‘ହାଓଡ଼ି ମୋଦୀ’ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ, ଏନ୍‌ଆରଜି ଷ୍ଟାଡିୟମ୍‌ରେ ଝୁମିଲେ ଦର୍ଶକ

‘ହାଓଡ଼ି ମୋଦୀ’ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ, ଏନ୍‌ଆରଜି ଷ୍ଟାଡିୟମ୍‌ରେ ଝୁମିଲେ ଦର୍ଶକ

ହ୍ୟୁଷ୍ଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଟେକ୍ସାସ୍‌ରେ ଉଦ୍‌ବୋଧନ ଦେବା ପୂର୍ବରୁ ଭାରତୀୟ ନୃତ୍ୟ ପ୍ରଦର୍ଶନ କରାଯାଇଛି। ହ୍ୟୁଷ୍ଟନସ୍ଥିତ ଏନ୍‌ଆରଜି ଷ୍ଟାଡିୟମ୍‌ରେ ପ୍ରାୟ ୫୦ ହଜାର ଦର୍ଶକଙ୍କ ଆଗରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଏଥିରେ ଶାସ୍ତ୍ରୀୟ ନୃତ୍ୟକୁ ମଧ୍ୟ ସ୍ଥାନ ମିଳିଛି। ଓଡ଼ିଶୀ ନୃତ୍ୟ ଶିଳ୍ପୀମାନେ ନିଜର ନୃତ୍ୟଛନ୍ଦରେ ଦର୍ଶକମାନଙ୍କୁ ଆକୃଷ୍ଟ କରିପାରିଛନ୍ତି। ଦୀର୍ଘ ସମୟ ଧରି ଓଡ଼ିଶୀ ନୃତ୍ୟଙ୍ଗନାମାନେ ନିଜର କଳା ପ୍ରଦର୍ଶନ କରିଛନ୍ତି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କଳାକାରମାନେ ପଂଜାବର ଭାଙ୍ଗଡ଼ା ନୃତ୍ୟ ପରିବେଷଣ କରିଥିବା ବେଳେ ଭାରତର ଅନ୍ୟ ରାଜ୍ୟର ନୃତ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ ସପ୍ତାହବ୍ୟାପୀ ଗସ୍ତରେ ଆମେରିକାରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ ଭାରତୀୟ ବଶୋଦ୍ଭବ ଲୋକେ ସ୍ୱାଗତ କରିଥିଲେ। ହାଓଡ଼ି ମୋଦୀ କାର୍ଯ୍ୟକ୍ରମ ପୂର୍ବରୁ ମୋଦୀ ଶିଖ ସଂପ୍ରଦାୟ, କଶ୍ମୀର ପଣ୍ଡିତ ଓ ବୋହରା ସଂପ୍ରଦାୟର ଲୋକଙ୍କୁ ଭେଟିଛନ୍ତି। ମୋଦୀ କଶ୍ମୀର ପଣ୍ଡିତଙ୍କ ଏକ ପ୍ରତିନିଧି ମଣ୍ଡଳୀକୁ ଭେଟିଛନ୍ତି। ଏହି ସମୟରେ କଶ୍ମୀର ପଣ୍ଡିତମାନେ ଭାବୁକ ଦେଖାଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe