ପ୍ରଥମ ପର୍ଯ୍ୟାୟରେ ବିଜେପି ସବୁଠାରୁ ଆଗରେ, ଆମେଠିରେ ରାହୁଲଙ୍କୁ ପଛରେ ପକାଇଲେ ସ୍ମୃତି ଇରାନୀ

Advertisment
ପ୍ରଥମ ପର୍ଯ୍ୟାୟରେ ବିଜେପି ସବୁଠାରୁ ଆଗରେ, ଆମେଠିରେ ରାହୁଲଙ୍କୁ ପଛରେ ପକାଇଲେ ସ୍ମୃତି ଇରାନୀ

India Today

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୧୯ର ଆଜି ଫଳଫଳର ଦିନ। କିଏ ବିଜୟର ମୁକୁଟ ପିନ୍ଧିବ ସେନେଇ ଦେଶର ୫୪୨ଟି ସଂସଦୀୟ କ୍ଷେତ୍ରରେ ଭୋଟ ଗଣନା ଆରମ୍ଭ ହୋଇଗଲାଣି। ପ୍ରଥମ ପର୍ଯ୍ୟାୟରେ ବିଜେପି ସବୁଠାରୁ ଆଗରେ ଥିବା ଜଣାପଡ଼ିଛି। ତେବେ ବାରାଣାସୀ ଲୋକସଭା ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗରେ ଥିବା ବେଳେ ଆମେଠିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପଛରେ ଅଛନ୍ତି। ମାତ୍ର କେରଳାର ଓ୍ଵାୟନାଡରେ ରାହୁଲ ଗାନ୍ଧି ଆଗରେ ଚାଲୁଛନ୍ତି।

ସେହିପରି ଗାନ୍ଧିନଗରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିିତ ଶାହ ଆଗରେ ଥିବା ବେଳେ ନାଗପୁରରେ ନୀତିନ ଗଡ଼କରି ଆଗରେ ରହିଛନ୍ତି। ରାଜନାଥ ସିଂହ ଲକ୍ଷ୍ମୌରେ ଆଗୁଆ ଥିବା ବେଳେ  ସାଧ୍ୱୀ ପ୍ରଜ୍ଞା ଭୋପାଳରେ ଆଗୁଆ, ସୋନିଆ ଗାନ୍ଧୀ ରୟବରେଲୀରେ, ଗିରିରାଜ ସିଂହ, ବେଗୁସରାଇରେ, ମୁମ୍ବାଇ ନର୍ଥରେ ଉର୍ମିଳା ମାତେଣ୍ଡକର, ଆମେଠିରେ ସ୍ମୃତି ଇରାନୀ ରାହୁଲ ଗାନ୍ଧିଙ୍କ ଠାରୁ ଆଗରେ ଚାଲୁଛନ୍ତି।

ସୁଲତାନପୁରରେ ମେନକା ଗାନ୍ଧି , ଆଜମଗଡ଼ରେ ଅଖିଳେଶ ଯାଦବ , ବରେଲିରେ ସନ୍ତୋଷ ଗଙ୍ଗବାରରେ ଓ ରାମପୁରରେ ଜୟପ୍ରଦା ଆଗରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe