କୁଛ କୁଛ ହୋତା ହେ ପାଇଁ ରାନୀଙ୍କ ପୂର୍ବରୁ ରବିନାଙ୍କୁ ମିଳିଥିଲା ଅଫର

ଆପଣ ଜାଣନ୍ତି କି ରାନୀ ମୁଖାର୍ଜୀଙ୍କ ପୂର୍ବରୁ କରଣ ଜୋହର ଫିଲ୍ମରେ ଅନ୍ୟ କାହାକୁ କାଷ୍ଟ କରିବାକୁ ଚାହୁଁଥିଲେ। କରଣ ଜୋହର କୁଛ କୁଛ ହୋତା ହେ ପାଇଁ ରବିନା ଟଣ୍ଡନଙ୍କ ନିକଟକୁ ଯାଇଥିଲେ। କିନ୍ତୁ ସେ ଏହି ଚଳଚ୍ଚିତ୍ର ପାଇଁ ମନା କରିଦେଇଥିଲେ।

ଯୌନ ନିର୍ଯାତନା ବିରୋଧରେ ସ୍ୱର ଉତ୍ତୋଳନ କରିବେ ରବିନା ଟଣ୍ଡନ୍‌

ନୂଆଦିଲ୍ଲୀ: ଆପଣ ତ ଲୋକପ୍ରିୟ ଫିଲ୍ମ କୁଛ କୁଛ ହୋତା ହେ ନିଶ୍ଚିତ ଦେଖିଥିବେ | କରଣ ଜୋହରଙ୍କ ନିର୍ଦ୍ଦେଶିତ କୁଛ କୁଛ ହୋତା ହେ ଏବେ ମଧ୍ୟ ଲୋକଙ୍କ ହୃଦୟରେ ରହିଛି | ବନ୍ଧୁତା ହିଁ ପ୍ରେମ ଏହି ଚଳଚ୍ଚିତ୍ରରେ ବହୁତ ସୁନ୍ଦର ଭାବରେ ଦର୍ଶାଯାଇଛି | ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ କାଜୋଲ, ଶାହାରୁଖ ଖାନ ଏବଂ ରାନୀ ମୁଖାର୍ଜୀ ନଜର ଆସିଥିଲେ। କିନ୍ତୁ ଆପଣ ଜାଣନ୍ତି କି ରାନୀ ମୁଖାର୍ଜୀଙ୍କ ପୂର୍ବରୁ କରଣ ଜୋହର ଫିଲ୍ମରେ ଅନ୍ୟ କାହାକୁ କାଷ୍ଟ କରିବାକୁ ଚାହୁଁଥିଲେ। କରଣ ଜୋହର କୁଛ କୁଛ ହୋତା ହେ ପାଇଁ ରବିନା ଟଣ୍ଡନଙ୍କ ନିକଟକୁ ଯାଇଥିଲେ।

କିନ୍ତୁ ସେ ଏହି ଚଳଚ୍ଚିତ୍ର ପାଇଁ ମନା କରିଦେଇଥିଲେ। ଯାହା ସେ ନିକଟରେ ଏକ ଶୋ’ରେ ପ୍ରକାଶ କରିଥିଲେ | ନିକଟରେ ରବିନା ଟଣ୍ଡନ୍ ହାସ୍ୟ ଅଭିନେତା ଜାକିର ଖାନଙ୍କ ସୋ 'ଆପକା ଅପ୍ନା ଜାକିର'କୁ ଯାଇଥିଲେ। ଯେଉଁଠାରେ ସେ ତାଙ୍କ ଜୀବନ ସହିତ ଜଡିତ ଅନେକ କଥା କହିଥିଲେ | କରଣ ଜୋହର ତାଙ୍କୁ କୁଛ କୁଛ ହୋତା ହେ ଅଫର କରିଥିବା ମଧ୍ୟ କହିଥିଲେ ।

ଶୋ'ରେ ରବିନା କହିଛନ୍ତି ଯେ ଯେତେବେଳେ ତାଙ୍କ ପିଲାମାନେ କୁଛ କୁଛ ହୋତା ହେ ର ଗୀତ ଦେଖନ୍ତି ସେମାନେ କୁହନ୍ତି ଯେ ମା ତୁମେ ଏହି ଗୀତରେ ଥାନ୍ତେ କି | ରବିନା କହିଛନ୍ତି ଯେ କରଣ ତାଙ୍କୁ କୁଛ କୁଛ ହୋତା ହେ ଅଫର କରିଥିଲେ ଏବଂ ସେ ଏହାକୁ ମନା କରିଦେଇଥିଲେ, ଯେଉଁଥିପାଇଁ ଆଜି ମଧ୍ୟ କରଣ ତାଙ୍କ ଉପରେ ରାଗିଛନ୍ତି। ରବିନା କହିଛନ୍ତି- ମୁଁ ସେତେବେଳେ ମୋ କ୍ୟାରିୟରରୁ ବିରତି ନେଇଥିଲି ଏବଂ ମୁଁ ନିଜକୁ ସଜାଡିବାକୁ ଚେଷ୍ଟା କରୁଥିଲି | ସେଥିପାଇଁ ସେ ଏହାକୁ ମନା କରିଦେଇଥିଲି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe