ମତଦାନ କେନ୍ଦ୍ରରେ ବଣ୍ଟନ ହେଲା ‘ନମୋ’ ଖାଦ୍ୟ ପ୍ୟାକେଟ୍‌: ବୁଲୁଛି ଫଟୋ, ଭିଡିଓ

Advertisment
ମତଦାନ କେନ୍ଦ୍ରରେ ବଣ୍ଟନ ହେଲା ‘ନମୋ’ ଖାଦ୍ୟ ପ୍ୟାକେଟ୍‌: ବୁଲୁଛି ଫଟୋ, ଭିଡିଓ

ନୋଇଡ଼ା: ଆଜିଠାରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି। ସମୁଦାୟ ୨୦ଟି ରାଜ୍ୟର ୯୧ ନିର୍ବାଚନ ମଣ୍ଡଳିରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନୋଇଡ଼ାର ମତଦାନ କେନ୍ଦ୍ରରେ ‘ନମୋ’ ଲେଖାଯାଇଥିବା ଖାଦ୍ୟ ପ୍ୟାକେଟ୍‌ ବଣ୍ଟା ଯାଉଥିବାର ଅଭିଯୋଗ ହୋଇଛି।

‘ନମୋ’ ଲେଖାଯାଇଥିବା ଏହି ଖାଦ୍ୟ ପ୍ୟାକେଟ୍‌ ଗୁଡ଼ିକର ଫଟୋ ଓ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଜଣେ ଟ୍ଵିଟର୍‌ ବ୍ୟବହାରକାରୀ ଏହି ଖାଦ୍ୟ ପ୍ୟାକେଟ୍‌ର ଭିଡିଓ ସେୟାର କରି ଲେଖିଛଦନ୍ତି ଯେ ‘ନୋଇଡାର ମତଦାନ କେନ୍ଦ୍ରରେ ‘ନମୋ’ ଲେଖାଯାଇଥିବା ଖାଦ୍ୟ ପ୍ୟାକେଟ୍‌ ବଣ୍ଟନ କରାଯାଉଛି। ମୁଁ ଏ ସଂପର୍କରେ ଜିଲ୍ଲା ଦୌରାଜଜ୍‌ଙ୍କୁ କହିବାରୁ ସେ କହିଲେ କି ଏହା ଏକ ବିରାଟ କଥା ନୁହେଁ। ଅଧିକାରୀ ଜଣକ ଏହି ଘଟଣାର ତଦନ୍ତ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିବା ଟ୍ଵିଟ୍‌ର ବ୍ୟବହାରକାରୀ ଜଣକ ଅଭିଯୋଗ ଆଣିଛନ୍ତି।

ଏହି ଖାଦ୍ୟା ପ୍ୟାକେଟ୍‌ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିପକ୍ଷ ଦଳମାନେ ଅଭିଯୋଗ ଆଣି ତଦନ୍ତ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe