ଏୟାର୍‌ ଷ୍ଟ୍ରାଇକ୍‌ ପରେ ପାକିସ୍ତାନରେ ବ୍ୟାନ୍‌ ହେଲା ସମସ୍ତ ଭାରତୀୟ ସିନେମା

Advertisment
ଆଜି କାଶ୍ମୀର, କାଲି ପିଓକେ ଆମର ହେବ: ଶିବସେନା ସାଂସଦ

ଇସ୍‌ଲାମବାଦ୍‌: ନିୟନ୍ତ୍ରଣ ରେଖା ପାର୍‌ କରି ଗତକାଲି ଭାରତ ପାକିସ୍ତାନରେ ଦ୍ୱିତୀୟ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବା ପରେ ପାକିସ୍ତାନର ସୂଚନା ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ ସମସ୍ତ ଭାରତୀୟ ଚଳଚ୍ଚିତ୍ରକୁ ପାକିସ୍ତାନରେ ବ୍ୟାନ୍‌ କରି ଦେଇଛନ୍ତି। ଦେଶରେ କୌଣସି ଭାରତୀୟ ଚଳଚ୍ଚିତ୍ର ରିଲିଜ୍‌ ହେବ ନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି।

ଫଓ୍ଵାଦ ଚୌଧୁରୀ ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରେ ଟୁଇଟ୍‌ କରି ଲେଖିଛନ୍ତି ଯେ ‘ସିନେମା ପ୍ରଦର୍ଶନୀ ଆସୋସିଏସନ୍‌ ଭାରତୀୟ ସିନେମାକୁ ବାୟକଟ୍‌ କରୁଛି। ଏବେ କୌଣସି ବି ଭାରତୀୟ ଚଳଚ୍ଚିତ୍ରକୁ ପାକିସ୍ତାନରେ ରିଲିଜ୍‌ କରାଯିବ ନାହିଁ। ଏଥିସହିତ ପିଇଏମ୍‌ଆର୍‌ଏକୁ ଭାରତୀୟ ବିଜ୍ଞାପନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂଚୀତ କରାଯାଇଛି।’

‘ଗତକାଲି ହୋଇଥିବା ଏହାର୍‌ ଷ୍ଟାଇକ୍‌ ନିୟନ୍ତ୍ରଣ ରେଖାର ନୀତି ଉଲଘଂନ କରିଛି। ଏହା ଏକ ଗଭୀର ‘ଆକ୍ରମଣାତ୍ମାକ କାର୍ଯ୍ୟ’ ଥିଲା। ପ୍ରତିଶୋଧ ନେବା ଓ ଆତ୍ମ ସୁରକ୍ଷାର ଅଧିକାର ଆମ ନିକଟରେ ବି ଅଛି’ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୱାରେସି କହିଥିଲେ।

ସେହିପରି ଉଚିତ ସମୟ, ଉଚିତ ସ୍ଥାନ ଦେଖି ପାକିସ୍ତାନ ଉଚିତ ଜବାବ ଦେବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ କ୍ଷୋଭ ପ୍ରକାଶ କରି କହିଥିବା ଶୁଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe