Odisha Parab 2026 Inagurate: ଓଡ଼ିଶା ପରବ ୨୦୨୬ ଉଦ୍‌ଘାଟିତ: ଗୌହାଟୀରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ

Advertisment

ଓଡ଼ିଶା ପରବ ୨୦୨୬ ଆସାମର ଗୌହାଟୀରେ ଉଦଘାଟିତ ହୋଇଯାଇଛି । ପର୍ଯ୍ୟଟନ ବିଭାଗ ଓ ସହଯୋଗୀ ସଂସ୍ଥା ଫିକି ଆନୁକୂଲ୍ୟରେ ଏହି ପରବ ତିନିଦିନ ଧରି ଚାଲିବ । ଏଥିରେ ରାଜ୍ୟର ସମୃଦ୍ଧ ଐତିହ୍ୟ, ପରମ୍ପରା, ହସ୍ତଶିଳ୍ପ, ହସ୍ତକଳା, ଖାଦ୍ୟ ଓ ପର୍ଯ୍ୟଟନ ଅଭିଜ୍ଞତା ଏବଂ ଓଡ଼ିଶା ଓ ଆସାମ ମଧ୍ୟରେ ଥିବା ସମ୍ପର୍କ ପ୍ରଦର୍ଶିତ ହେଉଛି ।

ଓଡ଼ିଶା ପରବ ୨୦୨୬ ଆସାମର ଗୌହାଟୀରେ ଉଦଘାଟିତ ହୋଇଯାଇଛି । ପର୍ଯ୍ୟଟନ ବିଭାଗ ଓ ସହଯୋଗୀ ସଂସ୍ଥା ଫିକି ଆନୁକୂଲ୍ୟରେ ଏହି ପରବ ତିନିଦିନ ଧରି ଚାଲିବ । ଏଥିରେ ରାଜ୍ୟର ସମୃଦ୍ଧ ଐତିହ୍ୟ, ପରମ୍ପରା, ହସ୍ତଶିଳ୍ପ, ହସ୍ତକଳା, ଖାଦ୍ୟ ଓ ପର୍ଯ୍ୟଟନ ଅଭିଜ୍ଞତା ଏବଂ ଓଡ଼ିଶା ଓ ଆସାମ ମଧ୍ୟରେ ଥିବା ସମ୍ପର୍କ ପ୍ରଦର୍ଶିତ ହେଉଛି ।

IMG_5889.JPG

ଭୁବନେଶ୍ୱର: ଓଡ଼ିଶା ପରବ ୨୦୨୬ ଆସାମର ଗୌହାଟୀରେ ଉଦଘାଟିତ ହୋଇଯାଇଛି । ପର୍ଯ୍ୟଟନ ବିଭାଗ ଓ ସହଯୋଗୀ ସଂସ୍ଥା ଫିକି ଆନୁକୂଲ୍ୟରେ ଏହି ପରବ ତିନିଦିନ ଧରି ଚାଲିବ । ଏଥିରେ ରାଜ୍ୟର ସମୃଦ୍ଧ ଐତିହ୍ୟ, ପରମ୍ପରା, ହସ୍ତଶିଳ୍ପ, ହସ୍ତକଳା, ଖାଦ୍ୟ ଓ ପର୍ଯ୍ୟଟନ ଅଭିଜ୍ଞତା ଏବଂ ଓଡ଼ିଶା ଓ ଆସାମ ମଧ୍ୟରେ ଥିବା ସମ୍ପର୍କ ପ୍ରଦର୍ଶିତ ହେଉଛି । ଏହି ପରବକୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉଦ୍‌ଘାଟନ କରି କହିଲେ ଯେ ଏହି ଅଭିଯାନ ମାଧ୍ୟମରେ ଓଡ଼ିଶାର ସାଂସ୍କୃତିକ ବୈଭବ ଅନ୍ୟ ରାଜ୍ୟରେ ପ୍ରଦର୍ଶିତ ହେଉଥିବା ଅତ୍ୟନ୍ତ ଗର୍ବର କଥା । ଏହା ଦ୍ୱାରା ପାରସ୍ପରିକ ରାଜ୍ୟ ଓ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହୋଇପାରିବା ସହ ଆଧୁନିକ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଆହୁରି ସୁଦୃଢ଼ ହୋଇପାରିବ । 

ଏହି ପରବର ଉଦ୍‌ଘାଟନୀ ଉତ୍ସବରେ ଆସାମ ପର୍ଯ୍ୟଟନ ବିଭାଗ ଶାସନ ସଚିବ ଶ୍ରୀ ଦିଗନ୍ତ ବରାହ ଯୋଗଦେଇ ଆନ୍ତଃରାଜ୍ୟ ମଧ୍ୟରେ ପର୍ଯ୍ୟଟନର ପ୍ରୋତ୍ସାହନ ଓ ଏ କ୍ଷେତ୍ରରେ ଓଡ଼ିଶାର ପ୍ରୟାସକୁ ପ୍ରଶଂସା କରିଥିଲେ । ଏଥି ସହ ଦୁଇ ରାଜ୍ୟ ମଧ୍ୟରେ ଥିବା ଘନିଷ୍ଠତା ଉପରେ ମଧ୍ୟ ଆଲୋକପାତ କରିଥିଲେ । 

ଏହି ଓଡ଼ିଶା ପରବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ହସ୍ତଶିଳ୍ପ, ବୟନ ଓ ହସ୍ତତନ୍ତ ବିଭାଗ, ଓର୍‌ମାସ୍‌ ଓ ମିଶନ ଶକ୍ତି ବିଭାଗ ସହଯୋଗରେ ଆୟୋଜିତ ହେଉଛି । ଏହା ଆସନ୍ତା ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଭୟ ଓଡ଼ିଶା ଏବଂ ଉତ୍ତର ପୂର୍ବାଞ୍ଚଳର ରାଜ୍ୟଗୁଡ଼ିକ ମଧ୍ୟରେ ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ରରେ ଥିବା ସାମଞ୍ଜସ୍ୟ ଏବଂ ଏ ସଂକ୍ରାନ୍ତୀୟ ସହଯୋଗକୁ ଦୃଢ଼ କରିବା ଲକ୍ଷ୍ୟରେ ଗୌହାଟୀଠାରେ ଏହି ଓଡ଼ିଶା ପରବ ଆୟୋଜିତ ହେଉଛି । 

ଏହି ଉଦ୍‌ଘାଟନୀ ଉତ୍ସବରେ ପର୍ଯ୍ୟଟନ ବିଭାଗ ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ, ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ବରିଷ୍ଠ ଅଧିକାରୀ, ଅଂଶୀଦାର, ଶିଳ୍ପପତି, ପ୍ରବାସୀ ଓଡ଼ିଆ ଏବଂ ନିମନ୍ତ୍ରିତ ଅତିଥି ପ୍ରମୁଖ ଯୋଗଦେଇଥିଲେ । 

ଏହି ପରବ ମାଧ୍ୟମରେ ଶିଳ୍ପୀ-କାରିଗର, ଟୁର୍‌ ଅପରେଟର ଓ ସଂପୃକ୍ତ ଅଂଶୀଦାରମାନଙ୍କ ସହ ଗୋଟିଏ ସ୍ଥାନରେ ଭାବବିନିମୟ କରିବାର ସୁଯୋଗ ମିଳୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe