ବୁଲା କୁକୁର କାମୁଡ଼ାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ବୋଡ଼େନ -ଖଡିଆଳ ରାସ୍ତା ଅବରୋଧ

Advertisment
skj

ନୂଆପଡ଼ା: ବୁଲା କୁକୁର କାମୁଡ଼ାରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବାକୁ କେନ୍ଦ୍ର କରି ଆଜି ମୃତକ ପରିବାରଙ୍କୁ କ୍ଷତିପୂରଣ ଦାବି କରି ବୋଡ଼େନ- ଖଡ଼ିଆଳ ମୁଖ୍ୟ ସଡ଼କକୁ ଅବରୋଧ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଗଡ୍ରାମୁଣ୍ଡା ଗ୍ରାମର ଜଗନ୍ନାଥ ବାଗ(୪୦)ଙ୍କୁ ଗତ ମାସ ୧୯ ତାରିଖ ଦିନ ବୁଲା କୁକୁରମାନେ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ନୂଆପଡ଼ା ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ପରେ ବୁର୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତ୍ରୀରେ ମୃତ୍ୟୁ ଘଟିଥିଲା ।

ଆଜି ଶବ ଆସିବା ପରେ ପରିବାର ଲୋକେ ଓ ଗ୍ରାମବାସୀଙ୍କ ଦ୍ଵାରା ଖଡ଼ିଆଳ ବୋଡ଼େନ ମୁଖ୍ୟ ସଡ଼କକୁ ଗଡ୍ରାମୁଣ୍ଡା ଛକ ଠାରେ ଅବରୋଧ କରାଯାଇଛି। ମୃତ ବ୍ୟକ୍ତିଙ୍କ ବିଧବା ମାଆ, ବିଧବା ସ୍ତ୍ରୀ ଓ ଚାରି ନାବାଳକ ପୁଅ ଝିଅ ଥିବାରୁ ସେମାନଙ୍କ ଥଇଥାନ ପାଇଁ ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ, ତାଙ୍କ ସ୍ତ୍ରୀଙ୍କୁ ସରକାରୀ ନିଯୁକ୍ତି ପ୍ରଦାନ, ତାଙ୍କ ପୁଅ ଝିଅଙ୍କୁ ପାଠ ପଢ଼ା ସମସ୍ତ ଖର୍ଚ୍ଚ ବହନ, ରାସ୍ତା କଡ଼ରୁ ମାଛ ମାଂସ ଦୋକାନ ଉଚ୍ଛେଦ,ବୁଲା କୁକୁରଙ୍କୁ ରକ୍ଷା ନେଇ ଦାବୀ କରିଛନ୍ତି। ପ୍ରଶାସନ ପହଞ୍ଚି ବୁଝାଶୁଝା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe