ଭୁବନରେ କାୟା ମେଲାଉଛି ଡାଇରିଆ: ଜଣେ ମୃତ, ୪୧ ଆକ୍ରାନ୍ତ

ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସିରରେ ବଢ଼ି ଚାଲିଛି ଡାଇରିଆ। ଭୟଙ୍କର ହେବାରେ ଲାଗିଛି ଡ଼ାଇରିଆ। ଡ଼ାଇରିଆରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ୪୧ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି।

xc

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସିରେ ବଢ଼ି ଚାଲିଛି ଡାଇରିଆ। ଭୟଙ୍କର ହେବାରେ ଲାଗିଛି ଡ଼ାଇରିଆ। ଡାଇରିଆରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ୪୧ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ମୃତ ବ୍ୟକ୍ତି ଜଣଙ୍କ ଭୁବନ ଏନ୍ ଏ ସି  ୱାର୍ଡ ନମ୍ବର୧୨ ଦଳିତ  ବସ୍ତିର  କୃପାସିନ୍ଧୁ ମଳିକ ପରିବାର ଲୋକ ଝାଡ଼ାରେ ମୃତ୍ୟୁବରଣ କରିଛନ୍ତି ବୋଲି ଅଭିଯୋଗ କରୁଥିବା ବେଳେ ଡାକ୍ତର ଖଣ୍ଡନ କରିଛନ୍ତି। ତେବେ ସମସ୍ତ ଡ଼ାଇରିଆ ରୋଗୀଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଏଣେ ଅନେକ ରୋଗୀ ଘରେ ରହି ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଆଶାକର୍ମୀ ଓ ଅଙ୍ଗନୱାର୍ଡି କର୍ମୀମାନେ ପ୍ରାଥମିକ ଚିକିତ୍ସାରେ ସହଯୋଗ କରିଛନ୍ତି। ତେବେ କେଉଁ କାରଣ ଯୋଗୁଁ  ବିଭିନ୍ନ ୱାର୍ଡରେ ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ତାହା ଅସ୍ପଷ୍ଟ ରହିଛି। ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଟିମ ପହଞ୍ଚି ରୋଗୀଙ୍କ ଚିକିତ୍ସାରେ ସହଯୋଗ  କରୁଛନ୍ତି। ଘଟଣା ସ୍ଥଳରେ  ମୁଖ୍ୟ  ଚିକିତ୍ସା ଅଧିକାରୀ ସଞ୍ଜୟ କୁମାର ମହାପାତ୍ର, କାମାକ୍ଷାନଗର ଉପଜିଲାପାଳ ଦିନମଣି ନାଇକ, ତହସିଲଦାର  ସୂର୍ଯ୍ୟ   ଶଙ୍କର ଦାସ,  ବିଧାୟକ  ଶତ୍ରୁଘ୍ନ  ଜେନା , ନଗରପାଳ  ଶୁଭେନ୍ଦୁ କୁମାର ସାହୁ, ନିର୍ବାହୀ  ଅଧିକାରୀ ପ୍ରଭାତ ସାହୁ , ମୁଖ୍ୟ  ଡାକ୍ତର  ରମେଶ ଚନ୍ଦ୍ର ସାହୁ  ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ଜନସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀଙ୍କ ଅନୁପସ୍ଥିତକୁ ନେଇ ପ୍ରଶାସନରେ ଚିନ୍ତା ପଡ଼ିଯାଇଛି। 

ଭୁବନ ଏନଏସିରେ ବଢ଼ି ଚାଲିଛି ଡାଇରିଆ। ଭୟଙ୍କର ହେବାରେ ଲାଗିଛି ଡାଇରିଆ। ଡାଇରିଆରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ୪୧ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ମୃତ ବ୍ୟକ୍ତି ଜଣଙ୍କ ଭୁବନ ଏନ୍ ଏ ସି  ୱାର୍ଡ ନମ୍ବର୧୨ ଦଳିତ  ବସ୍ତିର  କୃପାସିନ୍ଧୁ ମଳିକ ପରିବାର ଲୋକ ଝାଡ଼ାରେ ମୃତ୍ୟୁବରଣ କରିଛନ୍ତି ବୋଲି ଅଭିଯୋଗ କରୁଥିବା ବେଳେ ଡାକ୍ତର ଖଣ୍ଡନ କରିଛନ୍ତି। ତେବେ ସମସ୍ତ ଡ଼ାଇରିଆ ରୋଗୀଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ପ୍ରଶାସନ ପକ୍ଷରୁ  ମୃତକ ପରିବାରକୁ   ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ପାଉଚ ପାଣି  ଓ  ଷ୍ଟ୍ରିଟ ଫୁଡ୍ ଷ୍ଟଲ୍ ଉପରେ ଚଢାଉ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe