ରଥମ ଅଧିବେଶନ ଶେଷରେ ଟ୍ରଷ୍ଟି ଉପ ସଭାପତି ତଥା ଅଧ୍ୟାପକ ବିଜୟ କୁମାର ରାମ ଧନ୍ୟବାଦ ଅର୍ପଣ କରିଥିଲେ। 
ଠିକ ସେହିପରି ସେମିନାରର ଦ୍ୱିତୀୟ ଅଧିବେଶନରେ ମଞ୍ଚାସୀନ ଥିଲେ ମୁଖ୍ୟବକ୍ତା ତ. ଅସିତ ମହାନ୍ତି, ଟ୍ରଷ୍ଟି ମୁଖ୍ୟ ଇଂ.ରାଧାଶ୍ୟାମ ପାତ୍ର, ସେମିନାର ମୁଖ୍ୟ ଡ.ଦିଗମ୍ବର ଗିରି ତଥା ଟ୍ରଷ୍ଟ ସଭାପତି ତିମିର ରଞ୍ଜନ ପଣ୍ଡା। ଉକ୍ତ ଅଧିବେଶନର ପ୍ରାରମ୍ଭରେ ଡ.ଗିରି ଭିତ୍ତିପ୍ରବନ୍ଦ ଉପସ୍ଥାପନ କରିଥିଲେ। ଭକ୍ତ ଅଧିବେଶନରେ ଟ୍ରଷ୍ଟି ମୁଖ୍ୟ ଇଂ.ରାଧାଶ୍ୟାମ ପାତ୍ର ଓ ମୁଖ୍ୟବକ୍ତା ଡ. ଅସିତ ମହାନ୍ତି ଓଡ଼ିଆ ସାହିତ୍ୟ ଓ ସଂସ୍କୃତିରେ ଶ୍ରୀଜଗନ୍ନାଥ କିପରି ଅଙ୍ଗାଙ୍ଗୀଭାବେ ଜଡିତ ସେ ସମ୍ପର୍କରେ ବିଶଦ ଧାରଣା ଦେଇ ମହାପ୍ରଭୁଙ୍କ ସମ୍ପର୍କରେ ବିଭିନ୍ନ ଅଜଣା ତଥ୍ୟ ଉପସ୍ଥାପନ କରିଥିଲେ। ତତ୍ପରେ ବୈଷୟିକ ସନ୍ଦର୍ଭ ପାଠ କରିଥିଲେ ଯଥାକ୍ରମେ ପୁଷ୍ପଲତା ମହାନ୍ତି, କୌଶିକ କାଶ୍ୟପ, ପତିତପାବନ ଗିରି, ମାନସ ରଞ୍ଜନ ବେହେରା, ରାମେଶ୍ଵରୀ ପଟ୍ଟନାୟକ, ଜୟଶ୍ରୀ ଦାସ, ମିତ୍ରଭାନୁ ତନ୍ତ୍ରୀ, ଡ. ଜ୍ୟୋତିର୍ମୟୀ ତ୍ରିପାଠୀ, ବିଜୟ କୁମାର ରାମ୍, ପ୍ରମିଳା ସ୍ୱାଇଁ, ଜଗନ୍ନାଥ ବଳ, ଡ. ଭାଗବତ ଲେଙ୍କା, ଡ.ତନ୍ମୟୀ ରଥ ଓ ଅଧ୍ୟାପକ ଲଳିତ ମହାନ୍ତ। ଶେଷରେ ସମସ୍ତ ସନ୍ଧର୍ଭ ଉପସ୍ଥାପକଙ୍କୁ ଅତିଥିଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଉକ୍ତ ଆଲୋଚନାଚକ୍ରରେ ଲିଟିଲ୍ ଫ୍ଲାୱାର ସ୍କୁଲର ସମସ୍ତ କର୍ମଚାରୀ, ଟ୍ରଷ୍ଟ ଉପସଭାପତି ତଥା ଲିଟିଲ୍ ଫ୍ଲାୱାର ସ୍କୁଲର ନିର୍ଦ୍ଦେଶକ କାଳି ପ୍ରସନ୍ନ ମହାନ୍ତି ତଥା ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ରେଡି ଭଲେଣ୍ଟିଆର ମାନଙ୍କ ସହଯୋଗ ପ୍ରଶଂସନୀୟ। ଶେଷରେ ଟ୍ରଷ୍ଟ କୋଷାଧକ୍ଷ ମାନସ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe