ରାଉରକେଲାରେ ପଥ ଉତ୍ସବ: ଓଲିଉଡ ତାରକାଙ୍କ କଣ୍ଠର ଯାଦୁରେ ଝୁମିଲେ ଦର୍ଶକ, ସ୍ଥାନୀୟ କଳାକାର ଦେଖାଇଲେ କଳା

ଦୀର୍ଘ ଦୁଇ ବର୍ଷ ପରେ ସହରରେ ଆୟୋଜନ ହୋଇଛି ପଥ ଉତ୍ସବ। ରାଉରକେଲାବାସୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ସ୍ଵାୟତ୍ତ ଶାସନ ଦିବସ ଉପଲକ୍ଷେ ରାଉରକେଲା ମହାନଗର ନିଗମ ତରଫରୁ ପଥ ଉତ୍ସବ ଅନୁଷ୍ଠିତ ହୋଇଛି

Untitled

ରାଉରକେଲା: ଦୀର୍ଘ ଦୁଇ ବର୍ଷ ପରେ ସହରରେ ଆୟୋଜନ ହୋଇଛି ପଥ ଉତ୍ସବ। ରାଉରକେଲାବାସୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ସ୍ଵାୟତ୍ତ ଶାସନ ଦିବସ ଉପଲକ୍ଷେ ରାଉରକେଲା ମହାନଗର ନିଗମ ତରଫରୁ ପଥ ଉତ୍ସବ ଅନୁଷ୍ଠିତ ହୋଇଛି l ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରୁ ହନୁମାନ ବାଟିକା ଛକ ପର୍ଯ୍ୟନ୍ତ ଏହି ପଥ ଉତ୍ସବ ଅନୁଷ୍ଠିତ ହୋଇଥିଲା l

ପଥ ଉତ୍ସବରେ ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ରହିଥିଲା l ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବ ବର୍ଗ, ବରିଷ୍ଠ ନାଗରିକ, ମହିଳା ତଥା ଦିବ୍ୟାଙ୍ଗମାନଙ୍କ ଲାଗି ବିଭିନ୍ନ ପ୍ରକାରର କ୍ରିୟାକଳାପ ଦେଖାଇଛନ୍ତି l  ଯୋଗ, ଜୁମ୍ବା, ଶାସ୍ତ୍ରୀୟ ନୃତ୍ୟ ଠାରୁ ଆରମ୍ଭ କରି ଆଧୁନିକ ନୃତ୍ୟ ସହ ରଙ୍ଗୋଲି, ବାଲୁକା କଳା, ଡଗ୍ ସୋ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏଥିସହ ସ୍ଥାନୀୟ ରାସ୍ତା ପାର୍ଶ୍ଵ ବ୍ୟବସାୟୀ ତଥା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ଵାରା ସାଞ୍ଝା ଉତ୍ସବ ତଥା ଖାଦ୍ୟ ମେଳା ବେଶ ଆକର୍ଷଣ ସାଜିଛି l 
 

ପଥ ଉତ୍ସବରେ ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ରହିଥିଲା l ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବ ବର୍ଗ, ବରିଷ୍ଠ ନାଗରିକ, ମହିଳା ତଥା ଦିବ୍ୟାଙ୍ଗମାନଙ୍କ ଲାଗି ବିଭିନ୍ନ ପ୍ରକାରର କ୍ରିୟାକଳାପ ଦେଖାଇଛନ୍ତି l  ଯୋଗ, ଜୁମ୍ବା, ଶାସ୍ତ୍ରୀୟ ନୃତ୍ୟ ଠାରୁ ଆରମ୍ଭ କରି ଆଧୁନିକ ନୃତ୍ୟ ସହ ରଙ୍ଗୋଲି, ବାଲୁକା କଳା, ଡଗ୍ ସୋ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏଥିସହ ସ୍ଥାନୀୟ ରାସ୍ତା ପାର୍ଶ୍ଵ ବ୍ୟବସାୟୀ ତଥା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ଵାରା ସାଞ୍ଝା ଉତ୍ସବ ତଥା ଖାଦ୍ୟ ମେଳା ବେଶ ଆକର୍ଷଣ ସାଜିଛି l ସଙ୍ଗୀତର ଯାଦୁରେ ଉପସ୍ଥିତ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ଵାରା ସଙ୍ଗୀତ ପରିବେଷଣ କରୁଛନ୍ତି l ପ୍ରସିଦ୍ଧ ଓଡ଼ିଆ କଣ୍ଠଶିଳ୍ପୀ ଟି. ସୌରୀଙ୍କ ସହ ଲୋକପ୍ରିୟ କଣ୍ଠଶିଳ୍ପୀ ସତ୍ୟଜିତ୍ ପ୍ରଧାନ, ଲିପ୍ସା ମହାପାତ୍ର, ବର୍ଣ୍ଣାଳୀ ହୋତାଙ୍କ ସହ ସୁପରିଚିତ ଉପସ୍ଥାପକ ଓ ଅଭିନେତା କେପି, ଉପସ୍ଥାପିକା ଓ ଅଭିନେତ୍ରୀ ଗୁଡ଼ି ଓ ଅଙ୍କିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି l ରାଉରକେଲା ମହାନଗର ନିଗମ ଆୟୁକ୍ତ ସ ଦୀନା ଦସ୍ତଗୀର୍ଙ୍କ ସମେତ ଆରଏମସିର ବହୁ ଅଧିକାରୀ ସାମିଲ ହୋଇଛନ୍ତି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe