କୁମ୍ଭସ୍ନାନ ପରି ପୁଣ୍ୟ କାମ ହୋଇଥାଏ ଜନ୍ମଭୂମିରେ ମତଦାନ କରିବା, ଆତଙ୍କବାଦୀଙ୍କ ଅସ୍ତ୍ର ଆଇଇଡି ଓ ଗଣତନ୍ତ୍ରର ଶକ୍ତି ଭୋଟର ଆଇଡି: ପ୍ରଧାନମନ୍ତ୍ରୀ ମୋଦୀ

Advertisment
କୁମ୍ଭସ୍ନାନ ପରି ପୁଣ୍ୟ କାମ ହୋଇଥାଏ ଜନ୍ମଭୂମିରେ ମତଦାନ କରିବା, ଆତଙ୍କବାଦୀଙ୍କ ଅସ୍ତ୍ର ଆଇଇଡି ଓ ଗଣତନ୍ତ୍ରର ଶକ୍ତି ଭୋଟର ଆଇଡି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଅହମ୍ମଦାବାଦର ରନିପ ମତଦାନ କେନ୍ଦ୍ରରେ ମତଦାନ କରିବା ପରେ ଗଣମାଧ୍ୟମରେ ମତ ରଖି ପୁଣି ଆତଙ୍କବାଦୀମାନଙ୍କ ପ୍ରସଂଗ ଦୋହରାଇଛନ୍ତି। ସେ ବାଇଟ୍‌ ଦେଇ କହିଛନ୍ତି କି ଯେପରି ଆତଙ୍କବାଦୀମାନଙ୍କର ଅସ୍ତ୍ର ଆଇଡି(ଇମ୍ପ୍ରୁଭାଇଜିଂ ଏକ୍ସୁଲଇସିଭ୍‌ ଡିଭାଇସ୍‌) ସେହିପରି ଗଣତନ୍ତ୍ରର ବଳ ଭୋଟର୍‌ ଆଇଡି। ସେ ଆହୁରି ବି କହିଛନ୍ତି ଯେ ଆଇଡିଠାରୁ ଭୋଟର ଆଇଡି ବେଶି ଶକ୍ତିଶାଳୀ। ଆମେ ଜଣେ ମତାଦାତାର ସାମର୍ଥ୍ୟକୁ ବୁଝିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଭୋଟ୍‌ ଦେଇ ସାରିବା ପରେ ନିଜ ରାଜ୍ୟରୁ ମତଦାନ କରିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି ଗଣମାଧ୍ୟମରେ କହିଛନ୍ତି। ନିଜ ଜନ୍ମସ୍ଥାନରେ ତାଙ୍କର କର୍ତ୍ତବ୍ୟ କରିପାରିଥିବା ହେତୁ ସେ ନିଜକୁ ଭାଗ୍ୟଶାଳୀ ମଣୁଥିବା କହିଛନ୍ତି। ସେ କହିଛନ୍ତି କି କୁମ୍ଭରେ ସ୍ନାନ କରିବା ପରେ ଆପଣମାନେ ଯେତିକି ପୁଣ୍ୟ ଅନୁଭବ କରନ୍ତି। ଜଣେ ନାଗରିକ ନିଜ ଜନ୍ମଭୂମିରୁ ଭୋଟ୍‌ ଦେବା ପରେ ମଧ୍ୟ ସେତିକି ପୂଣ୍ୟ ଅନୁଭବ କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe