ମୋଦିଙ୍କ ‘ଭୋଟ୍‌କର୍‌’ ଅଭିଯାନକୁ ସମର୍ଥନ କଲେ ଅନୀଲ କପୁର

Advertisment
ମୋଦିଙ୍କ ‘ଭୋଟ୍‌କର୍‌’ ଅଭିଯାନକୁ ସମର୍ଥନ କଲେ ଅନୀଲ କପୁର

MyNation Hindi

ନୂଆଦିଲ୍ଳୀ: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟର୍‌ରେ ‘ଭୋଟ୍‌କର୍‌’ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ସେ ଖେଳରୁ ନେଇ ମନୋରଞ୍ଜନ ଦୁନିଆର ବିଭିନ୍ନ ସେଲିବ୍ରେଟିମାନଙ୍କୁ ସାମିଲ୍‌ କରାଇ ଦେଶବାସୀଙ୍କ ଭିତରେ ନିର୍ବାଚନକୁ ନେଇ ସଚେତନତା ସୃଷ୍ଟି କରାଇବାର ଇଚ୍ଛା ରଖିଛନ୍ତି। ଦେଶର ପ୍ରତ୍ୟେକ ଯୋଗ୍ୟ ମତଦାତା ନିଜର ମତ ଦେଲେ ଯାଇ ସମୃଦ୍ଧ ଭାରତ ସୃଷ୍ଟି ହେବ ବୋଲି ମୋଦି ନିକଟରେ କରିଥିଲେ।

ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଭୋଟ୍‌କର୍‌’ ଅଭିଯାନକୁ ସମର୍ଥନ କରିଛନ୍ତି ଅଭିନେତା ଅନୀଲ କପୁର। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ଟ୍ଵିଟ୍‌ରେ ରିଟ୍ଵିଟ୍‌ କରି ଲେଖିଛନ୍ତି, ‘ଗୋଟାଏ ଭୋଟ୍‌ ଅନେକ ଭିନ୍ନତା ଆଣିପାରେ। ଏହିି ମହାନ ଦେଶର ନାଗରିକ ହୋଇଥିବାରୁ ଭୋଟ ଦେବା ଆମର ଅଧିକାର ଓ କର୍ତ୍ତବ୍ୟ। ତେଣୁ ଏହାକୁ ନୋଟ୍‌ କରି ରଖନ୍ତୁ ଯେ ଉତ୍ତମ, ଉଜ୍ଜ୍ୱଳ ଓ ସବଳ ଭାରତ ଗଠନ ପାଇଁ ୨୦୧୯ ଲୋକସଭା ନିର୍ବାଚନରେ ନିଶ୍ଚୟ ଭୋଟ ଦିଅନ୍ତୁ।’

ପ୍ରଧାନମନ୍ତ୍ରୀ ମୋଦି କରିଥିବା ଟ୍ଵିଟ୍‌ଟି ହେଉଛି, ‘ପ୍ରିୟର ଅନୀଲ କପୁର, ଅଜୟ ଦେବଗନ ଓ ମାଧୁରୀ ଦିକ୍ଷିତ୍‌। ବକ୍ସ ଅଫିସ୍‌ ପରେ ନିର୍ବାଚନ ବୁଥ୍‌ରେ ଧମାଲ ମଚାଇବାର ସମୟ ଆସିଗଲା। ‘ଭୋଟ୍‌କର୍‌’ ଅଭିଯାନ ପାଇଁ ତୁମମାନଙ୍କ ସମର୍ଥନ ଭାରତର ଲୋକତନ୍ତ୍ର ପାଇଁ ଭଲ ସାବ୍ୟସ୍ତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe