Elephant Old Man Dies: ଶୌଚ ହେବା ପାଇଁ ଯାଇଥିଲେ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ

ବଡ଼ଖଳି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ଗଡସନ୍ତ୍ରୀ ପଞ୍ଚାୟତ ବଡ଼ଖଳି ଗ୍ରାମର ଅର୍ଜୁନ ଡାକୁଆଙ୍କ ପୁଅ ବିଜନ ଡାକୁଆ (୬୫) ବୋଲି ସୂଚନା ମିଳିଛି। 

Untitled-1

Old man dies by attack of elephant Photograph: (sambad.in)

ବଅଁରପାଳ: ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ସନ୍ତ୍ରୀ ପଞ୍ଚାୟତ ବଡ଼ଖଳି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ଗଡସନ୍ତ୍ରୀ ପଞ୍ଚାୟତ ବଡ଼ଖଳି ଗ୍ରାମର ଅର୍ଜୁନ ଡାକୁଆଙ୍କ ପୁଅ ବିଜନ ଡାକୁଆ (୬୫) ବୋଲି ସୂଚନା ମିଳିଛି।

 ବିଜନଙ୍କୁ ଟେକି କଚାଡ଼ି ଦେବା ସହ ଦଳି ଦେଇଥିଲା ହାତୀ

ଆଜି ସକାଳ ୭ଟା ୩୦ ମିନିଟ୍ ସମୟରେ ଘର ଠାରୁ ୫୦୦ ମିଟର ଦୂରକୁ ବିଜନ ଶୌଚ ହେବା ପାଇଁ ଯାଇଥିଲେ। ସେହି ସମୟରେ ଗୋଟିକିଆ ଦନ୍ତା ହାତୀ ହାବୁଡରେ ପଡ଼ିଯାଇଥିଲେ ବିଜନ। ଗୋଟିକିଆ ଦନ୍ତା ହାତୀ ବିଜନଙ୍କୁ ଟେକି କଚାଡ଼ି ଦେବା ସହ ଦଳି ଦେଇଥିଲା l ବିଜନଙ୍କ ଚିତ୍କାର ଶୁଣି ଘର ଲୋକ ଏବଂ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ହାତୀଟିକୁ ଘଉଡାଇ ଦେଇଥିଲେ। କିନ୍ତୁ ସେତେବେଳକୁ ବିଜନଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇସାରିଥିଲା। 

ଆହୁରି ପଢ଼ନ୍ତୁ:Student Serious: ଅଷ୍ଟମ ଶ୍ରେଣୀର ତିନି ଛାତ୍ର ଜବରଦସ୍ତ ମଦ ପିଆଇବାରୁ ଷଷ୍ଠ ଶ୍ରେଣୀର ଛାତ୍ର ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ହାତୀ ପାଇଁ ନୀରିହ ଜୀବନ ଯାଉଛି । ଏହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ କ୍ଷତିପୂରଣ ଏବଂ ହାତୀକୁ ଏ ଅଞ୍ଚଳରୁ ଘଉଡାଇବା ପାଇଁ ଦାବି କରିଛନ୍ତି। ଘଟଣା ଘଟିବାର ଦେଢ ଘଣ୍ଟା ହେଲାଣି କିନ୍ତୁ ପୁଲିସ କି ବନ ବିଭାଗ ଏ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପହଞ୍ଚି ନଥିଲେ। ଘଟଣା ସ୍ଥଳରେ ଲୋକଙ୍କ ଗହଳି ହେବା ସହିତ ଚାପା ଉତ୍ତେଜନା ବଢିବାରେ ଲାଗିଛି।

ଆହୁରି ପଢ଼ନ୍ତୁ:Cyclone Montha, Moves Towards Andhra: ଆନ୍ଧ୍ର ଉପକୂଳ ମୁହାଁ ସମ୍ଭାବ୍ୟ ବାତ୍ୟା, ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା

ଏଣେ ଗଞ୍ଜାମଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ରେଞ୍ଜ ବେଲାଟୁଣ ଗ୍ରାମର ବିକ୍ରମ ନାୟକଙ୍କୁ (୪୦)ଙ୍କୁ ଶୁକ୍ରବାର ରାତିରେ ହାତୀ ଘରୁ ଘୋଷାଡ଼ି ଆଣି ବିଲରେ ଦଳି ଚକଟି ମାରିଦେଇ ଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଇଲାକାରେ ଭୟର ବାତାବରଣ ଖେଳିଯାଇଛି।

ବିକ୍ରମ ଗ୍ରାମ ନିକଟରେ ବିଲମାଳରେ ଥିବା ଏକ କୁଡ଼ିଆ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ହାତୀ ଟାଣି ନେଇ ଆକ୍ରମଣ କରିବା ସହ ଦାନ୍ତ କିମ୍ବା ପାଦରେ ଦଳି ଦେବା ଯୋଗୁ ଅନ୍ତପୁଟା ବାହାର କରିଦେଇଥିଲେ। ସକାଳୁ ବିଲରେ ତାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ବାସିନ୍ଦା ଦେଖିବା ପରେ ପରିବାର ଓ ବନ ବିଭାଗକୁ ଖବର ଦେଇଥିଲେ। 

Elephant Old Man death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe