ଭିଜିଲାନ୍ସ ଜାଲରେ ଓଏଫ୍‌ଏସ୍‌ ଅଧିକାରୀ: ଅବସର ବର୍ଷେ ପୂର୍ବରୁ ଧରାପଡ଼ିଗଲେ

:ରାଜଧାନୀରେ ବିଶାଳ କୋଠା। କେରଳରେ ବି। ସହରାଞ୍ଚଳର ପ୍ରମୁଖ ସ୍ଥାନରେ ଏକାଧିକ ପ୍ଲଟ୍‌। ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ବିପୁଳ ଟଙ୍କା, ଆଲମିରାରେ ପୁଳାପୁଳା ସୁନାଗହଣା। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି)ର ଏଫ୍‌ଏ ଓ ସିଏଓ ବିଜୟ କୁମାର ମଙ୍ଗରାଜଙ୍କ ଏଭଳି ସମ୍ପତ୍ତି ଦେଖି ଭିଜିଲାନ୍ସର ଆଖି ଟେରା ହୋଇଯାଇଛି। ସ୍ବ

dddd

ଭୁବନେଶ୍ବର:ରାଜଧାନୀରେ ବିଶାଳ କୋଠା। କେରଳରେ ବି। ସହରାଞ୍ଚଳର ପ୍ରମୁଖ ସ୍ଥାନରେ ଏକାଧିକ ପ୍ଲଟ୍‌। ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ବିପୁଳ ଟଙ୍କା, ଆଲମିରାରେ ପୁଳାପୁଳା ସୁନାଗହଣା। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି)ର ଏଫ୍‌ଏ ଓ ସିଏଓ ବିଜୟ କୁମାର ମଙ୍ଗରାଜଙ୍କ ଏଭଳି ସମ୍ପତ୍ତି ଦେଖି ଭିଜିଲାନ୍ସର ଆଖି ଟେରା ହୋଇଯାଇଛି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଭୁବନେଶ୍ବରଙ୍କ ନି‌ର୍ଦେଶକ୍ରମେ ଭିଜିଲାନ୍ସର ୫ଟି ଟିମ୍‌ ଆଜି ଶ୍ରୀ ମଙ୍ଗରାଜଙ୍କ ଭୁବନେଶ୍ବର ପଳାଶୁଣିସ୍ଥିତ ଆବାସିକ ଘର, ଇଡ୍‌କୋ ଟାୱାର ଅଫିସ୍‌, ଓଏସ୍‌ଆର୍‌ଟିସି ଅଫିସ୍‌, ବାରିପଦା ପୈତୃକ ଘର ଆଦି ୭ଟି ସ୍ଥାନରେ ଚଢ଼ଉ କରି ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି। ଚଢ଼ଉ ବେଳେ ଭୁବନେଶ୍ବର ଓ କେରଳର ପ୍ରମୁଖ ସ୍ଥାନରେ ୩ଟି ବିଳାସପୂର୍ଣ୍ଣ କୋଠା ଠାବ କରାଯାଇଛି। ରସୁଲଗଡ଼-ପଳାଶୁଣିରେ ୨ଟି ଦୁଇ ମହଲା କୋଠା ଥିବା‌ବେଳେ କେରଳର ଏର୍ଣ୍ଣାକୁଲମଠ‌ାରେ ଗୋଟିଏ ୨ ମହଲା କୋଠା ଠାବ କରାଯାଇଛି। ଯାହା ୮୫ଲକ୍ଷ ଟଙ୍କାରେ କିଣାଯାଇଥିଲା। ସେହିପରି ଭୁବନେଶ୍ବର ପାଣ୍ଡରା ଅଞ୍ଚଳରେ ୨ଟି ପ୍ଲଟ୍‌ ରହିଛି। ଶ୍ରୀ ମଙ୍ଗରାଜଙ୍କ ଘରୁ ନଗଦ ଟଙ୍କା, ୫୦୦ ଗ୍ରାମର ସୁନାଗହଣା, ୧୭.୭୦ଲକ୍ଷ ଟଙ୍କାର ଆସବାବପତ୍ର ଜବତ କରାଯାଇଥିବା ବେଳେ ଗୋଟିଏ ହ୍ୟୁଣ୍ଡାଇ ଓ କିଆ କାର୍‌ ସହିତ ବୀମା, ବଣ୍ଡ୍‌ ଜମା ଠାବ କରାଯାଇଛି। ଏ ପର୍ଯ୍ୟନ୍ତ ହୋଇଥିବା ହିସାବରୁ ବ୍ୟାଙ୍କରେ ୧ କୋଟି ୪୭ ଲକ୍ଷ ୩୮ ହଜାର ୯୨୫ଟଙ୍କା ଜମାଥିବା ଜଣାପଡ଼ିଛି। ଚଢ଼ଉ ଜାରି ରହିଥିବା ବେଳେ ଆଗକୁ ସମ୍ପତ୍ତି ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି।

ରାଜଧାନୀରେ ଏକାଧିକ କୋଠା ଓ ପ୍ଲଟ୍‌, କେରଳରେ ବିଳାସପୂର୍ଣ୍ଣ ଘର

ବ୍ୟାଙ୍କରେ ୧.୪ କୋଟି ଟଙ୍କା, ଘରୁ ମିଳିଲା ୫୦୦ ଗ୍ରାମ୍‌ ସୁନା
୧୦ କୋଟିରୁ ଊର୍ଧ୍ବ ଟଙ୍କାର  ସମ୍ପତ୍ତି ଠାବ

ଅବସର ବର୍ଷେ ପୂର୍ବରୁ ଧରାପଡ଼ିଗଲେ ୧୯୯୧ ମସିହାରେ ପଞ୍ଚାୟତିରାଜ ଓ ପୂର୍ତ୍ତ ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଶ୍ରୀ ମଙ୍ଗରାଜ ୨୦୨୫ ମସିହା ଅକ୍ଟୋବରରେ ଅବସର ଗ୍ରହଣ କରିଥାଆନ୍ତେ। ଅବସରକୁ ଆଉ ମାତ୍ର ବର୍ଷେ ବାକି ଥିବା ବେଳେ ସେ ଭିଜିଲାନ୍ସ ହାବୁଡ଼ରେ ପଡ଼ି ହଟହଟା ହୋଇଛନ୍ତି। ୩୩ ବର୍ଷ ଚାକିରି କାଳରେ ସେ ଦୁହାଁଳିଆ ବିଭାଗଗୁଡ଼ିକରେ ଗାଦି ମାଡ଼ିବସିଥିଲେ। ୧୯୯୭ ମସିହାରେ ସେ (ଓଡ଼ିଶା ଅର୍ଥ ସେବା) ଓଏଫ୍‌ଏସ୍‌ ଭାବେ ନିଯୁକ୍ତି ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe