ଦେଓଗାଁ: ଦାନ୍ତ ଘଷୁଥିବା ବେଳେ ବିଦ୍ୟୁତ୍ ତାର ଛିଣ୍ଡି ଚାଲିଗଲା ଜୀବନ। ବିଦ୍ୟୁତ ତାର ନେଲା ଜୀବନ। ନଳକୂପରେ ପାଣି ମାରୁଥିବା ବେଳେ ତାର ଛିଣ୍ଡି ପଡ଼ିଯିବାରୁ ଚାଲିଗଲା ଜୀବନ। ମୃତକ ବ୍ୟକ୍ତି ଜଣକ ହେଲେ ତୁଷୁରା ଥାନା ଖଗସି କନା ଗାଁର ବ୍ରଜବନ୍ଧୁ ପଧାନ।
ଆଜି ସକାଳୁ ବ୍ରଜବନ୍ଧୁ ଶୌଚ ହୋଇ ଆସିବା ପରେ ଦାନ୍ତ ଘଷିବା ପରେ ନଳକୂପକୁ ପାଣି ମାରିବାକୁ ଯାଇଥିଲେ। ହେଲେ ଏହି ସମୟରେ ବିଦ୍ୟୁତ୍ ତାର ଛିଣ୍ଡି ନଳ କୂପରେ ପଡ଼ିବାରୁ ତାଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ନଳକୂପ ନିକଟରେ ମୃତଦେହ ପଡ଼ିଥିବା ବେଳେ ପୁଲିସ କି ବିଦ୍ୟୁତ୍ ବିଭାଗ କେହି ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। ଯାହା ଫଳରେ ଏହାକୁ ନେଇ ଗାଁରେ ଅସନ୍ତୋଷ ଦେଖାଦେଇଛି।