ଟିଆର୍‌ଏଫକୁ ଖୁଲମଖୁଲା ସମର୍ଥନ କଲା ପାକିସ୍ତାନ

Advertisment

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର ସଂସଦରେ ତାଙ୍କ ଭାଷଣ ସମୟରେ ଆତଙ୍କବାଦୀ ସଂଗଠନ 'ଦି ରେଜିଷ୍ଟାନ୍ସ ଫ୍ରଣ୍ଟ'କୁ ଖୋଲାଖୋଲି ସମର୍ଥନ କରିଥିଲେ। ବୈଦେଶିକ ମନ୍ତ୍ରୀ ଡାର ସଂସଦରେ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ମିଳିତ

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର ସଂସଦରେ ତାଙ୍କ ଭାଷଣ ସମୟରେ ଆତଙ୍କବାଦୀ ସଂଗଠନ 'ଦି ରେଜିଷ୍ଟାନ୍ସ ଫ୍ରଣ୍ଟ'କୁ ଖୋଲାଖୋଲି ସମର୍ଥନ କରିଥିଲେ। ବୈଦେଶିକ ମନ୍ତ୍ରୀ ଡାର ସଂସଦରେ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ମିଳିତ

IMG_PAKISTAN-ECONOMY_2_1_4MATJNA9

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ  ଟିଆର୍‌ଏଫ୍‌ (ଦି ରେଜିଷ୍ଟାନ୍ସ ଫ୍ରଣ୍ଟ୍‌)କୁ ଆମେରିକା ପ୍ରଶାସନ ଆତଙ୍କବାଦୀ ଗୋଷ୍ଠୀ ଘୋଷଣା କରିଥିଲା ।  ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ହାତ ଥିବା ଟିଆରଏଫ୍‌ ଏବେ ଆତଙ୍କବାଦୀ ଗୋଷ୍ଠୀ ଘୋଷିତ ହେବା ନିଷ୍ପତ୍ତିକୁ ଭାରତ ସ୍ବାଗତ କରିଥିଲା । ତେବେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର ସଂସଦରେ ତାଙ୍କ ଭାଷଣ ସମୟରେ ଆତଙ୍କବାଦୀ ସଂଗଠନ 'ଦି ରେଜିଷ୍ଟାନ୍ସ ଫ୍ରଣ୍ଟ'କୁ ଖୋଲାଖୋଲି ସମର୍ଥନ କରିଥିଲେ।

ବୈଦେଶିକ ମନ୍ତ୍ରୀ ଡାର ସଂସଦରେ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC) ର ବିବୃତ୍ତିରୁ ଟିଆରଏଫର ନାମ ହଟାଇବା ପାଇଁ ହସ୍ତକ୍ଷେପ କରିଥିଲା, ଯାହା ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲା। ସେ କହିଛନ୍ତି, 'ଆମେ ଯୁଏନଏସସି ବିବୃତ୍ତିରେ ଟିଆରଏଫର ନାମ ଯୋଡିବାକୁ ବିରୋଧ କରିଥିଲୁ। ମୋତେ ଅନେକ ଦେଶରୁ ଫୋନ୍ ଆସିଥିଲା, କିନ୍ତୁ ଆମେ ରାଜି ହୋଇନଥିଲୁ ଏବଂ ଟିଆରଏଫର ନାମ ହଟାଇ ଦିଆଯାଇଥିଲା।' ସେ ଆହୁରି କହିଛନ୍ତି, 'ଆମେ ଟିଆରଏଫକୁ ଅବୈଧ ମନେ କରୁନାହୁଁ।

ସେମାନେ ଆକ୍ରମଣ କରିଥିବା କୌଣସି ପ୍ରମାଣ ଦିଅ। ଯେପର୍ଯ୍ୟନ୍ତ ଟିଆରଏଫ ନିଜେ ଦାୟିତ୍ୱ ନେଇନାହିଁ, ଆମେ ଏହାକୁ ଦୋଷୀ ବୋଲି ମାନିବୁ ନାହିଁ।' ' ଉଲ୍ଲେଖ ଥାଉ କି ପହଲଗାମ ଆକ୍ରମଣ କରିଥିବା ସଂଗଠନ ଦି ରେଜିଷ୍ଟାନ୍ସ ଫୋର୍ସ (ଟିଆରଏଫ)କୁ ଆମେରିକା ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲା । ଏହା ଲସ୍କର-ଇ-ତୋଇବାର ଏକ ଛଦ୍ମ ସଂଗଠନ ବୋଲି ଆମେରିକା ସ୍ବୀକାର କରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe