Image Courtesy of India Today
ନୂଆଦିଲ୍ଳୀ: ‘ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍’ (ସିବିଏସ୍ଇ) ୧୨ଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟର୍ ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ନିଜର ଶୁଭେଚ୍ଛା ଜଣାଇଛନ୍ତି। ଏହାଛଡ଼ା ଯେଉଁମାନେ ପରୀକ୍ଷାରେ ଭଲ କରିନାହାନ୍ତି ସେମାନଙ୍କୁ ସେ ସିରିଜ୍ ଟ୍ବିଟ୍ରେ ଆଶ୍ବାସନା ଦେଇ କହିଛନ୍ତି ଯେ ‘ତୁମେମାନେ କିଏ ଗୋଟାଏ ପରୀକ୍ଷା ତାହା କହିପାରିବ ନାହିଁ’। ଦ୍ବାଦଶ ଶ୍ରେଣୀରେ ପାସ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ ଅପେକ୍ଷା କରି ରହିଛି। ନିଜର ରୁଚି ଥିବା ବିଷୟକୁ ବାଛି ଆଗକୁ ସେହି କ୍ଷେତ୍ରରେ ଯାଆନ୍ତୁ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ଆଜି ସକାଳେ ‘ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍’ (ସିବିଏସ୍ଇ) ଚଳିତ ବର୍ଷର ୧୨ଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍ ହାର ୯୨.୭୧% ହୋଇଥିବା ଜଣାପଡ଼ିଛି। ସେଥିରୁ ଝିଅମାନଙ୍କର ପାସ୍ ହାର ୯୪.୫୪% ଥିବା ବେଳେ ପୁଅମାନଙ୍କର ପାସ୍ ହାର ୯୧.୨୫% ହୋଇଛି। ଉକ୍ତ ପରୀକ୍ଷାରେ ୯୮.୮୩% ରଖି ତ୍ରିଭାନ୍ଦ୍ରମ୍ ଅଞ୍ଚଳ ସବୁଠୁ ଭଲ କରିଥିବା ବେଳେ ୮୩.୭୧% ରଖି ପ୍ରୟାଗରାଜ ଅଞ୍ଚଳ ସବୁଠୁ ଖରାପ କରିଛି। ସଂଗୃହୀତ ସୂଚନା ଅନୁସାରେ, ପରୀକ୍ଷା ଦେବା ପାଇଁ ସମୁଦାୟ ୧୪୪୪୩୪୧ ଜଣ ପରୀକ୍ଷାର୍ଥୀ ପଞ୍ଜିକରଣ କରିଥିବା ବେଳେ ୧୪୩୫୩୬୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିରୁ ୧୩୩୦୬୬୨ ପାସ୍ କରିଛନ୍ତି।
ତେଣୁ, ‘ସିବିଏସ୍ଇ ଟର୍ମ ୨’ ଫଳାଫଳ ଦେଖିବାକୁ ଆଗ୍ରହୀ ଛାତ୍ରଛାତ୍ରୀମାନେ cbse.gov.in, cbseresults.nic.in, parikshasangam.cbse.gov.in and results.cbse.nic.in ଆଦି ୱେବ୍ସାଇଟ୍ ବ୍ରାଉଜ୍ କରିପାରିବେ। ଏଥିପାଇଁ ‘ସିବିଏସ୍ଇ’ର ଅଫିସିଆଲ୍ ୱେବ୍ସାଇଟ୍ରେ ସେମାନେ ନିଜନିଜର ରୋଲ୍ ନମ୍ବର ଏବଂ ଅନ୍ୟାନ୍ୟ ବିବରଣୀ ଟାଇପ୍ କରିବାକୁ ପଡ଼ିବ।
Follow Us