ସାର ପାଇଁ ୩୨୬ ନଂ ଜାତୀୟ ରାଜପଥ ଅବରୋଧ

Advertisment

ଆଜି ମୋଟୁ ନିକଟସ୍ଥ ପୁସୁଗୁଡା ନିକଟରେୟୁରିଆ ସାର କଳାବଜାରୀକୁ ନେଇ ରାସ୍ତା ଅବରୋଧ କରିବା ସହ ନିର୍ଦ୍ଧାରିତ ମୁଲ୍ୟଠାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।

Untitled

କାଲିମେଳା: ୟୁରିଆ ସାର ଅଭାବ ଯୋଗୁଁ ସବୁଆଡେ ଚାଷୀ ଅସନ୍ତୋଷ ଲାଗି ରହିଥିବା ବେଳେ ଆଜି ମୋଟୁ ନିକଟସ୍ଥ ପୁସୁଗୁଡା ନିକଟରେ ଶତାଧିକ ଚାଷୀ ସାରର କଳା ବଜାରୀକୁ ନେଇ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରିଥିବାର ଦେଖିବାକୁ ମିଳିଛି। ୟୁରିଆ ସାର କଳାବଜାରୀକୁ ନେଇ ରାସ୍ତା ଅବରୋଧ କରିବା ସହ ନିର୍ଦ୍ଧାରିତ ମୁଲ୍ୟଠାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।

ସରକାରଙ୍କ ନିୟମ ଅନୁଯାୟୀ ଗୋଟିଏ ସାର ବସ୍ତାର ମୂଲ୍ୟ ୨୬୮ ଟଙ୍କା ରହିଥିବା ବେଳେ ପୁସୁଗୁଡାର ଜ୍ୟୋତିର୍ମୟୀ ଆଣ୍ଡ ସୁଦର୍ଶନ ଟ୍ରେଡ଼ର୍ସ ଡିଲର ଚାଷୀମାନଙ୍କୁ ବସ୍ତା ପ୍ରତି ୮୦୦ ରୁ ୧୦୦୦ ଟଙ୍କାରେ ବିକ୍ରି କରୁଥିବାର ଅଭିଯୋଗ ହୋଇଛି l ଯାହାଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରି ରାସ୍ତା ଅବରୋଧ କରିଛନ୍ତି l ଫଳରେ ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଥିଲା। ଖବର ପାଇ ଘଟଣାସ୍ଥଳରେ ମୋଟୁ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଚାଷୀ ମାନେ ରାସ୍ତାରୁ ହଟିଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe