୮୧୯୫ କେଜି ସ୍କ୍ରାପ୍‌ ଜବତ, ଜଣେ ଗିରଫ

ବ୍ରାହ୍ମଣୀତରଙ୍ଗ ପୁଲିସ ବିପୁଳ ପରିମାଣର ଚୋରା ସ୍କ୍ରାପ୍‌ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡ ପଲାମୁ ଜିଲ୍ଲାର ମୂଳନିବାସୀ ତଥା ପ୍ଲାଣ୍ଟସାଇଟ୍‌ ଗାନ୍ଧୀ ରୋଡ୍‌ ଅଞ୍ଚଳର ପଞ୍ଚମ ସିଂ(୩୫)। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। 

ବନ୍ଧୁକ ବିକ୍ରି ଡିଲ୍‌ ମାମଲାରେ ରାଜଧାନୀରୁ ମହିଳା ଗିରଫ

ରାଉରକେଲା: ରାଉରକେଲା ସହରରେ ବେଆଇନ ସ୍କ୍ରାପ୍‌ ଚାଲାଣ ଉପରେ ରୋକ୍‌ ଲାଗି ପାରୁନାହିଁ। ପୁଲିସ ନିୟମିତ ଚଢ଼ଉ ଏବଂ ଚେକିଂ ମଧ୍ୟ ଜାରି ରଖିଛି। ଏହିକ୍ରମରେ ବ୍ରାହ୍ମଣୀତରଙ୍ଗ ପୁଲିସ ବିପୁଳ ପରିମାଣର ଚୋରା ସ୍କ୍ରାପ୍‌ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡ ପଲାମୁ ଜିଲ୍ଲାର ମୂଳନିବାସୀ ତଥା ପ୍ଲାଣ୍ଟସାଇଟ୍‌ ଗାନ୍ଧୀ ରୋଡ୍‌ ଅଞ୍ଚଳର ପଞ୍ଚମ ସିଂ(୩୫)। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। 

ଗୁରୁବାର ରାତି ପ୍ରାୟ ୯ଟାରେ ବ୍ରାହ୍ମଣୀତରଙ୍ଗ ଥାନା ପୁଲିସ ପାଟ୍ରୋଲିଂ କରୁଥିଲା। ରାଉରକେଲାରୁ ଏକ ଟ୍ରକ୍‌ରେ ବିପୁଳ ପରିମାଣର ଚୋରା ସ୍କ୍ରାପ୍‌ କଲୁଙ୍ଗା ବଜରଙ୍ଗ ଷ୍ଟିଲ୍‌ ଆଣ୍ଡ ଆଲଏ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଯାଉଥିବା ପୁଲିସ ଏକ ବିଶେଷସୂତ୍ରରୁ ଖବର ପାଇଥିଲା। ତେବେ ସ’ ମିଲ୍‌ ଛକରେ ପୁଲିସ ଗାଡ଼ି ନମ୍ବର- ଓଆର୍‌-୧୪ଏସ୍‌-୭୧୩୯କୁ ମାଡ଼ି ବସିଥିଲା। ଗାଡ଼ିରୁ ପ୍ରାୟ ୮,୧୯୫ କେଜି ଚୋରା ସ୍କ୍ରାପ୍‌ ଜବତ କରାଯାଇଥିଲା। ଅଧିକ ପଚରାଉଚରା କରିବାରୁ ସ୍କ୍ରାପ୍‌ ସହରର ବିଭିନ୍ନ ଅଞ୍ଚଳରୁ ଚୋରି କରାଯାଇଥିବା ଜଣା ପଡ଼ିଥିଲା। ଜବତ ଚୋରା ସ୍କ୍ରାପ୍‌ର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।


ସୂଚନାନୁଯାୟୀ, ଗୁରୁବାର ରାତି ପ୍ରାୟ ୯ଟାରେ ବ୍ରାହ୍ମଣୀତରଙ୍ଗ ଥାନା ପୁଲିସ ପାଟ୍ରୋଲିଂ କରୁଥିଲା। ରାଉରକେଲାରୁ ଏକ ଟ୍ରକ୍‌ରେ ବିପୁଳ ପରିମାଣର ଚୋରା ସ୍କ୍ରାପ୍‌ କଲୁଙ୍ଗା ବଜରଙ୍ଗ ଷ୍ଟିଲ୍‌ ଆଣ୍ଡ ଆଲଏ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଯାଉଥିବା ପୁଲିସ ଏକ ବିଶେଷସୂତ୍ରରୁ ଖବର ପାଇଥିଲା। ତେବେ ସ’ ମିଲ୍‌ ଛକରେ ପୁଲିସ ଗାଡ଼ି ନମ୍ବର- ଓଆର୍‌-୧୪ଏସ୍‌-୭୧୩୯କୁ ମାଡ଼ି ବସିଥିଲା। ଗାଡ଼ିରୁ ପ୍ରାୟ ୮,୧୯୫ କେଜି ଚୋରା ସ୍କ୍ରାପ୍‌ ଜବତ କରାଯାଇଥିଲା। ଅଧିକ ପଚରାଉଚରା କରିବାରୁ ସ୍କ୍ରାପ୍‌ ସହରର ବିଭିନ୍ନ ଅଞ୍ଚଳରୁ ଚୋରି କରାଯାଇଥିବା ଜଣା ପଡ଼ିଥିଲା। ଜବତ ଚୋରା ସ୍କ୍ରାପ୍‌ର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe