ଓଲଟିଲା କାର୍: ଜଣେ ମୃତ, ୫ ଗୁରୁତର

ଝାରସୁଗୁଡ଼ା ସହର ସ୍ଥିତ ସରବାହଲର ଉତ୍କଳ କଣ୍ଟିନେଣ୍ଟାଲ ରାସ୍ତାରେ ଏକ କାର(ଓଡି ୨୩ ଏମ ୯୫୧୬) ଭାରସାମ୍ୟ ହରାଇ ଓଲଟି ପଡିଥିଲା। କାର ଭିତରେ ବସିଥିବା  ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

New Project (11)

ଝାରସୁଗୁଡ଼ା: ଝାରସୁଗୁଡ଼ା ସହର ସ୍ଥିତ ସରବାହଲର ଉତ୍କଳ କଣ୍ଟିନେଣ୍ଟାଲ ରାସ୍ତାରେ ଏକ କାର(ଓଡି ୨୩ ଏମ ୯୫୧୬) ଭାରସାମ୍ୟ ହରାଇ ଓଲଟି ପଡିଥିଲା। କାର ଭିତରେ ବସିଥିବା  ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ହେଲେ ଡ଼ିଏଭି ସ୍କୁଲର ଛାତ୍ର କ୍ରିଷ୍ଣା ଯାଦବ(୧୫)। ଆହତମାନେ ହେଲେ ବଡ଼ମାଳ କ୍ୟାମ୍ପ ପଡ଼ାର ମାନସ ସିଂ (୧୭), ଚନ୍ଦନ ବାଦୀ (୧୭), ଆଦିତ୍ୟ ତାଜନ (୧୭), ଅମର ଯାଦବ (୧୭), ଅମିତ ଓରାମ (୧୫)।  ସମସ୍ତ ମୃତାହତଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟପନ୍ନ ରହିଥିବା ଜଣାପଡିଛି।

କ୍ରିଷ୍ଣା ଓ ଡ଼ିଏଭି ସ୍କୁଲର ଟିମ ଗତକାଲି ବାଲେଶ୍ୱରରେ ଅନୁଷ୍ଠିତ ଡିଏଭି ଖୋଖୋ ଖେଳରେ ରାଜ୍ୟ ଚାମ୍ପିଆନ ହେବାପରେ ଆଜି ଟ୍ରେନ ଯୋଗେ ଝାରସୁଗୁଡ଼ାରେ ଆସି ପହଞ୍ଚିଥିଲେ। ତେବେ କ୍ରିଷ୍ଣାଙ୍କ ଭାଇ ଅମର ଓ ତାଙ୍କ ସାଙ୍ଗମାନେ ଭାଇକୁ ଆଣିବାକୁ ଯାଇଥିଲେ। ରେଳ ଷ୍ଟେସନରେ କ୍ରିଷ୍ଣାଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧିତ କରାଯିବା ପରେ ସେମାନେ ଖୁସିରେ ଘରକୁ ବାହାରିଥିଲେ। ତେବେ ସରବାହାଲ ନିକଟରେ କାରଟି ଭାରସାମ୍ୟ ହରାଇ ବସିବାରୁ ଓଲଟି ପଡିଥିଲା।

ଝାରସୁଗୁଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କ୍ରିଷ୍ଣା ଓ ଡ଼ିଏଭି ସ୍କୁଲର ଟିମ ଗତକାଲି ବାଲେଶ୍ୱରରେ ଅନୁଷ୍ଠିତ ଡିଏଭି ଖୋଖୋ ଖେଳରେ ରାଜ୍ୟ ଚାମ୍ପିଆନ ହେବାପରେ ଆଜି ଟ୍ରେନ ଯୋଗେ ଝାରସୁଗୁଡ଼ାରେ ଆସି ପହଞ୍ଚିଥିଲେ। ତେବେ କ୍ରିଷ୍ଣାଙ୍କ ଭାଇ ଅମର ଓ ତାଙ୍କ ସାଙ୍ଗମାନେ ଭାଇକୁ ଆଣିବାକୁ ଯାଇଥିଲେ। ରେଳ ଷ୍ଟେସନରେ କ୍ରିଷ୍ଣାଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧିତ କରାଯିବା ପରେ ସେମାନେ ଖୁସିରେ ଘରକୁ ବାହାରିଥିଲେ। ତେବେ ସରବାହାଲ ନିକଟରେ କାରଟି ଭାରସାମ୍ୟ ହରାଇ ବସିବାରୁ ଓଲଟି ପଡିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe