Advertisment

ଚାର୍ଜରେ ଲାଗିଥିବା ଫୋନରେ କାର୍ଟୁନ ଦେଖୁଥିବା ବେଳେ ହେଲା ବିସ୍ଫୋରଣ

Advertisment

ଚାର୍ଜରେ ବସିଥିବା ଫୋନରେ ଦୁଇବାଳକ କାର୍ଟୁନ ଦେଖୁଥିବା ବେଳେ ହେଲା ବିସ୍ଫୋରଣ। ଗୁରୁତର ଅବସ୍ଥାରେ ହେଲେ ହସ୍ପିଟାଲରେ ଭର୍ତ୍ତି। ଚିକିତ୍ସା ଜାରି ରଖିଛନ୍ତି ଡାକ୍ତର

Updated On

ଚାର୍ଜରେ ବସିଥିବା ଫୋନରେ ଦୁଇବାଳକ କାର୍ଟୁନ ଦେଖୁଥିବା ବେଳେ ହେଲା ବିସ୍ଫୋରଣ। ଗୁରୁତର ଅବସ୍ଥାରେ ହେଲେ ହସ୍ପିଟାଲରେ ଭର୍ତ୍ତି। ଚିକିତ୍ସା ଜାରି ରଖିଛନ୍ତି ଡାକ୍ତର

ଅଦ୍ୟତନ ହୋଇଛି
aa

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲାର କଲକୋଟି ଦେବାରି ଗ୍ରାମରେ ବସବାସ କରୁଥିବା ଜଣେ ବାଳକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। 

ସୂଚନାଯୋଗ୍ୟ, ଗୁରୁତର ଆହତ ହୋଇଥିବା ବାଳକଜଣକଙ୍କ ବାପା ଓ ମା’ କାମରେ ବାହାରକୁ ଚାଲି ଯାଇଥିଲେ। ଏହି ସମୟରେ ୯ବର୍ଷର ବାଳକ  ତାର ଜଣେ ସାଙ୍ଗ ସହିତ ଘରେ ଖେଳୁଥିଲା। 
ଖେଳୁଖେଳୁ ଚାର୍ଜରେ ବସିଥିବା ଫୋନ ଉପରେ ତାର ନଜର ପଡ଼ିଯାଇଥିଲା। ଏହାପରେ ଦୁଇ ବାଳକ ମିଶି ଚାର୍ଜରେ ଫୋନ ଲାଗିଥିବା ବେଳେ ସେଥିରେ କାର୍ଟୁନ ଖେଳୁଥିଲେ।

ଏହି ସମୟରେ ହଠାତ ଫୋନଟି ବିସ୍ଫୋରଣ ହୋଇ ନିଆଁ ଲାଗି ଯାଇଥିଲା। ଏହି ବିସ୍ଫୋରଣରେ ଦୁଇବାଳକ ଗୁରୁତର ଆହତ ହୋଇ ଯାଇଥିଲେ। ପାଖପଡ଼ିଶାରେ ଥିବା ଲୋକେ ବିସ୍ଫୋରଣ ଶବ୍ଦ ଶୁଣି ଧାଇଁ ଆସିଲା ବେଳକୁ ଦୁଇ ବାଳକ ଗୁରୁତର ଅବସ୍ଥାରେ ଚଟାଣରେ ପଡ଼ିଥିବା ଦେଖିବାକୁ ପାଇ ସେମାନଙ୍କ ବାପା ଓ ମା’ଙ୍କୁ ଖବର ଦେଇଥିଲେ।

ବାପା ଓ ମା’ ଖବର ପାଇ ସଙ୍ଗେସଙ୍ଗେ ଘରେ ପହଞ୍ଚି ଗୁରୁତର ଦୁଇ ବାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବାଳକଙ୍କ ଚିକିତ୍ସା ଆରମ୍ଭ କରି ଔଷଧ ଓ ଇନଜେକସନ ଦେଇଛନ୍ତି।  ଦୁଇ ଗୁରୁତର ଆହତ ହୋଇଥିବା ବାଳକଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି।

ଛୋଟପିଲାଙ୍କୁ ଫୋନ ଠାରୁ ଦୂରେଇ ରଖିବାକୁ କ୍ରମାଗତ ଭାବ‌େ ସେମାନଙ୍କ ବାପା ଓ ମା’ଙ୍କୁ ସଚେତନ କରାଯାଉଛି। ଏମିତି କି ପିଲା ଠାରୁ ବୃଦ୍ଧ ସମସ୍ତଙ୍କୁ ଫୋନ ଚାର୍ଜରେ ବସିଥିବା ବେଳେ ବ୍ୟବହାର କରିବାକୁ ବାରଣ କରାଯାଇଛି। ଏହା ସତ୍ତ୍ବେ ବି କିଛି ଲୋକଙ୍କ ଅବହେଳା ହେତୁ ଏମିତି ଘଟଣା ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି।

କିଛି ଘଟଣାରେ ଲୋକଙ୍କ ଜୀବନ ବି ଚାଲି ଯାଉଛି।  ତେଣୁ ଏଥିପ୍ରତି ବାପା ଓ ମା’ଙ୍କୁ ପ୍ରଥମେ ସଚେତନ ହେବାକୁ ପଡ଼ିବ। ପିଲାମାନେ ମୋବାଇଲ ଧରିବା ସମୟରେ ସେମାନଙ୍କ ଉପରେ ନଜର ରଖିବା ବାପା ଓ ମା’ଙ୍କର ହେଉଛି ପ୍ରଥମ କର୍ତ୍ତବ୍ୟ।

ଅଧିକପଢ଼ନ୍ତୁ ଛଅ ଘଣ୍ଟା ଜେରା ପରେ ଆପ୍‌ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କଲା ଇଡି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe