ମୋହନଲାଲ ଇସ୍ତଫା ଦେବା କାପୁରୁଷତାର ପ୍ରମାଣ ଦେଉଛି: ପାର୍ବତୀ

ହେମା କମିଟି ରିପୋର୍ଟ ଆସିବା ପରେ ମଲୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ କଳାକାର ଏବଂ ନିର୍ଦ୍ଦେଶକଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ ଲାଗିଛି। ଏଭଳି ଆରୋପ ଲାଗିବା ପରେ ଏଏମଏମଏ ପକ୍ଷରୁ ନିଜର ପକ୍ଷ ରଖିବା ପରିବର୍ତ୍ତେ ମୋହନଲାଲ ଇସ୍ତଫା ଦେଇଛନ୍ତି।ଏହାକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି ପାର୍ବତୀ।

y

ନୂଆଦିଲ୍ଲୀ: ହେମା କମିଟି ରିପୋର୍ଟ ଆସିବା ପରେ ମଲୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ କଳାକାର ଏବଂ ନିର୍ଦ୍ଦେଶକଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ ଲାଗିଛି। ଏହାପୂର୍ବରୁ ଅଭିନେତା ସିଦ୍ଦିକି ଏବଂ ନିର୍ଦ୍ଦେଶକ ରଣଜିତଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଲାଗିଥିଲା। ଏହା ପରେ ସିଦ୍ଦିକି ଆସୋସିଏସନ ଅଫ୍ ମଲୟାଲମ ମୁଭି ଇଣ୍ଡଷ୍ଟ୍ରି (ଏଏମଏମଏ)ରୁ ଇସ୍ତଫା ଦେବା ସହ ମୋହନଲାଲ ଏଏମଏମଏର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଏଭଳି ଆରୋପ ଲାଗିବା ପରେ ଏଏମଏମଏ ପକ୍ଷରୁ ନିଜର ପକ୍ଷ ରଖିବା ପରିବର୍ତ୍ତେ ମୋହନଲାଲ ଇସ୍ତଫା ଦେଇଥିବାରୁ ଏହାକୁ କାପୁରୁଷତା ବୋଲି କହିଛନ୍ତି ମଲୟାଲମ ଅଭିନେତ୍ରୀ ପାର୍ବତୀ ତିରୁବୋତୁ।

“ଯେତେବେଳେ ମୁଁ ଏହି ସାମୂହିକ ଇସ୍ତଫା ବିଷୟରେ ଶୁଣିଲି, ସେତେବେଳେ ମୋର ପ୍ରଥମ ପ୍ରତିକ୍ରିୟା ଥିଲା,‘ କେତେ କାପୁରୁଷ ଏମାନେ । ସେମାନେ ନିଜ ପଦରେ ରହି ଏହି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ନିଜ ନିଜ ପଦରୁ ଇସ୍ତଫା ଦେଇଦେଲେ। ”

ତେବେ ମୋହନଲାଲଙ୍କ ସହ କମିଟିର ଅନ୍ୟ ସଦସ୍ୟମାନେ ମଧ୍ୟ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସବୁ ସଦସ୍ୟଙ୍କ ଇସ୍ତଫା ପରେ ଏବେ କମିଟି ଭାଙ୍ଗିଥିବା ନେଇ ସୂଚନା ମିଳିଛି। ଏଏମଏମଏ ଏକ ବିବୃତି ଜାରି କରି କହିଛି ଯେ, କମିଟିର କିଛି ସଦସ୍ୟଙ୍କ ବିରୋଧରେ ଲାଗିଥିବା ଯୌନ ନିର୍ଯାତନାର ଅଭିଯୋଗକୁ ଦୃଷ୍ଟିରେ ରଖି ଏଏମଏମଏ, କମିଟିକୁ ନୈତିକତା ଆଧାରରେ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି। ଦୁଇ ମାସ ମଧ୍ୟରେ ନିର୍ବାଚନ ହେବା ପରେ ଏକ ନୂତନ କମିଟି ଗଠନ କରାଯିବ ।"

ଅଧିକ ପଢ଼ନ୍ତୁ- https://sambad.in/latest/naga-chaitanya-dresses-as-groom-arrives-with-his-baraat-after-engagement-with-sobhita-dhulipala-6932953

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe