ସୀମାନ୍ତ ଝାଡ଼ଖଣ୍ଡ ଗ୍ରାମବାସୀଙ୍କ ଜୀବିକା ରୋଜଗାର ଦେଉଛି ଓଡ଼ିଶା ହାଟ

Advertisment

ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଅନେକ ଗାଁରେ ବଦଳୁନି ଚିତ୍ର। ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର, ବିଶ୍ରା ଓ ନୂଆଗାଁ ଲାଗିଛି ଏପରି ୩୫ରୁ ଅଧିକ ଗାଁ। ଘର ଝାଡ଼ଖଣ୍ଡରେ, କିନ୍ତୁ ଜୀବନଜୀବିକା ସବୁ ଓଡ଼ିଶାରେ।

bh

ରାଉରକେଲା: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଅନେକ ଗାଁରେ ବଦଳୁନି ଚିତ୍ର। ଜନ୍ମ ଝାଡ଼ଖଣ୍ଡ ମାଟିରେ। ହେଲେ ରୋଜଗାର, ସ୍ବାସ୍ଥ୍ୟସେବା ଦେଉଛି ଓଡ଼ିଶା। ଓଡ଼ିଶା ମାଟି ନ ଛୁଇଁଲେ ସେଠାରେ ଚଳିବା କେବଳ କଷ୍ଟକର ନୁହେଁ, ଅସମ୍ଭବ। ନକ୍ସଲ ଉପଦ୍ରୁତ ଏସବୁ ଗାଁରେ ବିକାଶ ବାଟ ହୁଡୁଛି। ଓଡ଼ିଶାର ସୀମାନ୍ତ ହାଟ ଏମାନଙ୍କ ରୋଜଗାର ଏକମାତ୍ର ମାଧ୍ୟମ। ଲୋକମାନେ ଜଙ୍ଗଲ ରାସ୍ତାରେ ପ୍ରତିଦିନ ଛୁଟି ଆସନ୍ତି ଓଡ଼ିଶା ମାଟିକୁ। ସଞ୍ଜ ନଇଁଲେ ପୁଣି ଫେରିଯାଆନ୍ତି ଜନ୍ମମାଟିକୁ।

 ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର, ବିଶ୍ରା ଓ ନୂଆଗାଁ ଲାଗିଛି ଏପରି ୩୫ରୁ ଅଧିକ ଗାଁ। ଘର ଝାଡ଼ଖଣ୍ଡରେ, କିନ୍ତୁ ଜୀବନଜୀବିକା ସବୁ ଓଡ଼ିଶାରେ। ବୁଲୁନ୍ଦା, ରୁଙ୍ଘି, ଫଟକା, ରାଏକେଲା, ହୁର୍ଦା, ଓଡ଼ଗାଁ, ଗେନମେର, ଡଙ୍ଗାପାନି, ପରବା, ମାରାନି, ଜରମଣ୍ଡା, କୋହିପାଟ, ଟେମ୍ବର ଓ ଚାନମାଏ ଆଦି ଏମିତି ଅନେକ ଗାଁ ରହିଛି। ଝାଡ଼ଖଣ୍ଡର ପାରୋଡିହି, ମକରଣ୍ଡା, ସମଠା, ସାଗଯୋଡ଼ି, ରେଡା, ଧାନପାଲି, ପାଞ୍ଚପହିଆ, ଲାଇଲୋଇ, ଫୁଲବାରି, ପ୍ରଧାନପାଲି, ବିକାଳକୁଦର, ଅଭୟପୁର, ପୋଟକା, ପୁରାନାଡିହି, ନୱାଡ଼ିହି ଓ ଡୋମଲାଇ ଭଳି ୨୦ରୁ ଅଧିକ ଗାଁ ସୁନ୍ଦରଗଡ଼ର ବିଶ୍ରା ବ୍ଲକ ଅନ୍ତର୍ଗତ ଜରେଇକେଲାକୁ ଲାଗିଛି। ଏହି ୨୦ଟି ଗାଁରେ ୧୪ ହଜାରରୁ ଅଧିକ ଲୋକ ବସବାସ କରନ୍ତି। ସେମିତି ନୂଆଗାଁ ସୀମାକୁ ଲାଗିଥିବା ୧୬ରୁ ଅଧିକ ଗାଁରେ ରହନ୍ତି ପ୍ରାୟ ୧୦ ହଜାର ଲୋକ। ‌କିଛି ଲୋକ ଛୋଟଛୋଟ ବ୍ୟବସାୟ ମଧ୍ୟ କରନ୍ତି। ଆହୁରି ଶହଶହ ଲୋକ ରାଉରକେଲାରେ କୋଠାବାଡ଼ି ଓ ରାସ୍ତା ନିର୍ମାଣ କାମକରି ପରିବାର ଚଳାନ୍ତି।

ଚାଷୀମାନେ ନିଜ ଉତ୍ପାଦିତ ପନିପରିବା ଝାଡ଼ଖଣ୍ଡ ପରିବର୍ତ୍ତେ ଓଡ଼ିଶା ହାଟରେ ବିକନ୍ତି, ରାଉରକେଲା ମଧ୍ୟ ଆସନ୍ତି। ନୂଆଗାଁର କାତେପୁର, ନୂଆଗାଁ, ସୋରଡ଼ା, ହାତୀବାରି, ପୁରୁଣାପାଣି ସାପ୍ତାହିକ ହାଟ, ବିଶ୍ରାର ଜରେଇକେଲା, ଭାଲୁଲତା ଆଦି ହାଟରେ ଏମାନେ ଦୈନନ୍ଦିନ ବେପାର କରନ୍ତି। ପର୍ବପର୍ବାଣି, ବିବାହ, ବ୍ରତ ଆଦି ସାମାଜିକ କାର୍ଯ୍ୟକ୍ରମରେ ଜିନିଷପତ୍ର ପାଇଁ ଏମାନଙ୍କ ପ୍ରମୁଖ ବଜାର ହେଉଛି ରାଉରକେଲା। ନୂଆଗାଁ ବ୍ଲକ ଚିତାପେଡ଼ି ପଞ୍ଚାୟତ ପନିଆସାଲ ପ୍ରାଥମିକ ବିଦ୍ୟାଳୟରେ ଝାଡ଼ଖଣ୍ଡର ହୃଦା, ରୁଙ୍ଘି, ବୁଲୁଣ୍ଡା ଆଦି ଅଞ୍ଚଳର କିଛି ପିଲା ପାଠ ପଢ଼ୁଛନ୍ତି। ଓଡ଼ିଶାର ବ୍ୟାଙ୍କ ସେବା ଉପରେ ମଧ୍ୟ ସେମାନେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ସ୍ବାସ୍ଥ୍ୟସେବା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌), ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ସମେତ ରାଉରକେଲାର ଘରୋଇ କ୍ଲିନିକ୍‌, ଘରୋଇ ହସ୍ପିଟାଲ ଉପରେ ଏହି ଗାଁ ଗୁଡ଼ିକର ଲୋକ ସମ୍ପୂର୍ଣ୍ଣ ନିର୍ଭରଶୀଳ। ବର୍ଷ ବର୍ଷ ଧରି ଓଡ଼ିଶାର ହାଟ ଏମାନଙ୍କୁ ରୋଜଗାର ଦେଇଆସୁଛି।‌ ଯେତେ ଦିନ ପର୍ଯ୍ୟନ୍ତ ସୀମାନ୍ତ ଗାଁରେ ବିକାଶ ଦେଖି ନଥିବ, ସେତେଦିନ ପର୍ଯ୍ୟନ୍ତ ସୀମାନ୍ତ ଝାଡ଼ଖଣ୍ଡବାସିନ୍ଦା ଓଡ଼ିଶା ଉପରେ ନିର୍ଭର କରୁଥିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe