ସାରା ଦେଶରେ ଏବେ ବିକାଶର ଲହରି ଛୁଟିଛି, କିନ୍ତୁ କିଛି ଲୋକଙ୍କୁ ଏହା ଦେଖା ଯାଉନି: ପ୍ରଧାନମନ୍ତ୍ରୀ ମୋଦି

ସାରା ଦେଶରେ ଏବେ ବିକାଶର ଲହରି ଛୁଟିଛି, କିନ୍ତୁ କିଛି ଲୋକଙ୍କୁ ଏହା ଦେଖା ଯାଉନି: ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ସାରା ଦେଶରେ ଏବେ ବିକାଶର ଲହରି ଛୁଟିଛି। କିନ୍ତୁ କିଛି ଲୋକଙ୍କୁ ଏହା ଦେଖା ଯାଉ ନାହିଁ। ଝାରସୁଗୁଡ଼ା ଏୟାର୍‌ପୋର୍ଟ ଓ ବିଛାପାଲି ଷ୍ଟେସନ୍‌ ଏହାର ସାକ୍ଷୀ ବୋଲି ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦି ସୋନପୁର ଠାରେ ଏକ ନିର୍ବାଚନୀ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି।

ଆଜିର ସଙ୍କଳ୍ପ ସଭାରେ ପ୍ରଧାନମନ୍ତ୍ରୀ ସମବେତ ଜନସାଧାରଣଙ୍କୁ ଓଡ଼ିଆରେ ସମ୍ବୋଧନପୂର୍ବକ ‘ଜୁହାର’ ବୋଲି କହିଥିଲେ। ବାରାଣସୀ ଓ ସୁବର୍ଣ୍ଣପୁର ମଧ୍ୟରେ ବହୁ ସାଦୃଶ ରହିଥିବା କଥା ମଧ୍ୟ ସେ ଉପସ୍ଥିତ ଜନତାଙ୍କୁ କହିଛନ୍ତି। ସେ କହିଲେ ଓଡ଼ିଶାରେ ଖଣି, ଜଳ ଓ ଜଙ୍ଗଲ ଅଛି। କେଉଁ କାରଣ ପାଇଁ ସମୃଦ୍ଧ ଓଡ଼ିଶା ପଛୁଆ? ଓଡ଼ିଶା ସରକାରଙ୍କ ଅମନଯୋଗିତା ଯୋଗୁଁ ଆପଣଙ୍କୁ ସୁବିଧା ମିଳୁନି। ବିକାଶ ଲାଗି ଓଡ଼ିଶାରେ ମଜଭୁତ୍‌ ସରକାର ଆସିବା ଦରକାର।

କଂଗ୍ରେସ ପାର୍ଟିକୁ ସମାଲୋଚନା କରି ମୋଦି କହିଲେ କି, କଂଗ୍ରେସ ମଧ୍ୟବିତ୍ତଙ୍କୁ ସ୍ୱାର୍ଥପର ଆଖ୍ୟା ଦେଲାଣି। କଂଗ୍ରେସ ଦେଶରେ ଉଚ୍ଚ ନୀଚର ବିଷ ମଞ୍ଜି ବୁଣିଛି। ଫଳରେ ନକ୍ସଲ ଭଳି ସମସ୍ୟା ଦେଖା ଦେଇଛି। କଂଗ୍ରେସକୁ ହଟାଇଲେ ଦେଶରୁ ଆପଣା ଛାଏଁ ଦାରିଦ୍ର୍ୟ ଚାଲିଯିବ।

୧୯ ବର୍ଷ ଧରି ଆପଣ ଯାହକୁ ବିଶ୍ୱାସ କଲେ ସେ କିଛି କଲେନି। ଆପଣମାନଙ୍କ ଆଶୀର୍ବାଦରୁ ମୁଁ ଦେଶର ପ୍ରଧାନ ସେବକ। ସମଗ୍ର ଦେଶରେ ଏବେ ବିକାଶ ପରିଲକ୍ଷିତ ହୋଇଛି। ରାଜ୍ୟରେ ଓ ଦେଶରେ ସମୃଦ୍ଧ ସରକାର ପାଇଁ ଜନସାଧାରଣ ବିଜେପିକୁ ଭୋଟ୍‌ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ଜନତାଙ୍କୁ ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe