ବିଲଡରଙ୍କ ଆଖିକୁ ଟେରା କରିଦେବେ ଏସବୁ ସରକାରୀ ବାବୁ

Advertisment

ଦୁର୍ନୀତି କରି ଏତେ ପ୍ଲଟ କରିସାରିଛନ୍ତି, ମଧ୍ୟବିତ୍ତଟିଏ ଆଶ୍ଚର୍ଯ୍ୟ ହୋଇଯିବ | ଦାମୀ ସହରରେ ଶସ୍ତାରେ ପ୍ଲଟଟିଏ ଖୋଜୁଥିବା ଅନେକ ମଣିଷଙ୍କୁ ସତେ ଯେମିତି ଏହି ବାବୁମାନେ ଛିଗୁଲେଇ କହୁଛନ୍ତି ଦୁର୍ନୀତି ପାଇଁ ହିଁ ଆମେ ଏତେ ପ୍ଲଟର ଅଧିପତି |

ଦୁର୍ନୀତି କରି ଏତେ ପ୍ଲଟ କରିସାରିଛନ୍ତି, ମଧ୍ୟବିତ୍ତଟିଏ ଆଶ୍ଚର୍ଯ୍ୟ ହୋଇଯିବ | ଦାମୀ ସହରରେ ଶସ୍ତାରେ ପ୍ଲଟଟିଏ ଖୋଜୁଥିବା ଅନେକ ମଣିଷଙ୍କୁ ସତେ ଯେମିତି ଏହି ବାବୁମାନେ ଛିଗୁଲେଇ କହୁଛନ୍ତି ଦୁର୍ନୀତି ପାଇଁ ହିଁ ଆମେ ଏତେ ପ୍ଲଟର ଅଧିପତି |

New Project (39)

ଭୁବନେଶ୍ୱର: ଆପଣ ବି ଜାଗାଟିଏ କିଣିବେ, କୁନି ଘରଟିଏ କରିବେ, ନିଜର ସମ୍ପତ୍ତି ବୋଲି ଅଧିକାର ତ ଜାହିର କରିବେ | ସିଏ ରାଜଧାନୀ ହେଉ କି ଓଡ଼ିଶାର କୌଣସି ସହର, ଖଣ୍ଡିଏ ପ୍ଲଟ ପାଇଁ ଜଣେ ମଧ୍ୟବିତ୍ତ ପରିବାର ଅନେକ ସ୍ବପ୍ନ ଦେଖିଥିବେ | ଆଉ ଦିନକୁ ଦିନ ବଢୁଥିବା ଜମି ଦରରେ ଖଣ୍ଡେ ଛୋଟ ପ୍ଲଟ ହେଉ ପଛେ କିଣିବା ପାଇଁ ଅନେକ ଲୋକ ମୁଣ୍ଡ ଝାଳ ତୁଣ୍ଡରେ ମାରି ଟଙ୍କା ସଂଚୟ କରନ୍ତି | କିନ୍ତୁ ଆପଣ ଜାଣିଛନ୍ତି ଓଡ଼ିଶାରେ ବି ଏମିତି କିଛି କରିତକର୍ମା ସରକାରୀ(ଦାଗୀ)ବାବୁ ଅଛନ୍ତି ଯେଉଁମାନେ ନିଜ ଦରମା ଛଡା ଲାଞ୍ଚ, କମିଶନ ବାବଦରେ ଟଙ୍କା ଆଦାୟ କରି ରେକର୍ଡ କରିଛନ୍ତି |

କିଛି ଧରାପଡୁଛନ୍ତି, କିଛି ଅଛନ୍ତି ଯିଏ ପରଦା ପଛରେ ରହି ସାମ୍ରାଜ୍ୟ ବଢ଼ାଇ ଚାଲିଛନ୍ତି | ତେବେ ଭିଜିଲାନ୍ସର ଇତିହାସରେ ଆୟ ବହିର୍ଭୁତ ଚଢ଼ାଉବେଳେ ଏମିତି କିଛି ବାବୁ ଧରାପଡ଼ିଛନ୍ତି ଯାହାଙ୍କର ଟଙ୍କା, ସୁନା ଗହଣା ଛାଡ଼ନ୍ତୁ, କଳା ଟଙ୍କାରେ ଏତେ ଜମି ବା ପ୍ଲଟ କିଣିଛନ୍ତି ଯାହା ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ | 

ଆପଣ ଜାଣି ଆଚମ୍ବିତ ହେବେ ଯେ ଏହି ବାବୁମାନଙ୍କ ଜମି ଏତେ ଅଛି ଯେ ଛୋଟ ଛୋଟ ବିଲଡରମାନେ ବି ବାରମ୍ବାର ପାଣି ପିଇବେ | ଭିଜିଲାନ୍ସ ଇତିହାସରେ ଧରାପଡିଥିବା ଏମିତି ଟପ-୧୦ ବାବୁଙ୍କ ନାମ ଆମେ ଆଜି ପ୍ରକାଶ କରିବୁ, ଯାହାଙ୍କ ପାଖରୁ ଏତେ ପ୍ଲଟର ହିସାବ ମିଳିଛି ଯେ ରାଜଧାନୀର ଗୋଟେ କୁନି ବିଲଡର ବି ଏତିକି ପ୍ଲଟର ବ୍ୟବସାୟ କରିବାକୁ ଡରିବ |

ଟପ-୭ 
୧.ନିତ୍ୟାନନ୍ଦ ନାୟକ,ଡ଼ିଏଫଓ, କେନ୍ଦୁପତ୍ର ଡିଭିଜନ, କେନ୍ଦୁଝର: ୧୧୫ ପ୍ଲଟ 
୨.ପ୍ରଭାସ କୁମାର ପ୍ରଧାନ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଆନନ୍ଦପୁର ବ୍ୟାରେଜ, କେଉଁଝର: ୧୦୫ ପ୍ଲଟ 
୩.ରାମଚନ୍ଦ୍ର ମିଶ୍ର, ଯୁଗ୍ମ ଅବକାରୀ କମିଶନର:୫୨ ପ୍ଲଟ 
୪.ପ୍ରଦୀପ କୁମାର ରଥ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଓଡିଶା ବ୍ରିଜ ଆଣ୍ଡ କନ୍ଷ୍କ୍ଟ୍ରକ୍ସନ କର୍ପୋରେସନ: ୫୦ ପ୍ଲଟ 
୫.ସୁନୀଲ କୁମାର ରାଉତ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଲୋୟର ସୁକତେଲ ପ୍ରକଳ୍ପ: ୩୪ ପ୍ଲଟ 
୬.କୈଳାସ ଚନ୍ଦ୍ର ସାହୁ, ମୁଖ୍ୟ ଇଂଜିନିୟର, ବୈତରଣୀ ଡିଭିଜନ: ୨୮ ପ୍ଲଟ 
୭.ରାମଚନ୍ଦ୍ର ଶତପଥୀ, ଏଇଇ, ଆଠମଲ୍ଲିକ ବ୍ଲକ: ୨୨ ପ୍ଲଟ 
କିନ୍ତୁ ଏମାନଙ୍କୁ ଟପିଯାଇ ପ୍ଲଟ କ'ଣ ଏକର ଏକର ଜମି ନିଜ ହାତମୁଠାରେ ରଖିଥିବା ବାବୁ ହେଉଛନ୍ତି ଶ୍ରୀ ଦୟାନିଧି ବାଗ, ଯୁଗ୍ମ ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ ବିଭାଗ ଯାହାଙ୍କର ଅଛି ୮୪ ଏକର ଜମି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe