ବଜ୍ରପାତରେ ୧ ଗାଈ ଓ ୨ ଛେଳି ମୃତ

କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର କୋଲାର ପଞ୍ଚାୟତର ହାତିପାଖନା ନିକଟସ୍ଥ ଗାଦିଆଗୁଡା ଗ୍ରାମରେ ବଜ୍ରପାତ ହେବାରୁ ଗୋଟିଏ ଗାଈ ଓ ୨ଟି ଛେଳିର ମୃତ୍ୟୁ ଘଟିଛି। ସରକାରଙ୍କ ତରଫରୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ।

Untitled

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର କୋଲାର ପଞ୍ଚାୟତର ହାତିପାଖନା ନିକଟସ୍ଥ ଗାଦିଆଗୁଡା ଗ୍ରାମରେ ବଜ୍ରପାତ ହେବାରୁ ଗୋଟିଏ ଗାଈ ଓ ୨ଟି ଛେଳିର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ବୈପାରିଗୁଡା ବ୍ଲକ କୋଲାର ପଞ୍ଚାୟତର ଗାଦିଆଗୁଡା ଗ୍ରାମର ଗାଈ ଚୋରାଳି କିଛି ଗାଈଗୋରୁ ଓ ଛେଳି ମେଣ୍ଢାକୁ ନେଇ ଗାଁ ନିକଟସ୍ଥ କାଜୁ ଜଙ୍ଗଲକୁ ଚରେଇବାକୁ ନେଇଥିଲେ। ବର୍ଷା ଯୋଗୁଁ ଗାଇ ଚରାଳି ଗୋଟିଏ ଗଛମୂଳେ ଆଶ୍ରୟ ନେଇଥିଲେ। ତେବେ ଏହାର କିଛି ସମୟ ପରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା।

ଗାଈଗୋରୁ ଓ ଛେଳି ମେଣ୍ଢା ଚରୁଥିବା ସ୍ଥାନରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ହିଁ ଗୋଟିଏ ଗାଇ ଓ ୨ଟି ଛେଳି ମୃତ୍ୟୁବରଣ କରିଥିଲେ। ଗାଈ ଚୋରାଳି ବଜ୍ରପାତ ହେବା ସ୍ଥାନରୁ କିଛି ଦୂରରେ ଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ବଜ୍ରାଘାତରେ ମୃତ ଗାଈ ମାଲିକ ଭୀମ ବଡ଼ନାୟକ ଓ ଛେଳି ମାଲିକ ରତନ ଶିଶା ଏବଂ ଗୁରୁ କିର୍ଷାନୀ ସରକାରଙ୍କ ତରଫରୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe