ୟୁ ଟ୍ୟୁବ ନିଶାରେ ବନ୍ଧା ହେଲେ ଯୁବକ

ୟୁ ଟ୍ୟୁବର ବନ୍ୟ ପ୍ରାଣୀ ତଥା ବିଲୁପ୍ତ ପ୍ରଜାତି ଗୋଧିକୁ କାଟି ତାର ମାଂସ ରାନ୍ଧି ୟୁ ଟ୍ୟୁବରେ ଭାଇରାଲ କରିଥିଲେ l ଏଭଳି କାର୍ଯ୍ୟ ଅପରାଧ ଶ୍ରେଣୀର ଏବଂ ଏଥିପାଇଁ ଯୁବକଙ୍କୁ ଜେଲ ଯିବାକୁ ପଡ଼ିଛି।

New Project (2)

ଠାକୁରମୁଣ୍ଡା: ୟୁ ଟ୍ୟୁବର ବନ୍ୟ ପ୍ରାଣୀ ତଥା ବିଲୁପ୍ତ ପ୍ରଜାତି ଗୋଧିକୁ କାଟି ତାର ମାଂସ ରାନ୍ଧି ୟୁ ଟ୍ୟୁବରେ ଭାଇରାଲ କରିଥିଲେl ଏଭଳି କାର୍ଯ୍ୟ ଅପରାଧ ଶ୍ରେଣୀର ଏବଂ ଏଥିପାଇଁ ଯୁବକଙ୍କୁ ଜେଲ ଯିବାକୁ ପଡ଼ିବା ଘଟଣା ବେଶ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଛି l 

ଘଟଣାରୁ ପ୍ରକାଶ ଯେ, ଠାକୁରମୁଣ୍ଡା ବନାଞ୍ଚଳ ଚମ୍ପାଝର ସେକ୍ସନ ଅଧିନସ୍ଥ ଅସନବଣି ଗ୍ରାମର ରୁପା ନାଏକ ଜଣେ ୟୁ ଟ୍ୟୁବର l ସେ ଭଦ୍ରକ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ l ଭଦ୍ରକରୁ ଠାକୁରମୁଣ୍ଡା ଫେରିବା ବେଳେ ବନ୍ତ ନିକଟରେ ରାସ୍ତାକଡରେ ଗୋଧିଟିଏ ମରି ପଡ଼ିଥିବା ଦେଖିଥିଲେ l ଗୋଧିକୁ ନେଇ ଘରକୁ ଫେରି ତାକୁ କାଟି ରୋଷେଇ କରିଥିଲେ l ଏ ସମସ୍ତ ପ୍ରକ୍ରିୟାର ସେ ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ l ଭିଡିଓକୁ ସେ ଫେସବୁକରେ ଛାଡିବା ପରେ ଖୁବ ଭାଇରାଲ ହୋଇଥିଲା l

ଗତ ୧୮ ତାରିଖରେ ଟିଭି ଚ୍ୟାନେଲରେ ପ୍ରସାରିତ ହେନା ପରେ ବନ ବିଭାଗ ନିଜ ତରଫରୁ ମକଦ୍ଦମା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା l ତଦନ୍ତ ପରେ ରୁପା ଏପରି କରିଥିବା ସ୍ୱୀକାର କରିଛନ୍ତି l ଗୋଧି ଏବେ ବିଲୁପ୍ତ ପ୍ରାୟ ଏବଂ ସୁରକ୍ଷା ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ରହିଛ l ସେହି ଆଧାରରେ ଠାକୁରମୁଣ୍ଡା ବନାଞ୍ଚଳରେ କେଶ ନ ୬୮ଦଫା ୨(୧୬), (କ)(ଖ), ୯, ୩୯(୧), ୧(ଖ)  ୪୮(କ) (ଖ)(a) ,୫୦(୧)  ଏବଂ ଇ(ସି) ବନ୍ୟପ୍ରାଣୀ ନିରୋଧ ଆଇନ ୧୯୭୨ ବଳରେ ଗିରଫ କରାଯାଇଛି l କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କ ବୈଦ୍ୟନାଥ ମାଝୀଙ୍କ ନିର୍ଦେଶରେ ଠାକୁରମୁଣ୍ଡା ଵନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା, ଫରେଷ୍ଟର ବିଦ୍ୟାଧର ମହାନ୍ତ, ବନ୍ଦନା ମହାନ୍ତ, ଵନରକ୍ଷୀ ପ୍ରମୋଦ ମହାନ୍ତ ଏବଂ ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ।

ଠାକୁରମୁଣ୍ଡା ବନାଞ୍ଚଳ ଚମ୍ପାଝର ସେକ୍ସନ ଅଧିନସ୍ଥ ଅସନବଣି ଗ୍ରାମର ରୁପା ନାଏକ ଜଣେ ୟୁ ଟ୍ୟୁବର l ସେ ଭଦ୍ରକ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ l ଭଦ୍ରକରୁ ଠାକୁରମୁଣ୍ଡା ଫେରିବା ବେଳେ ବନ୍ତ ନିକଟରେ ରାସ୍ତାକଡରେ ଗୋଧିଟିଏ ମରି ପଡ଼ିଥିବା ଦେଖିଥିଲେ l ଗୋଧିକୁ ନେଇ ଘରକୁ ଫେରି ତାକୁ କାଟି ରୋଷେଇ କରିଥିଲେ l ଏ ସମସ୍ତ ପ୍ରକ୍ରିୟାର ସେ ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ l ଭିଡିଓକୁ ସେ ଫେସବୁକରେ ଛାଡିବା ପରେ ଖୁବ ଭାଇରାଲ ହୋଇଥିଲା l

 ରୁପା ନାଏକ ନିଜର ଭୁଲ ସ୍ବୀକାର କରିଛନ୍ତି l ଗୋଧି ମାରି ରୋଷେଇ କରି ଖାଇବା ଏବଂ ଫେସବୁକରେ ପୋଷ୍ଟ କରିବା ସତ ବୋଲି ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ଏସିଏଫ ପ୍ରଭାତ କୁମାର କୁଅଁର l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe