ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆଜି ପୁଣି ପଥୋତ୍ସବ ଆୟୋଜିତ ହୋଉଛି। ମାଷ୍ଟର କ୍ୟାଣ୍ଟିନ ଠାରୁ ରାମ ମନ୍ଦିର ଯାଏ ଜନପଥରେ ଜମିଛି ନୃତ୍ୟ ଗୀତର ଆସର। ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ, କୁଇଜ୍ କମ୍ପିଟିସନ, ରଙ୍ଗୋଲି, ମ୍ୟାଜିକ ଶୋରେ ମସଗୁଲ ରାଜଧାନୀର ପିଲାଠୁ ବୟସ୍କ।
ଆସନ୍ତା ୮ତାରିଖରୁ ଭୁବନେଶ୍ବରରେ ୧୮ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ବିଭିନ୍ନ ସିଟି ଆକ୍ଟିଭେସନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଜନପଥରେ ଆଜିଠାରୁ ପଥୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ଆରମ୍ଭ ହୋଇଥିବା ବେଳେ ସଂଧ୍ୟାରେ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳାର ଉଦଘାଟନ କରାଯିବ। ବିଭିନ୍ନ ପାର୍କମାନଙ୍କରେ ମଧ୍ୟ ଭଳିକି ଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
Follow Us