ପ୍ରଶାନ୍ତ କିଶୋରଙ୍କ ଭ୍ୟାନିଟି ଭ୍ୟାନକୁ ନେଇ ତାତିଲେ ବିରୋଧୀ

Advertisment

ବିହାରର ପାଟନାରେ ଜନସ୍ୱରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବିପିଏସସି ଛାତ୍ର ଆନ୍ଦୋଳନକୁ ସମର୍ଥନ କରି ଗାନ୍ଧୀ ମଇଦାନରେ ତିନି ଦିନ ଧରି ଆମରଣ ଅନଶନରେ ବସିଛନ୍ତି। ତେବେ ହାଇ-ଟେକ୍ ସୁବିଧା ସହିତ ସଜ୍ଜିତ ଏକ ଭ୍ୟାନିଟି ଭ୍ୟାନ୍ ମଧ୍ୟ ବିରୋଧ ସ୍ଥଳରେ ପାର୍କିଂ କରାଯାଇଛି

ବିହାରର ପାଟନାରେ ଜନସ୍ୱରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବିପିଏସସି ଛାତ୍ର ଆନ୍ଦୋଳନକୁ ସମର୍ଥନ କରି ଗାନ୍ଧୀ ମଇଦାନରେ ତିନି ଦିନ ଧରି ଆମରଣ ଅନଶନରେ ବସିଛନ୍ତି। ତେବେ ହାଇ-ଟେକ୍ ସୁବିଧା ସହିତ ସଜ୍ଜିତ ଏକ ଭ୍ୟାନିଟି ଭ୍ୟାନ୍ ମଧ୍ୟ ବିରୋଧ ସ୍ଥଳରେ ପାର୍କିଂ କରାଯାଇଛି

pk

ନୂଆଦିଲ୍ଲୀ: ବିହାରର ପାଟନାରେ ଜନସ୍ୱରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବିପିଏସସି ଛାତ୍ର ଆନ୍ଦୋଳନକୁ ସମର୍ଥନ କରି ଗାନ୍ଧୀ ମଇଦାନରେ ତିନି ଦିନ ଧରି ଆମରଣ ଅନଶନରେ ବସିଛନ୍ତି। ତେବେ ହାଇ-ଟେକ୍ ସୁବିଧା ସହିତ ସଜ୍ଜିତ ଏକ ଭ୍ୟାନିଟି ଭ୍ୟାନ୍ ମଧ୍ୟ ବିରୋଧ ସ୍ଥଳରେ ପାର୍କିଂ କରାଯାଇଛି ଯାହାକୁ ନେଇ ବିରୋଧୀମାନେ ଅଭିଯୋଗ କରିଛନ୍ତି ଯେ ପ୍ରଶାନ୍ତ ଭ୍ୟାନିଟି ଭ୍ୟାନରେ ବିଶ୍ରାମ ନେଉଥିବା ବେଳେ ଲୋକମାନେ ଆନ୍ଦୋଳନ କରୁଛନ୍ତି। ଯେତେବେଳେ ଗଣମାଧ୍ୟମ ଏହି ଅଭିଯୋଗ ଉପରେ ପି.କେଙ୍କୁ ପ୍ରଶ୍ନ କରିଥିଲେ, ଉତ୍ତର ଦେବା ପରିବର୍ତ୍ତେ ସେ ସାମ୍ବାଦିକଙ୍କ ଉପରେ ରାଗି ଯାଇଥିଲେ। ସେ କହିଛନ୍ତି ଯେ ସାମ୍ବାଦିକମାନେ କେବଳ ସାମ୍ବାଦିକତା ଭଳି ଅଭିନୟ କରିବାକୁ ଏଠାକୁ ଆସନ୍ତି। ଛାତ୍ରମାନଙ୍କ ସହ ଜଡିତ ପ୍ରଶ୍ନ ନ ପଚାରି, ଏହି ସମସ୍ୟାକୁ ଭ୍ୟାନିଟି ଭ୍ୟାନ୍ ଆଡକୁ ବଦଳାଇବାକୁ ଚେଷ୍ଟା କରାଯାଉଛି | ଯଦିଓ ତାଙ୍କୁ ବାରମ୍ବାର ବିରୋଧୀଙ୍କ ଅଭିଯୋଗର ଜବାବ ଦେବାକୁ କୁହାଯାଇଥିଲା, ହେଲେ ସେ ଗଣମାଧ୍ୟମ ଉପରେ ବର୍ଷିଥିଲେ | 

ବାସ୍ତବରେ, ବିପିଏସସି ଛାତ୍ରମାନଙ୍କ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଜନସ୍ୱରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ପାଟନାର ଗାନ୍ଧୀ ମଇଦାନରେ ଅନଶନରେ ବସିଛନ୍ତି। ଏବେ ସେ ତାଙ୍କର ଭ୍ୟାନିଟି ଭ୍ୟାନ ସଂପର୍କରେ ରାଜନୈତିକ ଦଳଗୁଡ଼ିକର ଟାର୍ଗେଟରେ ଆସିଛନ୍ତି। ହାଇ-ଟେକ୍ ସୁବିଧା ସହିତ ସଜ୍ଜିତ ତାଙ୍କ ଭ୍ୟାନିଟି ଭ୍ୟାନ୍ ର ଚିତ୍ର ମଧ୍ୟ ଭାଇରାଲ୍ ହେଉଛି | ଏ ସମ୍ପର୍କରେ ବିଜେପି ଏବଂ ଆରଜେଡି ନେତା ପ୍ରଶାନ୍ତ କିଶୋରଙ୍କ ଉପରେ ଆକ୍ରମଣ କରିଛନ୍ତି।

ଭ୍ୟାନିଟି ଭ୍ୟାନ ବିଷୟରେ ବିଜେପି ମୁଖପାତ୍ର ଅରବିନ୍ଦ ସିଂ କହିଛନ୍ତି ଯେ ପ୍ରଶାନ୍ତ କିଶୋର ୪ କୋଟି ଟଙ୍କା ମୂଲ୍ୟର ଏକ ଭ୍ୟାନିଟି ଭ୍ୟାନ ସହ ଆନ୍ଦୋଳନ କରୁଛନ୍ତି। ପ୍ରତିଦିନ ୨୫ ଲକ୍ଷ ଟଙ୍କା ଭଡା ଦେଉଛନ୍ତି | ଏତେ ଟଙ୍କା କେଉଁଠୁ ଆସୁଛି? ୪ କୋଟି ଟଙ୍କା ମୂଲ୍ୟର ଏକ ଭ୍ୟାନିଟି ଭ୍ୟାନ ନେଇ ବିପିଏସସି ପ୍ରାର୍ଥୀଙ୍କ ପାଇଁ ଆନ୍ଦୋଳନ କରିବାକୁ ଯାଇଥିବା ପ୍ରଶାନ୍ତ କିଶୋରଙ୍କୁ ଏଥିପାଇଁ ଲାଜ ଲାଗିବା କଥା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe