କଂଗ୍ରେସ କର୍ମୀଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ

Advertisment

ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ମୁରସିଂହ ସାପ୍ତାହିକ ହାଟରେ କଂଗ୍ରେସ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିବାରୁ ଗୁରୁତର ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି।

arrest

ଦେଓଗାଁ : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ମୁରସିଂହ ସାପ୍ତାହିକ ହାଟରେ କଂଗ୍ରେସ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିବାରୁ ଗୁରୁତର ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି।

 ମିଳିଥିବା ସୂଚନା ଅନୁସାରେ କୁତୁର୍ଲା ପଞ୍ଚାୟତର ବରିଷ୍ଠ କଂଗ୍ରେସ କର୍ମୀ ବଳରାମ ନାୟକ କୁତୁର୍ଲା କଲେଜ ସମ୍ମୁଖରେ ବାଇକରେ ବସିଥିବା ବେଳେ ଏକ ଠେଙ୍ଗା ଧରି ସେହି ଗାଁର ନରେଶ ବାରିକ ମାଡ଼ ମାରିବାରୁ ତଳେ ପଡି ଯାଇଥିଲେ। ଏପରିକି ମୁଣ୍ଡରେ ଅଧିକ ପ୍ରହାର କରିବାରୁ ତାଙ୍କ ମୁଣ୍ଡରୁ ରକ୍ତସ୍ରାବ ହୋଇ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।

 ଏନେଇ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଦେଓଗାଁ ଓ ପରେ ବଲାଙ୍ଗିର ଜିଲ୍ଲା ହସ୍ପିଟାଲକୁ ନେଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଦେଓଗାଁ ପୁଲିସ ଆକ୍ରମଣ କରିଥିବା ଯୁବକ ନରେଶ ବାରିକଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe