ଆଇପିଏଲ ନିଲାମରେ କେଉଁ ଦେଶର କେତେ ଖେଳାଳି କରିଛନ୍ତି ରେଜିଷ୍ଟ୍ରେସନ?

Advertisment

ମେଗା ନିଲାମ ପାଇଁ ନିଜ ନାମ ଦେଇଥିବା ୧୫୭୪ ଖେଳାଳିଙ୍କ ମଧ୍ୟରୁ ୧୧୬୫ ଖେଳାଳି ଭାରତର। ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡର ୫୦ ରୁ ଅଧିକ ଖେଳାଳି ନିଲାମ ପାଇଁ ସେମାନଙ୍କ ନାମ ଦେଇଛନ୍ତି।

ମେଗା ନିଲାମ ପାଇଁ ନିଜ ନାମ ଦେଇଥିବା ୧୫୭୪ ଖେଳାଳିଙ୍କ ମଧ୍ୟରୁ ୧୧୬୫ ଖେଳାଳି ଭାରତର। ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡର ୫୦ ରୁ ଅଧିକ ଖେଳାଳି ନିଲାମ ପାଇଁ ସେମାନଙ୍କ ନାମ ଦେଇଛନ୍ତି।

ipl auction

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ପରବର୍ତ୍ତୀ ସିଜନ୍ ପାଇଁ ବିଗୁଲ ବାଜିସାରିଛି | ଆଇପିଏଲ ୨୦୨୫ ପୂର୍ବରୁ ମେଗା ନିଲାମ ଆୟୋଜିତ ହେବ | ଏଥର ସାଉଦି ଆରବର ଜେଦାହଠାରେ ଆଇପିଏଲ୍ ନିଲାମ ଅନୁଷ୍ଠିତ ହେବ। ଏହି ନିଲାମ ପାଇଁ ୧୫୦୦ ରୁ ଅଧିକ ଖେଳାଳି ପଞ୍ଜୀକୃତ ହୋଇଛନ୍ତି। ମେଗା ନିଲାମ ପାଇଁ ନିଜ ନାମ ଦେଇଥିବା ୧୫୭୪ ଖେଳାଳିଙ୍କ ମଧ୍ୟରୁ ୧୧୬୫ ଖେଳାଳି ଭାରତର। ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡର ୫୦ ରୁ ଅଧିକ ଖେଳାଳି ନିଲାମ ପାଇଁ ସେମାନଙ୍କ ନାମ ଦେଇଛନ୍ତି। ଏଥର ନିଲାମ ସ୍ୱତନ୍ତ୍ର ହେବ କାରଣ ଆମେରିକା, ୟୁଏଇ, କାନାଡାର ଖେଳାଳି ଏବଂ ଏପରିକି ଇଟାଲୀର ଜଣେ ଖେଳାଳି ନିଲାମରେ ପ୍ରବେଶ କରିବାକୁ ଇଚ୍ଛା କରିଛନ୍ତି।

୨୪ ଏବଂ ୨୫ ନଭେମ୍ବରରେ ଆଇପିଏଲ୍ ୨୦୨୫ ନିଲାମ ହେବ | ମେଗା ନିଲାମ ପାଇଁ ପଞ୍ଜୀକୃତ ହୋଇଥିବା ଖେଳାଳିଙ୍କ ମଧ୍ୟରେ ୧୧୬୫ ଭାରତୀୟ ଏବଂ ୪୦୯ ବିଦେଶୀ ଅଛନ୍ତି | ପଞ୍ଜିକରଣ କରିଥିବା ମୋଟ ଖେଳାଳିଙ୍କ ମଧ୍ୟରେ ୩୨୦ କ୍ୟାପଡ୍ (ଯେଉଁମାନେ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିଛନ୍ତି) ଏବଂ ୧୨୨୪ ଅଣକ୍ୟାପଡ୍ ଖେଳାଳି ଅଛନ୍ତି  |

ଆଫଗାନିସ୍ତାନର 29 ଖେଳାଳି, ଅଷ୍ଟ୍ରେଲିଆର ୭୬ ଜଣ ଖେଳାଳି, ବାଂଲାଦେଶର ୧୩ଜଣ ଖେଳାଳି, କାନାଡାର ୪ଜଣ ଖେଳାଳି, ଇଂଲଣ୍ଡର ୫୨ ଜଣ ଖେଳାଳି, ଆୟର୍ଲାଣ୍ଡର ୯ ଜଣ ଖେଳାଳି, ଇଟାଲୀର ୧ ଜଣ ଖେଳାଳି, ନେଦରଲ୍ୟାଣ୍ଡର ୧୨ ଜଣ ଖେଳାଳି, ନ୍ୟୁଜିଲ୍ୟାଣ୍ଡର ୩୯ ଜଣ ଖେଳାଳି, ସ୍କଟଲ୍ୟାଣ୍ଡର ୨ ଜଣ ଖେଳାଳି, ଦକ୍ଷିଣ ଆଫ୍ରିକାର ୯୧ ଜଣ ଖେଳାଳି, ଶ୍ରୀଲଙ୍କାର ୨୯ ଜଣ ଖେଳାଳି , ୟୁଏଇର ଜଣେ ଖେଳାଳି, ୟୁଏସଏର ୧୦ ଜଣ ଖେଳାଳି, ୱେଷ୍ଟଇଣ୍ଡିଜର ୩୩ ଜଣ ଖେଳାଳି ଓ ଜିମ୍ବାୱେର ୮ ଜଣ ଖେଳାଳି ରେଜିଷ୍ଟ୍ରେସନ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe