ଗଂଜେଇ ମାଫିଆଙ୍କଠାରୁ ପିସ୍ତଲ ଓ ଜୀବନ୍ତ ଗୁଳି ଜବତ

ମାଲକାନଗିରି ପୁଲିସକୁ ମିଳିଛି ସଫଳତା। ଜଣେ ଗଂଜେଇ ବେପାରୀ ଏବଂ ଡକାୟତି କରୁଥିବା ନେଇ ବହୁ ମାମଲାରେ ଜଡିତ ଯୁବକ ଜଣକୁ ପୁଲିସ ଗିରଫ କରିଛି। ପୁଲିସ ୭.୬୫ ଏମଏମ ପିସ୍ତଲ ସହ ୩ଟି ଜୀବନ୍ତ ଗୁଳି ମଧ୍ୟ ଜବତ କରିଛି।

pistol

ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ସଫଳତା। ଜଣେ ଗଂଜେଇ ବେପାରୀ ଏବଂ ଡକାୟତି କରୁଥିବା ନେଇ ବହୁ ମାମଲାରେ ଜଡିତ ଯୁବକ ଜଣକୁ ପୁଲିସ ଗିରଫ କରିଛି। ଗତକାଲି ସଂଧ୍ୟାରେ ଏସଆଇ ପ୍ରଭାତ ଗୌଡଙ୍କ ନେତୃତ୍ବରେ ଏକ ଟିମ ଚମ୍ପାଖାରୀ ଚେକ ପୋଷ୍ଟ ନିକଟରେ ପେଟ୍ରୋଲିଂ କରୁଥିଲେ। ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ଜଣେ ବ୍ୟକ୍ତି ବନ୍ଧୁକ ସହ ସହର ଭିତରେ ପଶୁଛି। ତୁରନ୍ତ ପୁଲିସ ସଜାଗ ହୋଇ ଯୁବକକୁ ଧରିବାକୁ ପ୍ଲାନ କରିଥିଲା।

 ଏକ ମେରୁନ ରଂଗର ସ୍କୁଟିରେ ଜଣେ ଯୁବକ ଚମ୍ପାଖାରୀ ଚେକ ପୋଷ୍ଟ ନିକଟରେ ପହଞ୍ଚିବା ପରେ ପୁଲିସକୁ ଦେଖି ପୁଣି ଲେଉଟିବା ବେଳେ ପୁଲିସ ଘେରାଉ କରି ତାକୁ କାବୁ କରିଥିଲେ। ବ୍ୟକ୍ତି ଜଣକ ହେଲେ ଟୁନୁ ସଗରିଆ। ଟୁନୁ ନିକଟରେ ପୁଲିସ ୭.୬୫ ଏମଏମ ପିସ୍ତଲ ସହ ୩ଟି ଜୀବନ୍ତ ଗୁଳି ମଧ୍ୟ ଜବତ କରିଛି। ଏଥିସହ ତା ଠାରୁ ମୋବାଇଲ ଫୋନ, ୩୦୦ ଟଂକା ନଗଦ ଏବଂ ସ୍କୁଟିକୁ ଜବତ କରିଛି। ପୁଲିସ ଦୀର୍ଘ ଦିନ ଧରି ଟୁନୁକୁ ଖୋଜୁଥିଲା।

 ମାଲକାନଗିରି ଥାନାରେ ପ୍ରାୟ ୮ଟି କେଶ ଟୁନୁ ନାମରେ ରହିଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି। ଟୁନୁ ଗଂଜେଇ ମାଫିଆ ସହ ଡକାୟତି କାମ ମଧ୍ୟ କରୁଥିଲା ବୋଲି ପୁଲିସ କହିଛି। ଟୁନୁ ପୁଲିସ ହାତରେ ଧରା ପଡିବା ପରେ ଏବେଏହି ଗ୍ୟାଙ୍ଗରେ ସାମିଲ ଥିବା ଅନ୍ୟମାନଙ୍କୁ ମଧ୍ୟ ପୁଲିସ ସହଜରେ କାବୁ କରିବ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe