ପ୍ରଫେସର୍ ସଞ୍ଜୟ କୁମାର ନାୟକ ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ

Advertisment
ପ୍ରଫେସର୍ ସଞ୍ଜୟ କୁମାର ନାୟକ ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ

ଭୁବନେଶ୍ବର: ପ୍ରଫେସର୍ ସଞ୍ଜୟ କୁମାର ନାୟକ ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଚାରି ବର୍ଷ ଅବଧି ପାଇଁ ସେ କାର୍ଯ୍ୟ କରିବେ। କାର୍ଯ୍ୟଭାର ଗ୍ରହଣ କରିବା ଦିନ ଠାରୁ କିମ୍ବା ଏହା ପୂର୍ବରୁ ଯାହା ଅର୍ଡର ହେବ ସେ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେବ।

Plus II cutoff mark out, Ravenshaw tops list- The New Indian Express Image Courtesy: New Indian Express

ପ୍ରଫେସର ସଞ୍ଜୟ କୁମାର ନାୟକ ବର୍ତ୍ତମାନ ଚେନ୍ନାଇର ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ମହାନିର୍ଦ୍ଦେଶକ (ମୁଖ୍ୟ ଏକାଡେମିକ୍ ଅଫିସର) ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କର ୩୪ ବର୍ଷରୁ ଅଧିକ ଶିକ୍ଷାଦାନର ଅଭିଜ୍ଞତା ରହିଛି ଏବଂ ସେ ୩୫ ଟି ପୁସ୍ତକ ରଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe