କାଳୀପୂଜା ପୂର୍ବରୁ ରାଜନୈତିକ ଅଶାନ୍ତି: ବାଣିଜ୍ୟ ମେଳାକୁ ନେଇ ରାସ୍ତାରୋକ

କାଳୀପୂଜା ବାଣିଜ୍ୟ ମେଳାକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହ କୁସୁମା ନିକଟରେ ରାସ୍ତା ଉପରେ ବସିଲେ ପୌରାଞ୍ଚଳ ଅଧିବାସୀ। ଏମାନଙ୍କ ସହ ସାମିଲ ହୋଇଛନ୍ତି ସମସ୍ତ କାଉନସିଲର ପୌରାଧ୍ୟକ୍ଷା ଓ ଉପାଧ୍ୟକ୍ଷ।

9d561e4b-6162-4fab-a3ed-a67d2fe5ead9 .jpeg

ଯାଜପୁର: କାଳୀପୂଜା ବାଣିଜ୍ୟ ମେଳାକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହ କୁସୁମା ନିକଟରେ ରାସ୍ତା ଉପରେ ବସିଲେ ପୌରାଞ୍ଚଳ ଅଧିବାସୀ। ଏମାନଙ୍କ ସହ ସାମିଲ ହୋଇଛନ୍ତି ସମସ୍ତ କାଉନସିଲର ପୌରାଧ୍ୟକ୍ଷା ଓ ଉପାଧ୍ୟକ୍ଷ। ପୂର୍ବରୁ କାଳୀପୂଜାରେ ପୌର ପ୍ରଶାସନ ପକ୍ଷରୁ କୁସୁମା ନିକଟ ପଡ଼ିଆରେ ବିରଜା ଶ୍ରୀ ବାଣିଜ୍ୟ ମେଳା କରି ଆସୁଥିବା ବେଳେ ଚଳିତ ବର୍ଷ କାଳୀପୂଜା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପୌର ପ୍ରଶାସନ ଅନ୍ୟମାନଙ୍କୁ ମଧ୍ୟ ମେଳା କରିବାକୁ ଅନୁମତି ଦେଇଥିବାରୁ ଏଭଳି ସମସ୍ୟା ଦେଖା ଦେଇଛି। ଆମକୁ ପ୍ରଶାସନ ପକ୍ଷରୁ ବିରଜା ଶ୍ରୀ ବାଣିଜ୍ୟ ମେଳା ଅନ୍ୟମାନଙ୍କୁ ନଦେଇ କେବଳ ପୌର ପ୍ରଶାସନକୁ ଦେବାକୁ ସେମାନେ ଦାବି କରିଛନ୍ତି।

ଏହି ସମସ୍ୟାର ସମାଧାନ କରା ନଗଲେ ଆସନ୍ତାକାଲି ଯାଜପୁର ବନ୍ଦର ଚେତାବନୀ ମଧ୍ୟ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe