paddy procurement odisha
ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ରିବ ଧାନ ୬୦ ପ୍ରତିଶତ ଅମଳ ହୋଇସାରିଛି। ହେଲେ ଏଯାଏ ଜିଲ୍ଲା ପ୍ରଶାସନ ତଥା ଯୋଗାଣ ବିଭାଗ ମଣ୍ଡି ଖୋଲିବାରେ ବିଲମ୍ବ କରୁଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ ରିବି ଧାନ କିଣା ବିଳମ୍ବ ହେବାରୁ ମିଲର୍ସ ଓ ବେପାରୀମାନେ ଅଧିକ ଲାଭ ପାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ହେଲେ ଜିଲ୍ଲା ପ୍ରଶାସନ ପ୍ରତି ବର୍ଷ ଜିଲ୍ଲାରେ ରିବ ଧାନକ୍ରୟରେ ବିଳମ୍ବ ହେବାରୁ ପଞ୍ଜିକୃତ ଚାଷୀଙ୍କୁ ଅଧିକ କ୍ଷତିସହିବାକୁ ପଡ଼ିଥାଏ। ଗତ ବର୍ଷ ମଧ୍ୟ ରବି ଚାଷରେ ବହୁ ପଞ୍ଜିକୃତ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଥିବା ବେଳେ ଜିଲ୍ଲା କୃଷକ ସଂଗଠନ ତଥା ଚାଷୀମାନେ ଜିଲ୍ଲା ପ୍ରଶାସନଠାରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫାଇଦା ମିଳିନଥିଲା। ହେଲେ ଚଳିତ ବର୍ଷ ମଧ୍ୟ ଜିଲ୍ଲାପ୍ରଶାସନ ଠିକ୍ ସମୟରେ ଜିଲ୍ଲାରେ ମଣ୍ଡି ଆରମ୍ଭ ନକଲେ ପୁଣିଥରେ ରବି ଚାଷୀ ଅବସ୍ଥା ଗତବର୍ଷ ପରି ହେବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
ଓଡ଼ିଶାରେ ରବି ଧାନ କିଣା ବ୍ୟବସ୍ଥା କରିଥିବା ବେଳେ ଛତିଶଗଡ଼ରେ ନାହିଁ। ଯାହାଫଳରେ ନୂଆପଡ଼ା ଜିଲ୍ଲା ଛତିଶଗଡ଼ ଚାଷୀ ଏହାର ଅଧିକ ଫାଇଦା ନେଉଥିବା ଦେଖିବାକୁ ମିଳିଥାଏ। ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ ଗ୍ରାମରେ ଚାଷୀମାନେ ଉଠାଜଳରେ ରେ ରବି ଚାଷ କରିଥିବା ବେଳେ ବର୍ତ୍ତମାନ ସେମାନଙ୍କ ଧାନ ଅମଳ ହୋଇଛି। ଏହି ଚାଷୀମାନେ ଧାନ ବିକ୍ରି କରିବା ପାଇଁ ନୂଆପଡ଼ା ଜିଲ୍ଲା ଉପରେ ଭରସା କରୁଛନ୍ତି। କିଛି ଚାଷୀ ସିଧାସଳଖ ମିଲର୍ସମାନଙ୍କ ସହ ଯୋଗଯୋଗ କରି କ୍ବିଣ୍ଟାଲ ପିଛା ୧୨୦୦ରୁ ୧୫୦୦ ଟଙ୍କାରେ ମିଲର୍ସମାନଙ୍କ ଗୋଦାମରେ ଛାଡୁଥିବା ଅଭିଯୋଗ ହୋଇଛି। ତାସହ ୧୦୦୦ରୁ ୧୨୦୦ ଟଙ୍କାରେ ମଧ୍ୟ ନୂଆପଡ଼ା ବେପାରୀମାନଙ୍କୁ ଦେଉଥିବା କିଛି ଛତିଶଗଡ଼ ଚାଷୀ ଅଭିଯୋଗ କରିଛନ୍ତି। ଯାହାଫଳରେ ମିଲର୍ସ ଓ ବେପାରୀମାନେ ସ୍ଥାନୀୟ ପ୍ୟକ୍ସ କର୍ମଚାରୀ ଓ ଯୋଗାର ବିଭାଗର କିଛି ଅଧିକାରୀଙ୍କୁ ହାତ ମୁଠାରେ ରଖି ଛତିଶଗଡ଼ ଧାନାକୁ ନୂଆପଡ଼ା ମଣ୍ଡିରେ ସରକାରଙ୍କ ଏମଏସପି ମୂଲ୍ୟରେ ବିକ୍ରି କରନ୍ତି ବୋଲି ବିଗତ ଦିନରେ ମଧ୍ୟ ଜିଲ୍ଲାର ଚାଷୀମାନେ ଅଭିଯୋଗ କରିଛନ୍ତି। ହେଲେ ଚାଷୀମାନଙ୍କୁ ଅଭିଯୋଗ ଉପରେ ଆଜି ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଏଥିରେ ପ୍ୟାକ୍ସ, ମିଲର୍ସ ଓ ଯୋଗାଣ ବିଭାଗ ମାଲାମାଲ ହେଉଥିବା କୁହାଯାଉଛି।
ଚଳିତ ବର୍ଷ ମଧ୍ୟ ନୂଆପଡ଼ା ଜିଲ୍ଲାରେ ୧୩ ହଜାର ୨୯୭ ଜଣ ଚାଷୀ ରବି ଧାନ ବିକ୍ରି କରିବା ପାଇଁ ପଞ୍ଜିକୃତ କରିଥିବା ବେଳେ ଚାଷୀମାନଙ୍କ ଧାନ ଅମଳ ହୋଇ ଘରେ ଗଚ୍ଛିତ ରଖିଛନ୍ତି। ହେଲେ ଜିଲ୍ଲାରେ ଆଜି ପାର୍ଯ୍ୟନ୍ତ ମଣ୍ଡି ଆରମ୍ଭ ହୋଇନଥିବା ବେଲେ ଚାଷୀ ମାନଙ୍କ ମଧ୍ୟରେ ଚିନ୍ତିବଢ଼ିବାରେ ଲାଗିଛି। ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମଣ୍ଡି ଆରମ୍ଭ ରୁ ମିଲର୍ସ ଗୋଦାମରେ ଛତିଶଗଡ଼ର ଧାନ ଭତ୍ତି ହୋଇଯିବ। ସେଥିପାଇଁ ରବି ମଣ୍ଡି ଆରମ୍ଭରୁ ଜିଲ୍ଲାର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କମିଟି କରି ଜିଲ୍ଲାର ମିଲ ଓ ବେପାରୀମାନଙ୍କ ଗୋଦାମ ତଦନ୍ତ କରିବାକୁ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି।
ଚଳିତ ବର୍ଷ ମଧ୍ୟ ନୂଆପଡ଼ା ଜିଲ୍ଲାରେ ୧୩ ହଜାର ୨୯୭ ଜଣ ଚାଷୀ ରବି ଧାନ ବିକ୍ରି କରିବା ପାଇଁ ପଞ୍ଜିକୃତ କରିଥିବା ବେଳେ ଚାଷୀମାନଙ୍କ ଧାନ ଅମଳ ହୋଇ ଘରେ ଗଚ୍ଛିତ ରଖିଛନ୍ତି। ହେଲେ ଜିଲ୍ଲାରେ ଆଜି ପାର୍ଯ୍ୟନ୍ତ ମଣ୍ଡି ଆରମ୍ଭ ହୋଇନଥିବା ବେଲେ ଚାଷୀ ମାନଙ୍କ ମଧ୍ୟରେ ଚିନ୍ତିବଢ଼ିବାରେ ଲାଗିଛି। ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମଣ୍ଡି ଆରମ୍ଭ ରୁ ମିଲର୍ସ ଗୋଦାମରେ ଛତିଶଗଡ଼ର ଧାନ ଭତ୍ତି ହୋଇଯିବ। ସେଥିପାଇଁ ରବି ମଣ୍ଡି ଆରମ୍ଭରୁ ଜିଲ୍ଲାର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କମିଟି କରି ଜିଲ୍ଲାର ମିଲ ଓ ବେପାରୀମାନଙ୍କ ଗୋଦାମ ତଦନ୍ତ କରିବାକୁ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଏହା ଉପରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିଥିବାରୁ ଫୋନ ଗ୍ରହଣ କରିନଥିବାରୁ ତାଙ୍କର ମତାମତ ମିଳିପାରି ନାହିଁ।
Follow Us