ବାଣ ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ଗୁରୁତର

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଗୋଳାପୋଖରୀ ପଞ୍ଚାୟତ ଅଧୀନ ତରବାଲୋ ଗ୍ରାମରେ ବେଆଇନ ଭାବରେ ବାଣ ପ୍ରସ୍ତୁତ କରୁଥିବାବେଳେ ବିସ୍ପୋରଣ ହେବା ସହିତ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ଉକ୍ତ ଗ୍ରାମର ଧନେଶ୍ୱର ଦଳେଇ।

37a15aa8-9a37-4724-aa64-001848418f22

ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଗୋଳାପୋଖରୀ ପଞ୍ଚାୟତ ଅଧୀନ ତରବାଲୋ ଗ୍ରାମରେ ବେଆଇନ ଭାବରେ ବାଣ ପ୍ରସ୍ତୁତ କରୁଥିବାବେଳେ ବିସ୍ପୋରଣ ହେବା ସହିତ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ଉକ୍ତ ଗ୍ରାମର ଧନେଶ୍ୱର ଦଳେଇ। ଆସନ୍ତା ଦୀପାବଳିକୁ ଆଖି ଆଗରେ ରଖି ବାଣ ପ୍ରସ୍ତୁତ କରୁଥିଲେ ଧନେଶ୍ୱର। ତେବେ ହଠାତ ଏଥିରେ ବିସ୍ଫୋରଣ ହେବାରୁ ସେ ଗୁରୁତର ହୋଇଥିବା ବେଳେ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ବାଣ ବିସ୍ପୋରଣରେ ତାଙ୍କର ଘର ଛିନଛତ୍ର ହୋଇଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ତାଙ୍କ ଦେହର ପ୍ରାୟ ୬୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଭାପୁର ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe