Pikashow App: ଏହି ଆପ୍ପରେ ସିନେମା ଦେଖିବା ପଡିବ ମହଙ୍ଗା , ଆପଣଙ୍କ ସବୁ ଡାଟା ହୋଇପାରେ ଲିକ

Advertisment

ଯଦି ଆପଣ ମାଗଣାରେ ସିନେମା ଦେଖିବା ପାଇଁ ପିକାସୋ ଆପ୍ ବ୍ୟବହାର କରୁଛନ୍ତି, ତେବେ ଏହା ବହୁତ ବିପଦପୂର୍ଣ୍ଣ ପ୍ରମାଣିତ ହୋଇପାରେ। ଆସନ୍ତୁ ଏହି ବିଷୟରେ ବିସ୍ତୁତ ଭାବରେ ଜାଣିବା। 

ଯଦି ଆପଣ ମାଗଣାରେ ସିନେମା ଦେଖିବା ପାଇଁ ପିକାସୋ ଆପ୍ ବ୍ୟବହାର କରୁଛନ୍ତି, ତେବେ ଏହା ବହୁତ ବିପଦପୂର୍ଣ୍ଣ ପ୍ରମାଣିତ ହୋଇପାରେ। ଆସନ୍ତୁ ଏହି ବିଷୟରେ ବିସ୍ତୁତ ଭାବରେ ଜାଣିବା। 

tv mobile

ନୂଆଦିଲ୍ଲୀ : ସିନେମା ଦେଖିବା ପ୍ରାୟ ସମସ୍ତଙ୍କ ସଉକ ଥାଏ। କାମରୁ ଟିକିଏ ଫୁରସତ ମିଳିଲେ ସମସ୍ତେ ଭଲ ସିନେମା ଦେଖିବାକୁ ଯାଇଥାଆନ୍ତି ଏବଂ ନିଜର କ୍ଲାନ୍ତି ଦୂର କରିଥାଆନ୍ତି । ଏବେ ହଲରେ ଅନେକ ନୂଆ ନୂଆ ସିନେମା ରିଲିଜ ହେବାରେ ଲାଗିଛି।  ଟିକେଟର ଦେୟ ଅଧିକ ରହୁଥିବାରୁ ସମସ୍ତେ ହଲକୁ ଯାଇ ଟିକେଟ କିଣି ସିନେମା ଦେଖିପାରନ୍ତି ନାହିଁ । ସମସ୍ତେ ପ୍ରାୟତ ସ୍ମାର୍ଟଫୋନରେ ବିଭିନ୍ନ ଆପ୍ ମାଧ୍ୟମରେ ସିନେମା ଦେଖିଥାଆନ୍ତି। ଯଦି ଆପଣ ଆପଣଙ୍କ ସ୍ମାର୍ଟଫୋନରେ ମାଗଣାରେ ସିନେମା ଦେଖିବାକୁ ଯୋଜନା କରୁଛନ୍ତି , ତେବେ ଏହା ମହଙ୍ଗା ସାବ୍ୟସ୍ତ ହୋଇପାରେ।

ଅନେକ ମୋବାଇଲ୍ ବ୍ୟବହାରକାରୀ ଏଥିପାଇଁ ପିକାଶୋ ଭଳି ଆପ୍ ବ୍ୟବହାର କରନ୍ତି। ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସଂସ୍ଥା ସାଇବର ଦୋସ୍ତ ୧୪ ସି କହିଛି ଯେ, ମାଗଣା ସିନେମା ଦେଖିବାର ପ୍ରଲୋଭନ ମହଙ୍ଗା ହୋଇପାରେ। ମାଗଣା ସିନେମା ଦେଖିବା ପଛରେ ନିଜର ତଥ୍ୟ ଏବଂ ସୁରକ୍ଷାକୁ ବିପଦରେ ନ ପକାଇବାକୁ  ସାଇବର ଦୋସ୍ତ ୧୪ ସି  ନିଜ ଏକ୍ସ ପ୍ଲାଟଫର୍ମରେ ପୋଷ୍ଟ କରି ଲୋକମାନଙ୍କୁ ଚେତାବନୀ ଦେଇଛି। 
 

ସୁରକ୍ଷିତ ନୁହେଁ ଏହି ଆପ   
ସାଇବର ଦୋସ୍ତ ଏହି ଆପ୍ପ ବ୍ୟବହାରକାରୀଙ୍କୁ ସୁରକ୍ଷା ଦେବା ପାଇଁ କହିଛି ଯେ, ପିକାଶୋ ଭଳି ପାଇରେଟେଡ୍ ସିନେମା ପ୍ରଦାନ କରୁଥିବା ଆପ୍ ଅସୁରକ୍ଷିତ ହୋଇଥାଏ । ଲକ୍ଷ ଲକ୍ଷ ବ୍ୟବହାରକାରୀ ଏହାକୁ ବ୍ୟବହାର କରି ସେମାନଙ୍କର ତଥ୍ୟକୁ ବିପଦରେ ପକାଉଛନ୍ତି ବୋଲି ପୋଷ୍ଟରେ କୁହାଯାଇଛି । 

କିପରି ବିପଦରେ ପକାଏ? 
ସାଇବର ଦୋସ୍ତ ୧୪ ସି ନିଜ ପୋଷ୍ଟରେ କହିଛି ଯେ, ମାଗଣା ସିନେମା ପ୍ରଦାନ କରୁଥିବା ଆପ୍ସ ସ୍ମାର୍ଟଫୋନରେ ଇନଷ୍ଟଲ୍ ହେବା ପରେ ସେହି ଡିଭାଇସରେ ମାଲୱେର ଏବଂ ସ୍ପାଏୱେୟାର ପ୍ରବେଶ କରେ। ଏହାଦ୍ବାରା ବ୍ୟବହାରକାରୀଙ୍କ  ଲଗଇନ୍ ଆଇଡି, ପାସୱାର୍ଡ ଇତ୍ୟାଦି ସମେତ ବ୍ୟାଙ୍କ ସୂଚନା ଲିକ୍ ହୋଇପାରେ। ଏହା ଆପଣଙ୍କ ବ୍ୟଙ୍କ ଆକାଉଣ୍ଟକୁ ମଧ୍ୟ ଖାଲି କରିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe