A person detained in young woman death case Photograph: (sambad.in)
ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ ଥାନା ଶଙ୍କରା ଗଉଡ଼ପଡ଼ା - ଅମଲିପାଲି ମଝି ପୋଖରୀ ନିକଟ ବିଲରେ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି । କେହି ଜଣେ ପଥରରେ ମୁଣ୍ଡକୁ ଛେଚି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ଗୁରୂବାରୀ ମାଝୀ, ଅମଲିପାଲି ଅଞ୍ଚଳରେ ଏକ ଭଡ଼ା ଘରେ ଗୋପାଳ ଲାକ୍ରା ନାମକ ବ୍ୟକ୍ତିଙ୍କ ସହ ରହୁଥିଲେ ବୋଲି ସୂଚନା ମିଳିଛି।
ଗତକାଲି ଅପରାହ୍ନ ୫ଟା ପାଖାପାଖି ବୃଦ୍ଧା ଜଣକ ଶଙ୍କରା ନିଜ ଭଣଜା ପାଖକୁ ଟଙ୍କା ମାଗିବା ପାଇଁ ଯାଉଥିବା କହି ଘରୁ ବାହାରିଥିଲେ । ସନ୍ଧ୍ଯାରେ ମଦ ପିଇ ସ୍ଥାନୀୟ ଅଞ୍ଚଳରେ ବୁଲା ବୁଲି କରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । କିନ୍ତୁ ରାତିରେ ଘରକୁ ନ ଫେରିବାରୁ ଗୋପାଳ ଖୋଜାଖୋଜି କରି ପାଇନଥିଲେ ।
ଆଜି ସକାଳୁ ସ୍ଥାନୀୟ ଲୋକେ ଶୌଚ ପାଇଁ ଆସିଲା ବେଳକୁ ବୃଦ୍ଧାଙ୍କ ମୃତଦେହକୁ ଦେଖି ପୁଲିସକୁ ଖବର ଦେଇଥିଲେ। ବୃଦ୍ଧାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି। ଘଟଣାସ୍ଥଳରେ ଏସପି, ଅତିରିକ୍ତ ଏସପି, ଏସଡିପିଓ ଏବଂ ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
Follow Us