ବରକୁ ବେଦୀ ଉପରେ ହତ୍ୟା ପାଇଁ ଆସିଥିଲେ, ସୁପାରି କିଲରଙ୍କୁ ନିସ୍ତୁକ ମାଡ଼ମାରି ପୁଲିସ ଜିମାଦେଲେ ଗାଁଲୋକେ

ବରକୁ ବେଦୀ ଉପରେ ହତ୍ୟା ପାଇଁ ଆସିଥିଲେ ସୁପାରି କିଲର। ହେଲେ କିଛି କରିବା ଆଗରୁ ଗାଁ ଲୋକଙ୍କ ହାତରେ ଧରାପଡ଼ିଗଲେ। ଦୁର୍ବୃତ୍ତଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଲେ ଗାଁ ଲୋକ। ସେମାନଙ୍କ ପାଖରୁ ଦେଶୀ ପିସ୍ତଲ ଜବତ କରାଯାଇଛି।

bn

ଦେଓଗାଁ: ବରକୁ ବେଦୀ ଉପରେ ହତ୍ୟା ପାଇଁ ଆସିଥିଲେ ସୁପାରି କିଲର। ହେଲେ କିଛି କରିବା ଆଗରୁ ଗାଁ ଲୋକଙ୍କ ହାତରେ ଧରାପଡ଼ିଗଲେ। ଦୁର୍ବୃତ୍ତଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଲେ ଗାଁ ଲୋକ। ସେମାନଙ୍କ ପାଖରୁ ଦେଶୀ ପିସ୍ତଲ ଜବତ କରାଯାଇଛି। ପୁଲିସକୁ ଡାକି ୬ ଜଣ ଅଭିଯୁକ୍ତଙ୍କୁ ଜିମା ଦେଇଛନ୍ତି ଗ୍ରାମବାସୀ। ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳର ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୁପାରି କିଲର ଲଗାଇ ବରକୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । 

ଦେଓଗାଁ ପୁଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି। ଏନେଇ ଲିଖିତ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ସୂଚନା ଦେଇଛି। ସୂଚନା ଅନୁସାରେ ଗତକାଲି ଗାଇବାହାଲ ଗାଁରୁ ବରଯାତ୍ରୀ ଦଳ ବାବିଯୋର ଗାଁକୁ ପହଞ୍ଚିଥିଲେ। ବର ଶୋଭଯାତ୍ରା ପରେ ଖିଆପିଆ ସରିଥିଲା । ଏହାପରେ ବୈଦିକ ରୀତିନୀତିରେ ଆରମ୍ଭ ହୋଇଥିଲା କନ୍ୟା ପାଣିଗ୍ରହଣ କାର୍ଯ୍ୟକ୍ରମ। ଏହି ସମୟରେ କିଛି ନିଶାସକ୍ତ ଯୁବକ ମାରଣାସ୍ତ୍ରରେ ସଜ୍ଜିତ ହୋଇ ବେଦୀରେ ବରକୁ ହତ୍ୟା କରିବାକୁ ଯୋଜନା କରୁଥିଲେ। ସେମାନଙ୍କ ହାବଭାବ ସନ୍ଦେହ ହେବାରୁ ଗ୍ରାମବାସୀ ୬ ଦୁର୍ବୃତ୍ତଙ୍କୁ କାବୁ କରିଥିଲେ। ସେମାନଙ୍କ ପାଖରୁ ମାରଣାସ୍ତ୍ର ଜବତ ହେବା ପରେ ତାଙ୍କୁ ଗାଁ ଲୋକେ ନିସ୍ତୁକ ମାଡ଼ମାରି ପୁଲିସ ଜିମାରେ ଦେଇଛନ୍ତି। ଅନ୍ୟ ପକ୍ଷରେ ସ୍ଥିତିକୁ ନେଇ ଝିଅ ଘର ଲୋକେ ବରକନ୍ୟାକୁ ଆଜି ଦିନ ୧୦ଟାରେ ଘରୁ ବିଦାୟ ଦେଇଥିବା ଜଣାପଡ଼ିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe